ପାଟଣା( ବିଜୟ ମହାନ୍ତ):ରାଧାକୃଷ୍ଣ ବିଗ୍ରହ ପତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି। ପାଟଣା ବ୍ଲକ ଟାଙ୍ଗରପଡ଼ା ଜୟ ଗୋପାଲ ରାଧାକୃଷ୍ଣ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ରେ ବରିଷ୍ଠ ରାଜ୍ୟ ସ୍ତରୀୟ ଯାଦବ ନେତା ମିତ୍ର ଭାନୁ ମହାକୁଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ କମିଟିର ଉପଦେଷ୍ଟା ଆଡଭୋକେଟ ରାହସ ବିହାରୀ ପୁଷ୍ଟି ବ୍ଲକ ସଭାପତି ପ୍ରହଲ୍ଲାଦ କୁମାର ପଲେଇ କେନ୍ଦୁଝର ସାଂସ
ଦ ଙ୍କ ଧର୍ମ ପତ୍ନୀ ଲବଙ୍ଗଲତା ନାଏକ, ଜିଲ୍ଲା ମହିଳା ନେତ୍ରୀ ମମତା ସିଂ, ସଂମ୍ମାନୀତ ଅତିଥି ଭାବେ ମଞ୍ଚାସିନ ଥିଲେ। ବିଭିନ୍ନ ଗ୍ରାମର ଯାଦବ ପ୍ରେମୀ ମହିଳା, ଜନସାଧାରଣ ଶତାଧିକ ସଂଖ୍ୟାରେ ଯୋଗଦାନ କରିଥିଲେ।ଅନ୍ୟାନ୍ୟ ଅତିଥି ମାନଙ୍କର ମଧ୍ୟରେ ଆଡଭୋକେଟ ବିଭୂତି ଭୂଷଣ ପ୍ରଧାନ, ଅନିରୁଦ୍ଧ ବାରିକ, ରାଜକୁମାର ପଲେଇ, ସରପଞ୍ଚ ଅନିରୁଦ୍ଧ ନାଏକ, ମନମୋହନ ନାଏକ, ତଥା ବହୁ ମାନ୍ୟ ଗଣ ବ୍ୟକ୍ତି ଉପସ୍ଥିତ ଥିଲେ।