ଢେଂକିକୋଟ:(ତପନ ବେହେରା)ଘଟଗାଁ ଥାନା ଅଧୀନ ଢେଂକିକୋଟ ବଜାର ଠାରୁ ଅଳ୍ପଦୂରତ୍ୱ ରୁ ଜଣେ ଯୁବକ ଗୁରୁତର ହୋଇ ପଡିଥିବା ଖବର ଜାଣି ଟୋଲ ଗେଟ ୧୦୩୩ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତିହୋଇ ଥିଲେ ସେଠାରେ ମୃତ୍ୟୁ ହୋଇ ଥିଲା,ମୃତ ଯୁବକ ବାଙ୍କପାଟୁଳି ଗ୍ରାମ ଭଜୁ ନାୟକ ଙ୍କ ସାନପୁଅ ଟୁନା ନାୟକ ବୋଲିଜଣାପଡିଛି,ଢେଂକିକୋଟ ଫାଣ୍ଡି ପକ୍ଷରୁ ମୃତଦେହ କୁ କେ
ନ୍ଦୁଝର ସ୍ୱାସ୍ଥ୍ୟକେନ୍ଦ୍ର ରେ ପାଞ୍ଚନାମା ପରେ ପରିବାର କୁ ହସ୍ତାନ୍ତର କରି ମାମଲାକୁ ନେଇ ତଦନ୍ତ କରିଛି,ପିଲାଟି ଶ୍ରମିକ ଭାବେ କିଛି ଯୁବକ ଙ୍କ ସହ କାମ କରେ ଗତକାଲି ବି ସାଥି ମାନଙ୍କ ସହ ଢେଂକିକୋଟ ଆସିଥିଲା ଏହି ଘଟଣା ଅଜଣା ଗାଡ଼ି ଦୁର୍ଘଟଣାରେ ପିଲାଟିର ମୃତ୍ୟୁକୁ ଅନେକ ବୁଦ୍ଧିଜୀବୀ ଖଣ୍ଡନକରି ଥିବା ବେଳେ, ପୋଲିସ ଅଧିକ ତଦନ୍ତ କଲେସବୁ ସ୍ପଷ୍ଟ ହୋଇ ମୃତ୍ୟୁର କାରଣ ଜଣାପଡିବ ବୋଲି ମତରଖିଛନ୍ତି।