ନୂଆଦିଲ୍ଲୀ: ଆମେରିକାର ଜଣାଶୁଣା ପଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନଙ୍କ ସହ ପଡକାଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 3 ଘଣ୍ଟାର ଏହି ପଡକାଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜୀବନ ଯାତ୍ରା, ଋଷ-ୟୁକ୍ରେନ ଯୁଦ୍ଧ, ପିଲା ଦିନଠୁ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।
ଲିକ୍ସ ଫ୍ରିଡମ୍ୟାନଙ୍କ ପଡକାଷ୍ଟରେ ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି, ଋଷ-ୟୁକ୍ରେନ ଯୁଦ୍ଧର ସମାଧାନ ପାଇଁ କୂଟନୀତି ଏକ ମାତ୍ର ବ୍ୟବହାର ମାର୍ଗ ଅଟେ । ସେନାର ବିଜୟରେ ସ୍ଥାୟୀ ସମାଧାନ ବାହାରିବ ନାହିଁ । ପଡକାଷ୍ଟରେ ମୋଦି କହିଛନ୍ତି, ଉଭୟ ଋଷ ଓ ୟୁକ୍ରେନ ଦେଶ ସହ ମୋର ଘନିଷ୍ଠ ସମ୍ପର୍କ ରହିଛି । ମୁଁ ଋଷ ରାଷ୍ଟ୍ରପତି ଭ୍ଲାଦମିର୍ ପୁଟିନଙ୍କ ବସି ଏହା କହିପାରିବି ଏହା ଯୁଦ୍ଧର ସମୟ ନୁହେଁ । ୟୁକ୍ରେନ ରାଷ୍ଟ୍ରପତି ଜେଲେନକ୍ସିଙ୍କୁ ବନ୍ଧୁତା ହିସାବରେ ଏହା କହିପାରିବି ଦୁନିଆରେ କେତେ ବି ଲୋକ ଆପଣଙ୍କ ସହ ଯୁଦ୍ଧରେ ଛିଡା ହୁଅନ୍ତୁ, ଯୁଦ୍ଧ ଭୂମିରେ ଏହାର ସମାଧାନ ବାହାରିବ ନାହିଁ ।
ଯୁଦ୍ଧରତ ଦେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ଆଲୋଚନା ପାଇଁ ପରାମର୍ଶ ଦେଇଛନ୍ତି । ସିଧାସଳଖ ଆଲୋଚନା ଉପରେ ଫୋକସ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ‘ୟୁକ୍ରେନ ନିଜ ସହଯୋଗୀ ରାଷ୍ଟ୍ର ସହ ଆଲୋଚନା କରୁ, କିନ୍ତୁ ଏହାର ଫାଇଦା ମିଳିବ ନାହିଁ । ଏହି ଚର୍ଚ୍ଚାରେ ଦୁଇ ପକ୍ଷଙ୍କୁ ଆଲୋଚନା କରିବାର ଆବଶ୍ୟକତା ରହିଛି । ଶାନ୍ତି ବାର୍ତ୍ତା ହିଁ ଏକ ମାତ୍ର ମାର୍ଗ ଅଟେ ।
ଏହି ପଡକାଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଲୋ
ନା ଲୋକତନ୍ତ୍ର ଆତ୍ମା ଅଟେ । ବାସ୍ତବରେ ଲୋକତନ୍ତ୍ର ଯଦି ଆପଣଙ୍କ ଶିରା ପ୍ରଶୀରାରେ ବହୁଛି, ଏହାକୁ ଆପଣଙ୍କୁ ନିଜର କରିବା କରିବା ଉଚିତ୍ । ସେ ଆହୁରି କହିଛନ୍ତି, ଆମ ଶାସ୍ତ୍ରରେ କୁହାଯାଇଛି, ନିଜର ଆଲୋଚକଙ୍କୁ ନିଜ ପାଖରେ ରଖନ୍ତୁ, ଠିକ୍ ଆଲୋଚନା ମାଧ୍ୟମରେ ଆପଣ ନିଜ ଭିତରେ ଶୀଘ୍ର ସୁଧାର ଆଣିପାରିବେ । ମୁଁ ଭାବେ ଅଧିକରୁ ଅଧିକ ଆଲୋଚନା କରିବା ଆବଶ୍ୟକ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ମୋତେ ପିଲା ବେଳୁ ହିଁ କିଛି ନା କିଛି କାମ କରିବାର ଅଭ୍ୟାସ ରହିଛି । ମୋର ମନେ ଅଛି, ମକୋଶି ନାମକ ଜଣେ ବ୍ୟକ୍ତି ଥିଲେ । ତାଙ୍କର ପୂରା ନାମ ମୋର ମନେ ନାହିଁ । ମୋତେ ଅନୁଭବ ହେଉଛି ସେ ସେବା ସମୂହର ଥିଲେ । ସିଏ ନିଜ ସହ ଏକ ଢୋଲ ମଧ୍ୟ ରଖିଥିଲେ । ଦମଦାର ବ୍ୟକ୍ତିତ୍ବ, ଦେଶଭକ୍ତି ଗୀତ ଗାଉଥିଲେ । ମଜା ମଧ୍ୟ ଆସୁଥିଲା । ଆମ ଗାଁରେ ଏକ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘର ଏକ ଶାଖା ଥିଲା । ଯେଉଁଠି ଦେଶଭକ୍ତି ଗୀତ ଚାଲୁଥିଲା । ତାଙ୍କର କଥା ମୋତେ ବହୁତ ଭଲ ଲାଗୁଥିଲା । ଆଉ ଏହିପରି ଭାବେ ମୁଁ ମଧ୍ୟ RSSର ଅଂଶ ହୋଇଗଲି ।
RSS ଯେଉଁ ମୂଳ ଶିକ୍ଷା ଆମକୁ ଦିଆଗଲା, ସେଥିରେ ଏହା ମଧ୍ୟ ଥିଲା କି ଯାହା ବି କର ଉଦ୍ଦେଶ୍ୟ ସହ କର । ରାଷ୍ଟ୍ରର ଯୋଗଦାନ ପାଇଁ କର । ଏପରି ପାଠପଢ ଯାହା ଦେଶର କାମରେ ଆସିବ । ବ୍ୟାୟାମ ଯଦି କରିବି ଏତିକି କରିବି ଯାହା ଦେଶର କାମରେ ଆସିବ । ଏହାହିଁ ସଂଘ ଶିଖାଏ । ସଂଘ ଏକ ବହୁତ ବଡ ସଂଗଠନ ।
ମୋଦି ଆହୁରି କହିଛନ୍ତି, ଜନସେବା ହିଁ ଇଶ୍ବର ସେବା । ଯାହାକ ବୈଦିକ ଯୁଗରୁ କୁହାଯାଉଛି । ଏହି କଥା ଆମ ଋଷି, ସ୍ବାମୀ ବିବେକାନନ୍ଦ କହିଥିଲେ, ଏହି କଥା ଆମ ସଂଘ ବି କୁହେ । ସମାଜ ପାଇଁ କିଛି କରିବା ଆବଶ୍ୟକ । ଆଜି ସେହି ଭାବନାରୁ ପ୍ରେରିତ ହୋଇ ଅନେକ ଉଦ୍ୟମ ଚାଲିଛି ।