ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଛି । ବାହାରକୁ ବାହାରିବା କ୍ଷଣି ଦେହ ଝାଇଁଝାଇଁ ହୋଇଯାଉଥିବା ବେଳେ 17 ତାରିଖ ଯାଏଁ ଅସହ୍ୟ ଗରମ ଅନୁଭୁତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ 5 ଯାଏଁ ଉଷ୍ମ ଓ ଆର୍ଦ୍ର ସ୍ଥିତିକୁ ନେଇ ସତର୍କ

ସୂଚନା ଦେଇଛି ପାଣିପାଗ ବିଭାଗ । ଏହାସହ ଆଗକୁ ଅସମ୍ଭାଳ ତାତିର ସମ୍ଭାବନା ଥିବା ବେଳେ 2 ଦିନ ଭିତରେ 2ରୁ 3 ଡିଗ୍ରୀ ତାପମାତ୍ରା ବଢିବାର ସମ୍ଭାବନା ରହିଛି ରହିଛି । ସେହିପରି ତାପମାତ୍ରା 44 ଡିଗ୍ରୀ ଟପିବାର ସମ୍ଭାବନା ରହିଛି ।

ଆସନ୍ତା 24 ଘଣ୍ଟା ପାଇଁ ଉପକୂଳ ଓଡ଼ିଶା ଓ ଏହାର ପାଶ୍ୱବର୍ତ୍ତୀ 13 ଜିଲ୍ଲା ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ ଓ ଗଜପତିକୁ ଉଷ୍ମ ଓ ଆର୍ଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ହୋଇଛି । ସେହିପର ଆସନ୍ତାକାଲି ଉପକୂଳ ଓଡ଼ିଶା ଓ ତାର ପାଶ୍ୱବର୍ତୀ ୧୩ ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ ଓ ଗଜପତିକୁ ଉଷ୍ମ ଓ ଆର୍ଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେପଟେ 14, 15 ଓ 16 ତାରିଖରେ ପ୍ରବଳ ଗରମ ସହ ଗୁଳୁଗୁଳି ଅନୁଭୂତ ହେବ । ଯାହାକୁ ନେଇ ଗଜପତି, ଗଞ୍ଜାମ, ଖୋର୍ଦଧା, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ସେପଟେ ରାଜ୍ୟର କାଁଭାଁ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ଦେଇଛି ବିଭାଗ । ଆସନ୍ତା 24 ଘଣ୍ଟାରେ ମୟୂରଭଞ୍ଜ, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଓ ମାଲକାନଗିରିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ଓ ଝଟକା ପବନର ଘଣ୍ଟାପ୍ରତି ବେଗ 30ରୁ 50 କିମି ରହିବା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

0 Comments