ମୁମ୍ବାଇ -  ଟେଷ୍ଟରୁ ଅବସର ନେଲେ ବିରାଟ କୋହଲି । ଇନଷ୍ଟାଗ୍ରାମ ପୋଷ୍ଟରେ କଲେ ଘୋଷଣା । ଇଂଲଣ୍ଡ ଗସ୍ତ ପୂର୍ବରୁ ଟେଷ୍ଟରୁ ଅବସର ଘୋଷଣା କଲେ ବିରାଟ କୋହଲି । ତେବେ କିଛି ଦିନ ପୂର୍ବରୁ ରୋହିତ ଶର୍ମା ମଧ୍ୟ ଅଚାନକ ଟେଷ୍ଟ କ୍ରିକେଟରୁ ଅବସର ଗ୍ରହଣ କରି ସମସ୍ତଙ୍କୁ ଚକିତ କରିଥିଲେ । ଭାରତୀୟ ଦଳ ଆଗକୁ ଇଂଲଣ୍ଡ ଯାତ୍ରା କରିବ । ଏହା ପୂର୍ବରୁ ଦୁଇ ବରିଷ୍ଠ ତଥା ଭେଟେରାନ ବ୍ୟାଟରଙ୍କ ଟଷ୍ଟରୁ ଅବସର ଘୋଷଣା ପରେ ବଢିଯାଇଛି ବିସିସିଆଇର ଟେନସନ୍ । ଟେଷ୍ଟ ଟିମ୍ ପାଇଁ ଅଧିନାୟକ ଘୋଷଣା ବାକି ରହିଥିବା ବେଲେ କୋହଲିଙ୍କ ସ୍ଥାନ କିଏ ନେବେ ତାକୁ ଅପେକ୍ଷା ।

କୋହଲି ତାଙ୍କ ଟେଷ୍ଟ କ୍ୟାରିଅରରେ 9 ହଜାରରୁ ଅଧିନକ ରନ ସ୍କୋର କରିଥିବା ବେଳେ 30ଟି ଶତକ ଏବଂ 31ଟି ଅର୍ଦ୍ଧଶତକ ମାରିଛନ୍ତି । ଏହା ସହିତ 7ଟି ଦ୍ୱିଶତକ ମାରିଛନ୍ତି କିଙ୍ଗ୍ କୋହଲି । ତାଙ୍କ ଟେଷ୍ଟରେ ସର୍ବୋଚ୍ଚ ସ୍କୋର 254 ନଟଆଉଟ୍ । ତେବେ ରୋହିତ ଶର୍ମାଙ୍କ ପରେ ସନ୍ନ୍ୟାସ ଘୋଷଣା କଲେ ବିରାଟ । ୧୪ ବର୍ଷର ଟେଷ୍ଟ୍‌ କ୍ୟାରିଅରରୁ ଅବସର ନେଲେ ବିରାଟ । ୨୦୦୮ରେ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ ବିରାଟ ।

fba9a0; font-size: 20px;">ଟେଷ୍ଟ କ୍ରିକେଟରେ ମୁଁ ପ୍ରଥମ ଥର ପାଇଁ ଜର୍ସି ପିନ୍ଧିବାର ୧୪ ବର୍ଷ ବିତିଗଲାଣି । ସତ କହିବାକୁ ଗଲେ, ଏହି ଫର୍ମାଟରେ ଯାତ୍ରା କିପରି ରହିବ, ତାହା ମୁଁ କେବେ କଳ୍ପନା କରି ନଥିଲି । ଏହା ମୋତେ ପରୀକ୍ଷା କରିଛି, ମୋତେ ଗଠନ କରିଛି ଏବଂ ମୋତେ ଜୀବନ ସାରା ବହନ କରିବାର ଶିକ୍ଷା ଦେଇଛି... ମୁଁ ସବୁବେଳେ ମୋ ଟେଷ୍ଟ କ୍ୟାରିୟରକୁ ହସ ହସ ମୁହଁରେ ଦେଖିବି," ବିରାଟ କୋହଲି ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଏହା ଲେଖିଛନ୍ତି ।

ଏପଟେ ଅଧିନାୟକ ରେସରେ ସବୁଠୁ ଆଗରେ ଅଛନ୍ତି ଶୁଭମନ ଗିଲ । ତେବେ ଟେଷ୍ଟ କ୍ରିକେଟକୁ ଶ୍ରେୟସ୍ ଆୟର ଫେରିବେ ବୋଲି ରିପୋର୍ଟ ଆସୁଛି । ବର୍ତ୍ତମାନ ଚୟନକର୍ତ୍ତାଙ୍କ ପାଇଁ ଟେଷ୍ଟ ଟିମ୍ ବାଛିବା କଷ୍ଟକର ହୋଇପଡିଥିବା ବେଳେ କୋହଲିଙ୍କୁ ଏହି ନିଷ୍ପତ୍ତିରୁ କ୍ଷାନ୍ତ ରହିବାକୁ ଅନେକ କ୍ରିକେଟର ପୂର୍ବରୁ ସୋସିଆଲ ମିଡିଆରେ ଅପିଲ କରିଥିଲେ । କାରଣ କୋହଲି ଟଷ୍ଟରୁ ଅବସର ନେବେ ବୋଲି ବିସିସିଆଇକୁ ସୂଚନା ଦେଇ ସାରିଥିବା ରିପୋର୍ଟ ପ୍ରକାଶ ପାଇଥିଲା ।



0 Comments