(ବ୍ୟୁରୋ)ପ୍ରକାଶ ପାଇଲା CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ । 2024-25 ବର୍ଷର CBSE ଦଶମ ବୋର୍ଡ଼ ପରୀକ୍ଷା ଫଳାଫଳ ବାହାରିଛି । ଦେଶରେ ମୋଟ ପାସ ହାର 93.66 ପ୍ରତିଶତ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ । ଗତବର୍ଷ ତୁଳନାରେ ଚଳିତ ବର୍ଷ ପାସ ହାର 0.06 ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ରାଜଧାନୀ ଭୁବନେଶ୍ବର ଜୋନରେ 92.64 ପ୍ରତିଶତ ପାସ ହାର ରହିଛି ।
ଚଳିତବର୍ଷ ସାରା ଦେଶରେ ପାସ ହାର 93.66 % ରହିଥିବା ବେଳେ ଗତବର୍ଷ ତୁଳନାରେ 0.06 % ବୃଦ୍ଧି ପାଇଛି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର 2.37% ଅଧିକା ରହିଛି । 95 % ଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ପୁଅମାନଙ୍କ ପାଇଁ ଏହା 92.63 % ରହିଛି । ଟ୍ରାନ୍ସଜେଣ୍ଡର ପ୍ରାର୍ଥୀଙ୍କ ପାଇଁ ପାସ୍ ହାର ଗତବର୍ଷର 91.30% ତୁଳନାରେ 95% ରହିଛି । ସେହିପରି 1.99 ଲକ୍ଷରୁ ଅଧିକ ପ୍ରାର୍ଥୀ 90%ରୁ ଅଧିକ ନମ୍ବର ରଖିଥିବା ବେଳେ 45,516 ଜଣ ଛାତ୍ରଛାତ୍ରୀ 95%ରୁ ଅଧିକ ନମ୍ବର ରଖିଛନ୍ତି ଏବଂ 1.41 ଲକ୍ଷରୁ ଅଧିକ ପ୍ରାର୍ଥୀ କମ୍ପାର୍ଟମେଣ୍ଟ ପରୀକ୍ଷା ପାଇଁ ସ୍ଥାନୀତ ହୋଇଥିବା ବେଳେ ମୋଟ 23,71,939 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।
CBSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ଫଳ ପ୍ରାକାଶ ପାଇବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିଜ ସୋସିଆଲ ମିଡ଼ିଆ Xରେ ଲେଖିଛନ୍ତି,"CBSE ଦ୍ୱାଦଶ ଏବଂ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ! ଏହା ତୁମର ଦୃଢ଼ ସଂକଳ୍ପ, ଶୃଙ୍ଖଳା ଏବଂ କଠିନ ପରିଶ୍ରମର ଫଳାଫଳ। ଆଜି ପିତାମାତା, ଶିକ୍ଷକ ଏବଂ ଏହି ସଫଳତାରେ ଅବଦାନ ଦେଇଥିବା ସମସ୍ତଙ୍କ ଭୂମିକାକୁ ସ୍ୱୀକାର କରିବାର ଦିନ ।ପରୀକ୍ଷା ଯୋଦ୍ଧାମାନଙ୍କୁ ଆଗକୁ ଥିବା ସମସ୍ତ ସୁଯୋଗରେ ମହାନ ସଫଳତା କାମନା କରୁଛି! ଯେଉଁମାନେ ନିଜ ସ୍କୋରରେ ଟିକେ ନିରାଶ ଅନୁଭବ କରୁଛନ୍ତି, ମୁଁ ସେମାନଙ୍କୁ କହିବାକୁ ଚାହୁଁଛି, ଗୋଟିଏ ପରୀକ୍ଷା କେବେ ତୁମକୁ ପରିଭାଷିତ କରିପାରିବ ନାହିଁ । ତୁମର ଯାତ୍ରା ବହୁତ ବଡ଼ ଏବଂ ତୁମର ଶକ୍ତି ମାର୍କ ସିଟ୍ ଠାରୁ ବହୁତ ଦୂରରେ । ଆତ୍ମବିଶ୍ୱାସୀ ରୁହ, ଜିଜ୍ଞାସୁ ରୁହ କାରଣ ମହାନ ଜିନିଷ ଅପେକ୍ଷା କରିଛି ।"