ଯୋଡ଼ା: ପାରିପାର୍ଶ୍ୱିକ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, କ୍ରୀଡ଼ା, ସାଂସ୍କୃତିକ ତଥା ସାମଗ୍ରିକ ସାମାଜିକ ବିକାଶ କାର୍ଯ୍ୟ ଜାରି ରଖିଥିବା ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସପି)ର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ବୀରକଳା ଗ୍ରାମପଞ୍ଚାୟତର ବିଲେଇପଦାରେ ନିର୍ମିତ ଏକ ବହୁମୁଖୀ ସମୁଦାୟ ଗୃହ ଲୋକାର୍ପିତ ହୋଇଯାଇଛି। ମାନ୍ୟବର କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ କୁମାର ନାଏକ ଏହାକୁ ଉଦଘାଟନ କରିଥିଲେ। ଶ୍ରୀ ନାଏକ ଜିନ୍ଦଲ ଫାଉଣ୍ଡେସନର ଏହି ଉଦ୍ୟମକୁ ବହୁତ ପ୍ରଶଂସା କରିଥିଲେ। ଆଗକୁ ମଧ୍ୟ ଏହି ବିକାଶମୂଳକ କାର୍ଯ୍ୟ ଜେଏସପି ପକ୍ଷରୁ ଜାରି ରହିବ ବୋଲି ସେ ଆଶା ପ୍ରକଟ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ପାଇଁ ଏହି ଗୃହ ବ୍ୟବହୃତ ହେବ ଏବଂ ଏହା ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ପୂରଣ କରିବ ବୋଲି ଶ

ରୀ ନାଏକ କହିଥିଲେ।

ଉଦଘାଟନୀ କାର୍ଯ୍ୟକ୍ରମରେ ବଡ଼ବିଲ ପେଲେଟ ପ୍ଲାଣ୍ଟ ୟୁନିଟ ହେଡ୍ ଶ୍ରୀ ପୁରୁଷୋତ୍ତମ ଏମ.ଡି., ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ଡମ୍ବରୁଧର କୁଦଦା, ବୀରକଳା ସରପଞ୍ଚ ଶ୍ରୀମତୀ ମୁଖା ନାଏକ, ନାଏବ ସରପଞ୍ଚ ଶ୍ରୀମତୀ କୁନ୍ତଳା ଖିଲାର, ପଞ୍ଚାୟତ ସମିତି ସଦସ୍ୟ ଜ୍ଞାନରଞ୍ଜନ ଖୁଣ୍ଟିଆ ଓ ସିଏସଆର ମୁଖ୍ୟ ଶ୍ରୀ ଭର୍ଜିଲ ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ। 

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଷ୍ଣୁ ଖିଲାର, ମହେନ୍ଦ୍ର ଘାନା, ଅର୍ଜୁନ ମୁଣ୍ଡା, ନରେଶ ପ୍ରଧାନ, ରଞ୍ଜିତ ବାରିକ, ବୀରସିଂ ମୁଣ୍ଡା, ଜଗନ୍ନାଥ ବାରିକ, ଟିଙ୍କୁ ନାଏକ, ସାହୁ ମୁଣ୍ଡା, ସୁଧାମଞ୍ଜରୀ ଘାନା, ସୁଚିତ୍ରା ମାଝୀ, ସନ୍ଧ୍ୟାରାଣୀ ବାରିକ, ଶାନ୍ତି ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତେ ଜେଏସପିର ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ।

0 Comments