ରାୟପୁର: ଛତିଶଡରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ପୋଲିସ ଗୁଳିରେ 16 ମାଓବାଦୀ ନିପାତ ହୋଇଥିବା ବେଳେ 2 ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ସୁକମା ଜିଲ୍ଲା କେର୍ଲାପାଲ ଅଞ୍ଚଳରେ ଚାଲିଥିବା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ଏହି ସଫଳତା ମିଳିଛି । ବସ୍ତର ଇନ୍ସପେକ୍ଟର ଜେନେରାଲ୍ (IG) ସୁନ୍ଦରରାଜ ପି କହିଛନ୍ତି ଯେ ,ଏହି ଏନକାଉଣ୍ଟରରେ 16 ଜଣ ନକ୍ସଲ ନିପାତ ହେବା ସହ 2 ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ଶୁକ୍ରବାର ଜିଲ୍ଲା ରିଜର୍ଭ ଗାର୍ଡ (DRG) ଏବଂ

େଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ମିଳିତ ନକ୍ସଲ ବିରୋଧୀ ଅପରେସନ ଆରମ୍ଭ କରିଥିଲେ ।

ଅଧିକାରୀଙ୍କ କହିବା ଅନୁସାରେ, ସୁକମା ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ କର୍ଲାପାଲ ଅଞ୍ଚଳରେ ମାଓବାଦୀ ଲୁଚି ରହିଥିବା ବିଶେଷ ସୁତ୍ରରୁ ସୂଚନା ମିଳିଥିଲା । ଏହାପରେ ଡିଆରଜି ଓ ସିଆରପିଏଫ ଦ୍ବାରା ମିଳିତ ଅପରେସନ ଆରମ୍ଭ ହୋଇଥିଲା । ଗତକାଲି ଠାରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆଜି ସକାଳ ସମୟରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏଥିରେ 16 ଜଣ ମାଓବାଦୀ ନିହତ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ଆଖପାଖ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଏହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ''ଆମର ସୁରକ୍ଷା ଏଜେନ୍ସି ସୁକୁମା ଅପରେସନରେ 16 ନକ୍ଲଙ୍କୁ ନିପାତ କରିଦେଇଛନ୍ତି । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ରର ଜବତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆମେ 2026 ମସିହା ମାର୍ଚ୍ଚ 31 ତାରିଖ ପୂର୍ବରୁ ନକ୍ସଲବାଦକୁ ଶେଷ କରିବାକୁ ସ୍ଥିର କରିଛୁ। ଅସ୍ତ୍ରଶସ୍ତ୍ରଧାରୀଙ୍କୁ ମୁଁ ଅପିଲ କରୁଛି ଅସ୍ତ୍ର ଓ ହିଂସା ପରିବର୍ତ୍ତନ ଆଣିପାରିବ ନାହିଁ । କେବଳ ଶାନ୍ତି ଏବଂ ବିକାଶ ହିଁ ଏପରି କରିପାରିବ । ''

ଛତିଶଗଡର ସୁକମା ସବୁଠାରୁ ଅଧିକ ନକ୍ସଲ ପ୍ରଭାବିତ ଜିଲ୍ଲା ଅଟେ।ଏହାପୂର୍ବରୁ ଶୁକ୍ରବାର ଦିନ ନକ୍ସଲମାନଙ୍କ ଦ୍ୱାରା ପୋତାଯାଇଥିବା ଏକ ଆଇଡି ବିସ୍ଫୋରଣ ହେବାରୁ ନାରାୟଣପୁର ଜିଲ୍ଲାକୁ ଯିବା ସମୟରେ ଜଣେ ଯବାନ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମାର୍ଚ୍ଚ 25 ତାରିଖରେ ଛତିଶଗଡ଼ ସୀମାନ୍ତ ଦାନ୍ତେୱାଡ଼ା ଓ ବିଜାପୁର ମଧ୍ୟରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯବାନଙ୍କ ଏନକାଉଣ୍ଟରରେ ତିନି ଜଣ ନକ୍ସଲ ନିପାତ ହୋଇଥିଲେ । ଉକ୍ତ ସ୍ଥାନରୁ ସ୍ଥାନରୁ ବିପୁଳ ପରିମାଣର ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଜବତ ସହ ୩ ଜଣ ନକ୍ସଲଙ୍କ ମୃତଦେହ ଜବତ ହୋଇଥିଲା । ବସ୍ତର ଆଇଜି ସୁନ୍ଦରରାଜ ପି ଏନକାଉଣ୍ଟରର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।

0 Comments