ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡାଦେଶ । ଆଜି (ମଙ୍ଗଳବାର) ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟ ୧୯୮୪ ଶିଖ ବିରୋଧୀ ଦଙ୍ଗା ସମୟରେ ସରସ୍ୱତୀ ବିହାର ମାମଲାରେ ଏହି ରାୟ ପ୍ରଦାନ କରିଛନ୍ତି । ସ୍ୱତନ୍ତ୍ର ଜଜ କାବେରୀ ବାଓ୍ବେଜା ଏହି ରାୟ ଶୁଣାଇଛନ୍ତି । ତେବେ କୋର୍ଟ ଏହା ପୂର୍ବରୁ ଫେବୃଆରୀ 12 ତାରିଖ ଦିନ ସଜ୍ଜନ ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । କିନ୍ତୁ ରାୟ ସଂରକ୍ଷିତ ରଖିଥିଲେ ।
ରାଉଜ ଆଭିନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି କାବେରୀ ବାୱେଜା ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହି ମାମଲାରେ ସିବିଆଇ ଓ ଅଭିଯୋଗକାରୀମାନେ ସଜ୍ଜନ କୁମାରଙ୍କୁ ଫାଶୀ ଦଣ୍ଡାଦେଶ ପାଇଁ ଦାବି କରିଥିଲେ । ୧୯୮୪ ମସିହା ନଭେମ୍ବର ୧ରେ ପଶ୍ଚିମ ଦିଲ୍ଲୀର ରାଜନଗରର ସରସ୍ୱତୀ ବିହାରରେ ଜଶଓ୍ବନ୍ତ ସିଂହ ଓ ତରୁଣଦୀପ ସିଂହଙ୍କୁ ହତ୍ୟା କରାଯାଇଥିଲା । ପଞ୍ଜାବର ଏକ ପୋଲିସ ଷ୍ଟେସନରେ ସଜ୍ଜନ କୁମାରଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା । ଅଭିଯୋଗକାରୀଙ୍କ ଅନୁଯାୟୀ, ସଜ୍ଜନ କୁମାର ଏହି ଦଙ୍ଗାକୁ ଉସକାଇଥିଲେ ଏବଂ ଘର ଉପରେ ଆକ୍ରମଣ କରିବାକୁ ପ୍ରବର୍ତ୍ତାଇଥିଲେ । ଏହାପରେ ଉତ୍ୟକ୍ତ ଲୋକମାନେ ମୃତକଙ୍କ ଘର ଭାଙ୍ଗି, ଲୁଟପାଟ କରି ସେମାନଙ୍କୁ ହତ୍ୟା କରିଥିଲେ । ୧୯୮୪ ମସିହାରେ ଶିଖ୍ ବିରୋଧୀ ଦଙ୍ଗାର ତଦନ୍ତ କରୁଥିବା ରଙ୍ଗନାଥ ମିଶ୍ର କମିଶନଙ୍କ ଅଭିଯୋଗ ପରେ ନୂଆଦିଲ୍ଲୀର ସରସ୍ୱତୀ ବିହାର ପୋଲିସ ଷ୍ଟେସନରେ ଆଇପିସି ଧାରା
oximity; --tw-gradient-from-position: ; --tw-gradient-via-position: ; --tw-gradient-to-position: ; --tw-ordinal: ; --tw-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 20px;">୧୪୭, ୧୪୮, ୧୪୯, ୩୯୫, ୩୯୭, ୩୦୨, ୩୦୭, ୪୩୬ ଏବଂ ୪୪୦
ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା ।
