ଲଣ୍ଡନ: ଭାରତ- ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଡ୍ର ରେ ଶେଷ ହୋଇଛି। ଏକ ରୋମାଞ୍ଚକର ମ୍ୟା

ଚ୍ ରେ ଭାରତ ଓଭାଲ ଟେଷ୍ଟକୁ 6 ରନ୍ ରେ ଜିତି ନେଇଛି। ଆଜି ମ୍ୟାଚ୍ ର ପଞ୍ଚମ ଦିନରେ ଇଂଲଣ୍ଡକୁ ବିଜୟ ପାଇଁ 35 ରନ୍ ଆବଶ୍ୟକ ଥିବାବେଳେ ଭାରତକୁ ଦରକାର ଥିଲା 4 ୱିକେଟର ଆବଶ୍ୟକ ଥିଲା। ହେଲେ ଆୟୋଜକ ଦଳ ମାତ୍ର 5 ରନ୍ ପୂର୍ବରୁ ଅଲଆଉଟ୍ ହୋଇଯାଇଥିଲା।

ପ୍ରସିଦ୍ଧ କ୍ରିଷ୍ଣା ଓ ମହମ୍ମଦ ସିରାଜଙ୍କ ବୋଲିଂ ଆଗରେ ଧରାଶାୟୀ ହୋଇଥିଲା ଘରୋଇ ଦଳ। ସମସ୍ତଙ୍କୁ ଚକିତ କରି ସିରାଜ 5 ୱିକେଟ ହାସଲ କରିଥିବା ବେଳେ ପ୍ରସିଦ୍ଧ 4 ୱିକେଟ ନେଇଥିଲେ। ଓଭାଲରେ ମୋଟ୍ 9ଟି ୱିକେଟ ହାସଲ କରି ସିରାଜ ପ୍ଲେୟର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।

ଏହି ଚମତ୍କାର ବିଜୟ ସହିତ ଅଧିନାୟକ ଶୁଭମନ ଗିଲ୍ ମଧ୍ୟ ଇତିହାସ ରଚିଛନ୍ତି। ସେ ଲଣ୍ଡନର ଓଭାଲ୍ ଗ୍ରାଉଣ୍ଡରେ ଟେଷ୍ଟ ମ୍ୟାଚ୍ ଜିତିବାରେ ତୃତୀୟ ଭାରତୀୟ ଅଧିନାୟକ ହୋଇଛନ୍ତି। ପୂର୍ବରୁ 2021ରେ ବିରାଟ କୋହଲି ଏବଂ 1971ରେ ଅଜିତ ୱାଡେକର ଏଠାରେ ମ୍ୟାଚ୍ ଜିତିଥିଲେ। ଏଥିସହ ଶୁଭମନ ଗିଲ୍ ପ୍ଲେୟର ଅଫ୍ ଦ ସିରିଜ୍ ବିବେଚିତ ହୋଇଛନ୍ତି। ତାଙ୍କ ସହ ହ୍ୟାରି ବ୍ରୁକ୍ ଙ୍କୁ ମଧ୍ୟ ପ୍ଲେୟର ଅଫ୍ ଦ ସିରିଜ ଘୋଷଣା କରାଯାଇଛି।

ଓଭାଲରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଓଲି ପୋପ୍ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ଏହା ପରେ ଭାରତର ପ୍ରଥମ ଇନିଂସ 224 ରନରେ ଏବଂ ଇଂଲଣ୍ଡର ପ୍ରଥମ ଇନିଂସ 247 ରନରେ ପତନ ହୋଇଥିଲା। ଏହାପରେ ଦ୍ୱିତୀୟ ଇନିଂସରେ ଭାରତ ଚମତ୍କାର ବ୍ୟାଟିଂ କରି 396 ରନ୍ କରିଥିଲା, ଯାହା ଫଳରେ ଇଂଲଣ୍ଡକୁ ବିଜୟ ପାଇଁ 374 ରନର ଟାର୍ଗେଟ ମିଳିଥିଲା। କିନ୍ତୁ ଇଂଲଣ୍ଡର ଦ୍ୱିତୀୟ ଇନିଂସ 367 ରନରେ ସୀମିତ ରହିଥିଲା। ଯାହା ସିରିଜକୁ 2-2ରେ ବରାବର କରିଥିଲା।

0 Comments