ନୂଆଦିଲ୍ଲୀ: ' ଭାରତ ଉପରେ ଆକ୍ରମଣ ସମୟରେ ଚୀନ୍ ମିସାଇଲ ଓ ତୁର୍କୀର ଡ୍ରୋନ ବ୍ୟବାହର କରିଛି ପାକିସ୍ତାନ '। ଅପରେସନ ସିନ୍ଦୂରକୁ ନେଇ DGMO ପକ୍ଷରୁ ଦ୍ବିତୀୟ ପ୍ରେସ ବ୍ରିଫିଂରେ ଭାରତୀୟ ସେନା ଫଟୋ ମାଧ୍ୟମରେ ଏହାର ଭଗ୍ନାବଶେଷ ଦେଖାଇ ପୂରା ପ୍ରମାଣ ସହ କହିଛି । PL-15 ଏୟାର-ଟୁ-ଏୟାର ମିସାଇଲର ଭଗ୍ନାବଶେଷ ମିଳିଛି, ଯାହାର ଚୀନରେ ତିଆରି ହୋଇଛି । ସେହିପରି ଭାରତ ଦ୍ବାରା ଖସାଇ ଦିଆଯାଇଥିବା ତୁର୍କୀ ଅରିଜିନ YIHA ଏବଂ ସୋଙ୍ଗାର ଡ୍ରୋନର ଭଗ୍ନାବଶେଷ ମଧ୍ୟ ଦେଖାଇଛି ଭାରତୀୟ ସେନା ।
ବ୍ରିଫିଂରେ ଭାରତୀୟ ସେନା ପୁଣି ଥରେ କହିଛି ଯେ, ଅପରେସନ ସିନ୍ଦୂରର ଲକ୍ଷ୍ୟ ପାକିସ୍ତାନରେ ଆତଙ୍କବାଦୀ ଏବଂ ଆତଙ୍କବାଦୀ ଭିତ୍ତିଭୂମିକୁ ନଷ୍ଟ କରିବା, ଦେଶର ସେନା ବିରୋଧରେ ନୁହେଁ ।
grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 20px;">ଏୟାର ମାର୍ଶାଲ ଏ.କେ. ଭାରତୀ
କହିଥିଲେ ଯେ, "ଆମର ଲଢ଼େଇ ଆତଙ୍କବାଦ ବିରୋଧରେ। ପାକିସ୍ତାନର ସେନା ଆତଙ୍କବାଦକୁ ସମର୍ଥନ କରିଥିଲା । ଏହା ଦୁଃଖର କଥା ଯେ ପାକିସ୍ତାନୀ ସେନା ହସ୍ତକ୍ଷେପ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ତାହା ମଧ୍ୟ ଆତଙ୍କବାଦୀଙ୍କ ପାଇଁ , ତେଣୁ ଆମେ ଜବାବ ଦେବାକୁ ନିଷ୍ପତ୍ତି ନେଇଥିଲୁ ।''
ଏୟାର ମାର୍ଶାଲ ଏ.କେ. ଭାରତୀ ଆହୁରି ମଧ୍ୟ କହିଛନ୍ତି, " ଆମର ଯୁଦ୍ଧ-ସିଦ୍ଧ ପ୍ରଣାଳୀ ସମୟର ପରୀକ୍ଷାରେ ଛିଡା ହୋଇଛି ଓ ଦୃଢ ଭାବେ ମୁକାବିଲା କରିଛି । ଆଉ ଏକ ଆକର୍ଷଣୀୟ ବିଷୟ ହେଉଛିସ୍ୱଦେଶୀ ଏୟାର ଡିଫେନ୍ସ ସିଷ୍ଟମ, ଆକାଶ ସିଷ୍ଟମର ଉତ୍କୃଷ୍ଟ ପ୍ରଦର୍ଶନ ରହିଛି । ଗତ ଦଶନ୍ଧି ଧରି ଭାରତ ସରକାରଙ୍କ ବଜେଟ୍ ଏବଂ ନୀତିଗତ ସମର୍ଥନ ଯୋଗୁଁ ହିଁ ଏକ ଶକ୍ତିଶାଳୀ AD ପରିବେଶକୁ ଏକତ୍ରିତ କରିବା ଏବଂ କାର୍ଯ୍ୟକାରୀ କରିବା ସମ୍ଭବ ହୋଇପାରିଛି।"
ଯେତେବେଳେ, ଏୟାର ମାର୍ଶାଲ ଏ.କେ. ଭାରତୀ ସାମ୍ବାଦିକ ସମ୍ମିଳନୀରେ ଅପରେସନ ସିନ୍ଦୂରର ବିସ୍ତୃତ ବିବରଣୀ ଦେଇଥିଲେ, ପାକିସ୍ତାନ ସହିତ ସୀମାପାର ଉତ୍ତେଜନା ମଧ୍ୟରେ ଭାରତର ବାୟୁ ପ୍ରତିରକ୍ଷା ବାହିନୀ କିପରି ଆକାଶ ସୀମାରେ ଶତ୍ରୁ ବିମାନକୁ ସଫଳତାର ସହ ଅଟକାଇ ଧ୍ୱଂସ କରିଥିଲେ ତାହା ବର୍ଣ୍ଣନା କରିଥିଲେ।
ଭାଇସ୍ ଆଡମିରାଲ୍ ଏଏନ୍ ପ୍ରମୋଦ କହିଛନ୍ତି, " ପ୍ରଭାବଶାଳୀ ଭାବରେ ଏକାଧିକ ସେନ୍ସର ଏବଂ ଇନପୁଟ୍ ବ୍ୟବହାର କରି ଆମେ ବିପଦକୁ ହ୍ରାସ କରିବା ପାଇଁ ନିରନ୍ତର ନଜର ରଖୁ। ଏସବୁ ଏକ ବ୍ୟାପକ ଏବଂ ପ୍ରଭାବଶାଳୀ ଫ୍ଲିଟ୍ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ଛାୟା ତଳେ କରାଯାଏ।