(ବ୍ୟୁରୋ)ଗତ 9 ମାସ ଧରି ମହାକାଶରେ ଫସିଥିବା ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ସାଥୀ ମହାକାଶଚାରୀମାନଙ୍କ ସହିତ ଖୁବଶୀଘ୍ର ସ୍ପେଶଏକ୍ସର ଡ୍ରାଗନ ମହାକାଶ ଯାନରେ ପୃଥିବୀ ଫେରୁଛନ୍ତି । ମାର୍ଚ୍ଚ 17 10:45 p.m. EDT (ଭାରତୀୟ ସମୟ ମଙ୍ଗଳବାର 8:15 AM)ରେ ସେ ପୃଥିବୀ ଫେରିବା ଲାଗି ପ୍ରସ୍ତୁତି ଆରମ୍ଭ କରିବେ । ଭାରତୀୟ ସମୟ ଅନୁସାରେ ମାର୍ଚ୍ଚ 19 (ବୁଧବାର)ରେ ପୃଥିବୀରେ ପହଞ୍ଚିବେ ।

କ୍ରୁ-9 ମେମ୍ବର ପୃଥିବୀ ଫେରିବା ସୁନିଶ୍ଚିତ କରିବା ଲାଗି କ୍ରୁ-10 ମିଶନକୁ ଲଞ୍ଚ କରାଯାଇଥିଲା । ଏହି ମିଶନ ଜରିଆରେ 4ଜଣ ମହାକାଶଚାରୀ ରବିବାର ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS)ରେ ପହଞ୍ଚିସାରିଛନ୍ତି । ସ୍ପେଶ ଷ୍ଟେସନରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ କ୍ରୁ-9 ସଦସ୍ୟମାନେ ଜୋରଦାର ସ୍ବାଗତ କରିଥିଲେ । ଏବେ କ୍ରୁ-10 ମିଶନର ସଦସ୍ୟମାନଙ୍କୁ ସମସ୍ତ କାର୍ଯ୍ୟ ହସ୍ତାନ୍ତର କରିବା ପରେ କମାଣ୍ଡର ସୁନୀତା ପୃଥିବୀ ଅଭିମୁଖେ ବାହାରିବେ

ଅନ୍ତର୍ଜାତୀୟ ସ୍ପେଶ୍‌ ଷ୍ଟେସନରୁ ଏଜେନ୍ସିର କ୍ରୁ-9 ମିଶନକୁ ଫେରିବା ପାଇଁ ଫ୍ଲୋରିଡା ଉପକୂଳରେ ପାଣିପାଗ ଏବଂ ସ୍ପ୍ଲାସଡାଉନ୍ ସ୍ଥିତିର ଆକଳନ ପାଇଁ ନାସା ଏବଂ ସ୍ପେସ୍ ଏକ୍ସ ରବିବାର ଆଲୋଚନା କରିଥଇଲେ । ମାର୍ଚ୍ଚ 18, ମଙ୍ଗଳବାର ସନ୍ଧ୍ୟା (ଭାରତୀୟ ସମୟ ବୁଧବାର ସକାଳ 8:15) ପାଇଁ ପୂର୍ବାନୁମାନ କରାଯାଇଥିବା ଅନୁକୂଳ ପରିସ୍ଥିତି ଉପରେ ଆଧାର କରି ମିଶନ ମ୍ୟାନେଜରମାନେ ପୂର୍ବ କ୍ରୁ-9 ଫେରିବା ସୁଯୋଗକୁ ଟାର୍ଗେଟ କରୁଛନ୍ତି ।

ଏହି ମିଶନରେ ସାମିଲ ଥିବା 4ଜଣ ମହାକାଶଚାରୀ ହେଉଛନ୍ତି ନାସାର ମହାକାଶଚାରୀ ଆନ୍ ମ୍ୟାକ୍ଲେନ୍ ଏବଂ ନିକୋଲ ଆୟର୍ସ, ଜାକ୍ସା (ଜାପାନ ଏରୋସ୍ପେଶ୍‌ ଏକ୍ସପ୍ଲୋରେସନ୍ ଏଜେନ୍ସି) ମହାକାଶଚାରୀ ଟାକୁଆ ଓନିଶି ଏବଂ କସମୋନଟ୍‌ କିରିଲ୍ ପେସ୍କୋଭ ।


0 Comments