ମୁମ୍ବାଇ: ଭାରତ ଏବଂ ପାକିସ୍ତାନ ସ୍ଥଳ, ଆକାଶ ଏବଂ ସମୁଦ୍ରରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ପାଇଁ ବୁଝାମଣାରେ ପହଞ୍ଚିବା ଘୋଷଣା କରିବା ପରେ ସୋମବାର ପ୍ରାରମ୍ଭିକ କାରବାରରେ ସେନସେକ୍ସ ଏବଂ ନିଫ୍ଟି ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଭାରତ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ନଅଟି ଆତଙ୍କବାଦୀ ଭିତ୍ତିଭୂମିକୁ ନଷ୍ଟ କରିବା ପାଇଁ ମେ 7ରେ 'ଅପରେସନ୍ ସିନ୍ଦୂର' ଆରମ୍ଭ କରିଥିଲା।
ନିଫ୍ଟି 50 ମଧ୍ୟରୁ 48ଟି ଷ୍ଟକ୍ ସବୁଜ ଚିହ୍ନରେ ରହିଛି ଏବଂ 13ଟି ପ୍ରମୁଖ କ୍ଷେତ୍ର ମଧ୍ୟରୁ 12ଟିରେ ବୃଦ୍ଧି ଘଟିଛି। କ୍ଷୁଦ୍ର ଏବଂ ମିଡ୍-କ୍ୟାପ୍ ଷ୍ଟକ୍ ସମେତ ସୂଚକାଙ୍କ
୍ରାୟ 3 ପ୍ରତିଶତ ବୃଦ୍ଧି ପାଇଛି।
ଭାରତର ନିଫ୍ଟି-50 3.7 ପ୍ରତିଶତ ବୃଦ୍ଧି ପାଇଛି, ଯାହା ଫେବୃଆରୀ 2021 ପରଠାରୁ ସର୍ବାଧିକ। BSEରେ ତାଲିକାଭୁକ୍ତ ସମସ୍ତ କମ୍ପାନୀର ବଜାର ପୁଞ୍ଜି 14 ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି, ଯାହା ମେ 2022 ପରଠାରୁ ସବୁଠାରୁ ବଡ଼ ବୃଦ୍ଧି।
ଗତ ସପ୍ତାହର କ୍ଷତିକୁ ପଛରେ ପକାଇ ସୋମବାର ଭାରତୀୟ ଷ୍ଟକ୍ ବଜାର ଆଜି ଗ୍ରୀନ୍ ରେ ରହିଛି। ବଜାରରେ ବୁଲ୍ ର ପ୍ରଭାବ ଦେଖିବାକୁ ମିଳିଛି। କାରଣ ପାକିସ୍ତାନ ସହିତ ସୀମା ଉତ୍ତେଜନା ହ୍ରାସ, ଆମେରିକା-ଚୀନ୍ ବାଣିଜ୍ୟ ଆଲୋଚନା ପ୍ରତି ଆଶାବାଦୀ ଏବଂ ଅନୁକୂଳ ଘରୋଇ ମାକ୍ରୋ ପରିବେଶ ଯୋଗୁଁ ବିଭିନ୍ନ କ୍ଷେତ୍ରରେ ପ୍ରବଳ କ୍ରୟ ହୋଇଥିଲା।