ମାଞ୍ଚ

େଷ୍ଟର: ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ ଡ୍ରରେ ଶେଷ ହୋଇଛି। ଏହା ସହିତ, ଭାରତ ସିରିଜରେ 2-1ରେ ପଛୁଆ ଅଛି। ଏବେ ଏହି ସିରିଜର ପଞ୍ଚମ ଏବଂ ଅନ୍ତିମ ମ୍ୟାଚ୍ 31 ଜୁଲାଇରୁ ଖେଳାଯିବ, ଯାହାକୁ ଜିତି ଟିମ୍ ଇଣ୍ଡିଆ ସିରିଜକୁ 2-2ରେ ସମାନ କରିବାକୁ ଚାହିଁବ।

ଭାରତ ପ୍ରଥମ ଇନିଂସରେ 358 ରନ୍ କରିଥିଲା। ଏହା ପରେ ଇଂଲଣ୍ଡ ତା'ର ପ୍ରଥମ ଇନିଂସରେ 669 ରନ୍ କରିଥିଲା ଏବଂ ଭାରତ ଉପରେ 311 ରନ୍ ର ଲିଡ୍ ହାସଲ କରିଥିଲା। ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ 4 ୱିକେଟ୍ ହରାଇ 425 ରନ୍ କରିଛି। ପଞ୍ଚମ ଦିନର ଶେଷ ସେସନ୍‌ରେ ମ୍ୟାଚ୍‌ର ଫଳାଫଳ ଆସୁ ନଥିବା ଦେଖି ଇଂଲଣ୍ଡ ଏବଂ ଭାରତ ପରସ୍ପର ସହମତିରେ ମ୍ୟାଚ୍‌କୁ ଡ୍ର ରଖିବାକୁ ନିଷ୍ପତ୍ତି ନେଇଥିଲେ।

ଭାରତୀୟ ଟେଷ୍ଟ ଅଧିନାୟକ ଶୁମନ ଗିଲ୍ ଆଣ୍ଡରସନ-ତେନ୍ଦୁଲକର ଟ୍ରଫିରେ ତାଙ୍କର ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ଗିଲ୍ ଦ୍ବିତୀୟ ଇନିଂସରେ 103 ରନର ଇନିଂସ ଖେଳି ଡନ୍ ବ୍ରାଡମ୍ୟାନ୍ ଏବଂ ସୁନୀଲ ଗାଭାସ୍କରଙ୍କ ଦ୍ୱାରା ସ୍ଥାପିତ ବିଶ୍ୱ ରେକର୍ଡର ସମକକ୍ଷ ହୋଇଛନ୍ତି। ଏଥିସହ ଗିଲ୍ ଗୋଟିଏ ଟେଷ୍ଟ ସିରିଜରେ ଚାରିଟି ଶତକ ହାସଲ କରିଥିବା ଅଧିନାୟକଙ୍କ ଏକ ସ୍ୱତନ୍ତ୍ର କ୍ଲବରେ ସାମିଲ ହୋଇଛନ୍ତି।

0 Comments