କେନ୍ଦୁଝର: ମହିଳାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ଅଣ୍ଟା ଭିଡ଼ିଛି କଂଗ୍ରେସ । ରାଜ୍ୟରେ ମହିଳାମାନେ ସୁରକ୍ଷିତ ନଥିବା ଅଭିଯୋଗ ଆଣିଛି । ମହିଳା ସମ୍ମାନ ଓ ସୁରକ୍ଷା ଦାବିରେ କଂଗ୍ରେସ କର୍ମୀମାନେ ଆସନ୍ତା ୨୭ ତାରିଖରେ ଓଡ଼ିଶା ବିଧାନସଭା ଘେରାଉ କରିବେ । ଏନେଇ ଆଜି ସୂଚନା ଦେଇଛନ୍ତି AICC ର ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ।
ଏନେଇ AICC ଓଡ଼ିଶା ପ୍ରଭାରୀ
rt: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">ଅଜୟ କୁମାର ଲଲ୍ଲୁ
କହିଛନ୍ତି, "ଓଡ଼ିଶାରେ ମହିଳାମାନେ ସୁରକ୍ଷିତ ନାହାନ୍ତି । ମହିଳାମାନଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ଆସନ୍ତା ମାର୍ଚ୍ଚ ୨୭ ତାରିଖରେ କଂଗ୍ରେସ ବିଧାନସଭା ଘେରାଉ କରିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଗୃହରେ କହିଥିଲେ ଯେ, ୨୦୨୦ରୁ ୨୦୨୪ ମଧ୍ୟରେ ୩୬ ହଜାର ୪ ଶହ ୨୦ ଜଣ ମହିଳା ଓ ୮ ହଜାର ୩ ଜଣ ଶିଶୁ ଗାଏବ ଅଛନ୍ତି । ଗତ ୮ ମାସ ସରକାର ମଧ୍ୟରେ କେତେ ଜଣ ମହିଳା ଓ ଶିଶୁ ନିଖୋଜ ଅଛନ୍ତି, ସେନେଇ ବିଧାନସଭାରେ କଂଗ୍ରେସର ଜଣେ ବିଧାୟକ ପ୍ରଶ୍ନ କରିଥିଲେ । ଏହା ସଂଖ୍ୟା ୨୦ ହଜାର ୬୦ । ଯେଭଳି ଭାବରେ ଘଟଣା ସବୁ ସାମ୍ନାକୁ ଆସୁଛି, ଏଥିରୁ ଜଣାପଡ଼ୁଛି ଯେ, ଓଡି଼ଶା ଏକ ଚିନ୍ତାଜନକ ସ୍ଥିତିରେ ଅଛି । କାନୁନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ଧ୍ବସଂ ହୋଇଗଲାଣି । ତେଣୁ ମହିଳାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ମାର୍ଚ୍ଚ ୨୭ ତାରିଖରେ କଂଗ୍ରେସ ପାର୍ଟି ବିଧାନସଭା ଘେରାଉ କରିବ ।"
ଆଜି କେନ୍ଦୁଝର ଜିଲ୍ଲା କଂଗ୍ରେସ ପକ୍ଷରୁ ନାରୀ ନିର୍ଯାତନା, ବିଜେଡି ଓ ବିଜେପିର ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ କଂଗ୍ରେସ କର୍ମୀ ଏକାଠି ହୋଇଥିଲେ । ଶତାଧିକ ଯୁବ କଂଗ୍ରେସ କର୍ମୀଙ୍କ ସହ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ସ୍ଥାନୀୟ ଅଡିଟୋରିୟମରେ ଏକ କର୍ମୀ ସମ୍ମିଳନୀରେ ଯୋଗଦେଇଥିଲେ କଂଗ୍ରେସ AICCର ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ । ରାଜ୍ୟରେ ଆଇନ୍ କାନୁନ୍ ବିଗିଡି ଯାଇଥିବାବେଳେ ଏନେଇ ସାଧାରଣ ଲୋକ ଆଗେଇ ଆସିବାକୁ ଆହ୍ଵାନ ଦେଇଥିଲେ ଅଜୟ । ଉକ୍ତ କର୍ମୀ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ଜିଲ୍ଲା ତଥା ରାଜ୍ୟରେ କଂଗ୍ରେସର ଉତ୍ଥାନ କରିବାକୁ ହେଲେ ଗୋଷ୍ଠୀ କନ୍ଦଳ ଛାଡି ଏକଜୁଟ ହେବାକୁ କର୍ମୀଙ୍କୁ ଆହ୍ଵାନ ଦେଇଥିଲେ । "ମୁଁ ବରପୁତ୍ର ନୁହେଁ ବଡ ପୁତ୍ର" ତେଣୁ ଆଗାମୀ ଦିନରେ ଯୁବ ପିଢ଼ି ମଙ୍ଗ ଧରିବାକୁ ଆହ୍ଵାନ ଦେଇଥିଲା ନିରଞ୍ଜନ ।
ସେହିପରି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଯୋଗଦେଇ ନିଜର ବକ୍ତବ୍ୟରେ ସମସ୍ତ କର୍ମୀ ଏକଜୁଟ ହୋଇ ସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଲେ ହିଁ କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା ଭଡ଼ିବ ବୋଲି କହିଥିଲେ । ଉକ୍ତ ମଞ୍ଚରେ ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କ ସହ ଜୟଦେବ ଜେନାଙ୍କ ପୁଅ ମନୋଜ ଜେନା ଉପସ୍ଥିତି ଥିବା ବେଳେ ଜିଲ୍ଲାର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲା ସଭାପତି ମୋହନ ପରିଡ଼ାଙ୍କ ନେତୃତ୍ୱରେ ଏହି କର୍ମୀ ସମାବେଶ ଅନୁଷ୍ଠିତ ହୋଇଥିବା ବେଳେ ଦୀର୍ଘଦିନ ପରେ ହଜାର କଂଗ୍ରେସ କର୍ମୀ ସମାବେଶରେ ଯୋଗଦେବା ନେଇ ଉତ୍ସାହିତ ହୋଇଥିଲେ ରାଜ୍ୟ କଂଗ୍ରେସ ନେତା ।