ନୂଆଦିଲ୍ଲୀ: ଅପ୍ରେଲ ମାସରେ ସାଂସଦଙ୍କ ପାଇଁ ଖୁସି ଖବର । ସାତ ବର୍ଷ ପରେ ବଢିଲା ସା
ଂସଦଙ୍କ ଦରମା । ସାଂସଦଙ୍କ 24 ହଜାର ଟଙ୍କା ଦରମା ବଢାଇଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ସାଂସଦ ପାଉଥିଲେ ଏକ ଲକ୍ଷ । ବର୍ତ୍ତମାନ ପାଇବେ ଏକ ଲକ୍ଷ 24 ହଜାର । ଏହା ସହ ଦୈନିକ ଭତ୍ତା ମଧ୍ୟ ବଢାଇଛନ୍ତି ସରକାର ।
ସାଂସଦ ପୂର୍ବରୁ ଏକ ଲକ୍ଷ ଟଙ୍କା ଦରମା ପାଉଥିଲେ । ସରକାର ତାହାକୁ 1 ଲକ୍ଷ 24 ହଜାର କରିଛନ୍ତି । ସେହିପରି ଦୈନିକ ଭତ୍ତା ମଧ୍ୟ ବଢାଯାଇଛି । ପୂର୍ବରୁ ସାଂସଦ ମାନଙ୍କୁ ଦୈନିକ ଭତ୍ତା ଦୁଇ ହଜାର ଟଙ୍କା ମିଳୁଥିବା ବେଳେ ଏବେ ତାହା ବଢିକି ଅଢେଇ ହଜାର ହୋଇଛି ।
ସାଂସଦଙ୍କ ଦରମା ସହ ପୂର୍ବତନ ସାଂସଦଙ୍କ ପେନସନ ମଧ୍ୟ ବଢାଇଛନ୍ତି କେନ୍ଦ୍ର ସରକାର । ପେନସନ 25 ହଜାରରୁ ବଢିକି 31 ହଜାର କରାଯାଇଛି । ଏହି ବଢିଲା ଦରମା 1 ଏପ୍ରିଲ 2023ରୁ ଲାଗୁ ହେବ । ଏଥିପାଇଁ କେନ୍ଦ୍ର ସରକାର ଆଜି(ସୋମବାର) ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଶେଷଥର ପାଇଁ ସାଂସଦଙ୍କ ବେତନ ଓ ଭତ୍ତା ଏପ୍ରିଲ 2018ରେ ବଢିଥିଲା ।
ତେବେ ସବୁ ଜିନିଷ ମହଙ୍ଗା ଦେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସାଂସଦଙ୍କ ଦରମା ବଢାଇଛନ୍ତି । ଏହି ନିଷ୍ପତ୍ତି 2018 ପରେ ଲାଗୁ ହୋଇଥିବା ନିୟମ ଅନୁସାରେ କରାଯାଇଛି । ଯେଉଁଥିରେ ସାଂସଦଙ୍କ ବେତନ ଓ ଭତ୍ତା ପ୍ରତି 5 ବର୍ଷରେ ସମୀକ୍ଷା କରିବାର ନିୟମ ରହିଛି । ଏହି ସମୀକ୍ଷା ମହଙ୍ଗା ଦର ଉପରେ ଆଧାରିତ ଅଟେ । ବିଜ୍ଞପ୍ତିରେ କୁହାଯାଇଛି କି, ପାଞ୍ଚ ବର୍ଷରୁ ଅଧିକ ସେବା ପାଇଁ ଅତିରିକ୍ତ ପେନସନ 2000ରୁ ବଢାଇ 2500 କରାଯାଇଛି । ସାଂସଦଙ୍କୁ 70 ହଜାର ଟଙ୍କା ନିର୍ବାଚିତ କ୍ଷେତ୍ରର ଭତ୍ତା ବି ମିଳୁଛି ।