ବିଜାପୁର: ଛତିଶଗଡ଼ ବସ୍ତର ଡିଭିଜନର ବିଜାପୁର ଏବଂ ଦାନ୍ତେୱାଡ଼ା ସୀମାରେ ସୁରକ୍ଷାକର୍ମୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ସକାଳ 7 ଟାରୁ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ରହି ରହି ଗୁଳି ବିନିମୟ ହେଉଛି। ଏହି ମୁକାବିଲା 22 ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ DRG ଯବାନ ସହିଦ ହୋଇଛନ୍ତି। ନକ୍ସଲମାନଙ୍କ ଟାକ୍ଟିକାଲ୍ କାଉଣ୍ଟର ଅଫେନସିଭ୍ କ୍ୟାମ୍ପେନ-TCOC ସମୟରେ ଏହି ଘଟଣା ଘଟିଛି। ଘଟଣାସ୍ଥଳରୁ ବହୁ ମାତ୍ରାରେ ଗୁଳିଗୋଳା ଓ ମାରଣାସ୍ତ୍ର ଆଦି ଜବତ କରାଯାଇଛି। ସେହିପରି କାଙ୍କେର ଜିଲ୍ଲାରେ ମଧ୍ୟ ସୁରକ୍ଷାକର୍ମୀ- ମାଓବାଦୀ ଗୁଳିବିନିମୟରେ 8 ଜଣ ନକ୍ସଲ ପ୍ରାଣ ହରାଇଛନ୍ତି।

ଛତିଶଗଡ଼ ନକ୍ସଲ ଅପରେସନ ସମ୍ପର୍କରେ Xରେ ଏକ ପୋଷ୍ଟକରି ସୂଚନା ଦେଇଛନ୍ତି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। "ନକ୍ସଲମୁକ୍ତ ଭାରତ ଅଭିଯାନ" ଦିଗରେ ସୁରକ୍ଷାକର୍ମୀ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଛତିଶଗଡ଼ର ବିଜାପୁର ଏବଂ କାଙ୍କେରର

ଆମ ସୁରକ୍ଷାବାହିନୀ ଦ୍ବାରା ଦୁଇଟି ପୃଥକ ଅପରେସନରେ 30 ଜଣ ନକ୍ସଲଙ୍କୁ ହତ୍ୟା କରାଯାଇଥିବା ସେ ଉଲ୍ଲେଖ କରିଛନ୍ତି। ଏପରିକି ମୋଦୀ ସରକାର ନକ୍ସଲମାନଙ୍କ ବିରୁଦ୍ଧରେ ଏକ ନିର୍ଦ୍ଦୟ ଆଭିମୁଖ୍ୟ ସହ ଆଗକୁ ବଢୁଛନ୍ତି ଏବଂ ଆତ୍ମସମର୍ପଣଠାରୁ ଆରମ୍ଭ କରି ସମାବେଶନ ପର୍ଯ୍ୟନ୍ତ ସମସ୍ତ ସୁବିଧା ସତ୍ତ୍ବ ଆତ୍ମସମର୍ପଣ କରୁନଥିବା ସେହି ନକ୍ସଲମାନଙ୍କ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଆପଣେଇଛନ୍ତି। ଆସନ୍ତା ବର୍ଷ ମାର୍ଚ୍ଚ 31 ପୂର୍ବରୁ ଦେଶ ନକ୍ସଲମୁକ୍ତ ହେବାକୁ ଯାଉଛି ବୋଲି ଉଲ୍ଲେଖ କରିଛନ୍ତି ଶାହ।

ନକ୍ସଲମାନଙ୍କ TCOC ସମୟରେ, ଗତ କିଛି ବର୍ଷ ମଧ୍ୟରେ ଅନେକ ଘଟଣା ଘଟିଥିଲା। ଯେଉଁଥିରେ ସୁରକ୍ଷାକର୍ମୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

କିନ୍ତୁ 2023 ଏବଂ 2024 ମସିହାରେ TCOC ସମୟରେ, ସୁରକ୍ଷାକର୍ମୀଙ୍କ କଡା ସୁରକ୍ଷା ହେତୁ ନକ୍ସଲମାନେ କୌଣସି ବଡ଼ ଘଟଣା ଘଟାଇ ପାରିନଥିଲେ। ବରଂ ଏହି ସମୟ ମଧ୍ୟରେ ନକ୍ସଲ ସଂଗଠନ ବହୁ କ୍ଷତି ସହିଥିଲା।

0 Comments