ଭୁବନେଶ୍ବର: ପୁଣି ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ଆଉ ଏକ ବିଶ୍ବସ୍ତରୀୟ କ୍ରୀଡା ମହାକୁମ୍ଭ । ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ (WACT) । ଆସନ
୍ତା 10 ତାରିଖରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ହେବ । ଏଥି ପାଇଁ ବିଭିନ୍ନ ଦେଶରୁ ଖେଳାଳି ଆସି ଓଡି଼ଶାରେ ପହଞ୍ଚିଛନ୍ତି । ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହୋଇଥିବା ଏହି ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁରରେ 17 ଟି ଦେଶର 225 ପ୍ରତିଯୋଗୀ 19 ଟି ଇଭେଣ୍ଟରେ ଅଂଶଗ୍ରହଣ କରିବେ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ କଳିଙ୍ଗ ଷ୍ଟାଡିଅମରେ ସ୍ଥିତି ସମୀକ୍ଷା କରିସାରିଛନ୍ତି କ୍ରୀଡାମନ୍ତ୍ରୀ । ଅନ୍ତର୍ଜାତୀୟ ପ୍ରତିଯୋଗିତା ରାଜ୍ୟରେ ଆୟୋଜନ ହେବା ଦ୍ୱାରା ରାଜ୍ୟବାସୀ ଦେଖିବାକୁ ପାଇବେ ଅନେକ ଅନ୍ତର୍ଜାତୀୟ କ୍ରୀଡ଼ାବିତଙ୍କ ପ୍ରଦର୍ଶନ । କେବଳ ସେତିକି ନୁହେଁ ଯୁବ କ୍ରୀଡ଼ାବିତ ମଧ୍ୟ ଏହି ଖେଳାଳିଙ୍କ ଠାରୁ ଅନେକ ପ୍ରେରଣା ପାଇବେ ।
ପୂର୍ବରୁ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରିସାରିଛି ଓଡି଼ଶା । ଅନେକ କ୍ରୀଡାର ଜାତୀୟସ୍ତରୀୟ ପ୍ରତିଯୋଗିତା ମଧ୍ୟ ଆୟୋଜନ କରିପାରିଛି କଳିଙ୍ଗ ଷ୍ଟାଡିଅମ । ଏଥର ଖେଳାଯିବାକୁ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଭାରତ ବ୍ୟତୀତ ଅଷ୍ଟ୍ରେଲିଆ, ଭୁଟାନ, ଗ୍ରେଟ ବ୍ରିଟେନ, ଇରାନ, ଇରାକ, କୋରିଆ, ମାଲେସିଆ, ନେପାଳ, ଫିଲିପାଇନ୍ସ, ପାପୁଆ ନ୍ୟୁ ଗିନି, ପର୍ତ୍ତୁଗାଲ, ଜବୁଟି, ସାଉଥ ଆଫ୍ରିକା, ସୋମଲିଆ, ଶ୍ରୀଲଙ୍କା, ତୁର୍କମେନିସ୍ତାନ । ଆଦି ଦେଶର କ୍ରୀଡ଼ାବିତ ନଜର ଆସିବେ । ରାଜ୍ୟର କ୍ରୀଡ଼ାବିତ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି ସମସ୍ତଙ୍କ ଆଶା । କ୍ରୀଡା ଭିତିଭୂମି ପାଇଁ ଅନେକ ସମୟରେ ପ୍ରଶଂସା ସାଉଁଟିଛି ଓଡିଶା । ଏହିପରି ଗୋଟେ ପରେ ଗୋଟେ ପ୍ରତିଯୋଗିତା ଆୟୋଜନ ହେଲେ ରାଜ୍ୟରୁକ୍ରୀଡ଼ାବିତ ସୃଷ୍ଟି ହେବେ ।