୨୦୨୧ ଡିସେମ୍ବର ୧୬ରେ ପୋଲିସ ତଦନ୍ତକୁ ଆଧାର କରି କୋର୍ଟ ସଜ୍ଜନଙ୍କୁ ଅଭିଯୁକ୍ତ କରିଥିଲେ । ଏହି ସମୟରେ ପୀଡିତଙ୍କ ଓକିଲ କହିଥିଲେ, " ଉତ୍ୟକ୍ତ ଲୋକମାନେ ମାରଣାସ୍ତ୍ର ଧରି ସରସ୍ୱତୀ ବିହାରରେ ପଶିଥିଲେ । ସେମାନେ ଲୁଟପାଟ, ନିଆଁ ଲଗାଇବା ସହ ଭଙ୍ଗାରୁଜା କରିଥିଲେ । ସେମାନେ ଶିଖଙ୍କ ସମ୍ପତ୍ତି ଉପରେ ଆକ୍ରମଣ କରିଥିଲେ । ସେମାନେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାର ପ୍ରତିଶୋଧ ନେଉଥିଲେ । ଏହି ସମୟରେ ଯଶବନ୍ତଙ୍କ ଘର ଉପରକୁ ଆକ୍ରମଣ ହୋଇଥିଲା । ଯଶବନ୍ତଙ୍କ ପୁଅକୁ ହତ୍ୟା କରିଥିଲେ । ଲୁଟପାଟ ପରେ ଘରେ ନିଆଁ ଲଗାଇ ଦେଇଥିଲେ ।
୨୦୨୫ ଜାନୁଆରୀ ୩୧ରେ ହୋଇଥିବା ଶୁଣାଣିରେ, ରାଉଜ ଆଭେନ୍ୟୁ କୋର୍ଟ ସଜ୍ଜନ କୁମାର ମାମଲାରେ ରାୟକୁ ସ୍ଥଗିତ ରଖିଥିଲେ । ପୂର୍ବରୁ ଜାନୁଆରୀ ୮ ଏବଂ ୨୦୨୪ ଡିସେମ୍ବର ୧୬ରେ ମଧ୍ୟ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିଲା । ଉଭୟ ଥର, ତିହାର ଜେଲରେ ବନ୍ଦୀ ସଜ୍ଜନ କୁମାର ଭିଡିଓ କନଫରେନ୍ସିଂ ମାଧ୍ୟମରେ, ସ୍ୱତନ୍ତ୍ର ବିଚାରପତି କାବେରୀ ବାଓ୍ବେଜାଙ୍କ ସମ୍ମୁଖରେ ହାଜର ହୋଇଥିଲେ । ଡିସେମ୍ବର ୨୦୨୧ରେ ସଜ୍ଜନ କୁମାର କହିଥିଲେ ଯେ, ’’ସେ ଏହି ମାମଲାରେ ନିର୍ଦ୍ଦୋଷ । ମାମଲାର ଶୁଣାଣିରେ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହାପରେ, ତାଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା’’।
୧୯୭୦ ଦଶକରେ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଜାରି ହୋଇଥିବା ଏମରଜେନ୍ସି ସମୟରେ ଅନେକ ଶିଖମାନଙ୍କୁ ବନ୍ଦୀ କରାଯାଇଥିଲା । ଏହାପରେ ୩୧ ଅକ୍ଟୋବର ୧୯୮୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଦୁଇ ସୁରକ୍ଷାକର୍ମୀ ଗୁଳି କରି ହତ୍ୟା କରିବା ପରେ ଦିଲ୍ଲୀ ସମେତ ଦେଶର ଅନେକ ସ୍ଥାନରେ ଶିଖ ବିରୋଧି ଦଙ୍ଗା ଦେଖିବାକୁ ମିଳିଥିଲା। ଆକ୍ରୋଶମୂଳକ ଭାବେ ଲୋକମାନେ ଶିଖ ଲୋକମାନଙ୍କ ଉପରେ ଆକ୍ରମଣ କରିବା ସହ ଘରଦ୍ୱାର ଭଙ୍ଗାରୁଜା ଓ ଜଳାପୋଡା କରିଥିଲେ । ସରକାରୀ ସୁତ୍ର ଅନୁଯାୟୀ, ଏଥିରେ ୩,୩୫୦ରୁ ଊର୍ଦ୍ଧ୍ୱ ଶିଖଙ୍କୁ ହତ୍ୟା କରାଯାଇଥିଲା ।