କେନ୍ଦୁଝର - ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ସହିତ ସୁଖିଲା ପତ୍ରର ସଦୁପଯୋଗ କରି ଆଦିମ ବନବାସୀ ମାନଙ୍କୁ ଆର୍ଥିକ ସ୍ବାବଲମ୍ବୀ ହେବାକୁ କେନ୍ଦୁଝର ବନଖଣ୍ଡ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦବ ବୋଲି ଆଜି କେନ୍ଦୁଝର ବନଖଣ୍ଡ ଅଧିକାରୀ DFO ଏଚ୍.ଡି.ଧନରାଜ୍ ସୂଚନା ଦେଇଛନ୍ତି । ଏହାର ବହୁଳ ପ୍ରଚାର ପ୍ରସାର ନିମନ୍ତେ ଏକ ସାଇକେଲ ରାଲି ଆୟୋଜନ କରି ଏହାକୁ ବିଦ୍ଧିବଦ୍ଧ ଭାବେ ଉଦ୍ଘାଟନ କରିଥିଲେ। ଏହି ସଚେତନତା ଧର୍ମୀ କାର୍ଯ୍ୟକ୍ରମକୁ କେନ୍ଦୁଝର ଜିଲ୍ଲା ପ୍ରଶାସନ, ରୋଟାରୀ କ୍ଲବ କେନ୍ଦୁଝର ଶାଖାର ସଭାନେତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ସ୍ବାଇଁ ଓ

ତାଙ୍କ ପୁରା ଟିମ୍ ,ଇନର ହ୍ୟୁଇଲ୍ କ୍ଲବ ର ସମସ୍ତ ସଦସ୍ୟା,ରୋଟ୍ରାକ୍ଟ କ୍ଲବ ର ସମସ୍ତ ସଦସ୍ୟ ଏବଂ କେନ୍ଦୁଝର ଜିଲ୍ଲାର ବହୁ ବୁଦ୍ଧିଜୀବୀ ଙ୍କ ମିଳିତ ସହଯୋଗରେ ଏହି ଜନସଚେତନତା ସୃଷ୍ଟି କାର୍ଯ୍ୟକ୍ରମକୁ ସଫଳତାର ସହିତ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଭବିଷ୍ୟତରେ ମଧ୍ୟ ରୋଟାରୀ କ୍ଲବ ସମସ୍ତ ଙ୍କ ସହଯୋଗ ରେ ଆୟୋଜନ କରି ଜାତୀୟ ସଂମ୍ପତ୍ତିର ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବ, ଏହି ଉତ୍ତର ଦାୟୀତ୍ବ ପାଇଁ ଆମେ ଅଙ୍ଗିକାରବଦ୍ଧ ବୋଲି ରୋଟାରୀ କ୍ଲବ କେନ୍ଦୁଝର ଶାଖାର ସଭାନେତ୍ରୀ ରାଜଲକ୍ଷ୍ମୀ ସ୍ବାଇଁ ସୂଚନା ଦେଇଛନ୍ତି।

0 Comments