ପାଟଣା:(ବିଜୟ ମହାନ୍ତ ) କେନ୍ଦୁଝର ବନଖଣ୍ଡ ପାଟଣା ବନାଅଞ୍ଚଳ ପକ୍ଷରୁ ମୃତକ ପରିବାରଙ୍କୁ ବନ ଅଧିକାରୀ ଉକ୍ତ ପରିବାରଙ୍କ ଘରକୁ ଯାଇ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ; ପାଟଣା ବ୍ଲକ ମରୁସୁଆଁ ପଞ୍ଚାୟତ ଭାଲିପାହାଡ଼ି ଗ୍ରାମର ଗଣେଶ୍ୱର ମହାନ୍ତ( ୬୫) ଶୁକ୍ରବାର ଦିନ ହାତୀ ଆକ୍ରମଣରେ କେନ୍ଦେଇପଶି କାଜୁ ଜଙ୍ଗଲରେ ଗୋଠ ଛଡା ହାତୀ ଆକ୍ରମଣ ରେ ମୃତ୍ୟ
ୁବରଣ କରିଥିଲେ। ଏନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା । ଗୋରିବ ପୋରିବାର ହୋଇଥିବାରୁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମ ଗ୍ରାମବାସୀ ବନ ବିଭାଗ ଅଧିକାରୀ ଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ଦାବି କରିଥିଲେ। ଏନେଇ ବନ ବିଭାଗ ଅଧିକାରୀ ବନ ବିହାରୀ ସର୍ଦ୍ଧାର ତାଙ୍କ ପରିବାର ସହ ଆଲୋଚନା କରି ୬୦ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।