ପାଟଣା(ବିଜୟ ମହାନ୍ତ) ଗତ କିଛି ଦିନ ହେବ ଚମ୍ପୁଆ ବନାଅଞ୍ଚଳରୁ ୨୪ଟିକିଆ ହାତୀପଲ ପାଟଣା ବନାଅଞ୍ଚଳରେ ପ୍ରବେଶ କରି ଖାଦ୍ୟ ଅନୁଷରଣରେ ବିଭିନ୍ନ ସ୍ଥାନରେ ଘର ଭାଙ୍ଗି ଧାନ ଚାଉଳ ଖାଇବା ସହ ଖରଟିଆ ଧାନ ଚାଷ ଓ ପନିପରିବା ଚାଷ, କ୍ଷୟକ୍ଷତି କରିଛନ୍ତି । ଏହି ହାତୀପଲରେ ୫ଟି ଦନ୍ତା ହାତୀ,୧୩ଟି ମାଈ ହାତୀ ଓ ୬ଟି ଶିଶୁ ହାତୀ ଥିବା ପାଟଣା ବନବିଭାଗର ଅଧିକାରୀ ବନବିହାରୀ ସର୍ଦ୍ଧାର ସୂଚନା ଦେଇଛନ୍ତି। ଗୋତ କାଲି ଏହି ହାତୀ ପଲ ବୈତରଣୀ ନଦୀକୂଳରେ ଜଳକ୍ରୀଡା କରି ଅଙ୍କୁରା ଗ୍ରାମରେ ପୂର୍ବାହ୍ନରେ ଡେରା ପକାଇ ଥିବା ବେଳେ ସଂଧ୍ୟାରେ ବୈତରଣୀ ନଦୀ ପାର ହୋଇ ସିଲିପଦା ଗ୍ରାମରେ ପ୍ରବେଶ କରିଥିଲେ ରାତିରେ ଟେଣ୍ଡେରା ଭାଲିଆଡାଳ,କଟାବେଡା,ଅସନବଣି,ଭଣ୍ଡାରିବିଲା,ପୁରୁଣାପାଣି ଦେଇ ଏରେଣ୍ଡେଇ ଗ୍ରାମରେ ପୂର୍ବାହ୍ନରେ ପହଞ୍ଚିବା ପରେ ବୈତରଣୀ ନଦୀରେ ଜଳକ୍ରୀଡା କରିବା ସହ ଟୁଟାରେ ୨୪ଟିକିଆ ହାତିପଲ ଡେରା ପକାଇଛନ୍ତି। ଅନ୍ୟ ପକ୍ଷରେ ଗୋଠ ଛଡା ଦନ୍ତା ହାତୀଟି ଗୋତ କାଲି କେନ୍ଦେଇପଶି କାଜୁ ଜଙ୍ଗଲରେ ଡେରା ପକାଇଥିବା ଥିବା ବେଳେ ହାତୀ ଦେଖିବାକୁ ଯାଇଥିବା ଗଣେଶ୍ୱର ମହାନ୍ତଙ୍କୁ କଚାଡି ମାରିଥିଲା ,ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଗୋଠ ଛଡା ହାତୀଟି ଏବେ ଖିରେଇଟାଙ୍ଗିରି ସେକ୍ସନସନ୍ ରେ ଏଣେ
େଣେ ବୁଲୁ ଥିବାରୁ ଅଞ୍ଚଳରେ ଏବେ ଭୟର ବତାରଣ ସୃଷ୍ଟି ହୋଇଛି। ଏହି ଘଟଣା ଘଟିବା ପରେ ବନବିଭାଗ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଲୋକମାନେ ମାନୁନାହାନ୍ତି ନିଶା ଶକ୍ତ ହୋଇ ହାତୀ ନିକଟ ବର୍ତ୍ତି ହେଉଛନ୍ତି ତେଣୁ ଏପରି ଘଟଣା ଘଟିଛି ବୋଲି ପ୍ରକାଶ କରିଥିଲେ।ଅନ୍ୟ ପକ୍ଷରେ ବନବିଭାଗ ପକ୍ଷରୁ ଲୋକମାନଙ୍କୁ ବାରମ୍ବାର ସୂଚନା ଦିଆଯାଇଛି ଯେ ହାତୀର ନିକଟ ବର୍ତ୍ତୀ ନହେବାକୁ ଓ ହାତୀକୁ ବିଚଳିତ ନକରିବା ପାଇଁ ସୂଚନା ଦିଆଯାଉଛି ହେଲେ ଲୋକମାନେ ଏହାକୁ କେହି ମାନୁନାହାନ୍ତି ବୋଲି କହିଥିଲେ ବନ ଅଧିକାରୀ। ହାତୀ ଘଉଡ଼ାଇ ବା ପାଇଁ ବନବିଭାଗର କର୍ମଚାରୀ ଏବଂ ପାରାଷ୍ଟାପ୍ ଅଛନ୍ତି ତେଣୁ ଲୋକମାନେ କେହି ହାତୀ ପାଖକୁ ନ ନିବାକୁ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯଦି ଯୋଉ ବ୍ୟକ୍ତି ହାତୀକୁ ଢେଲା, ଟ୍ରାକ୍ଟର ଯୋଗେ ହାତୀକୁ ଘୋଡାଇବା ଏବଂ ହାତୀକୁ ବିଚଳିତ କରନ୍ତି ତାକୁ ବନବିଭାଗ ଆଇନ ଅନୁଯାୟୀ ଜରିମନା ସହ ଦଣ୍ଡିତ କରାଯିବ ବୋଲି ସୂଚନା ଦିଆଯାଇଛି। ଏବଂ ଯୋଉ ବ୍ୟକ୍ତି ହାତୀକୁ ଢେଲା, ମାରିବା, ଏବଂ ଟ୍ରାକ୍ଟର ଯୋଗେ ହାତୀ କୁ ବିଚଳିତ କରୁଥାଏ ସେହି ବ୍ୟକ୍ତିର ଫଟ ଯଦି ବନବିଭାଗ କୁ ଯିଏ ସୂଚନା ଦେବ ତାକୁ ବନବିଭାଗ ପକ୍ଷରୁ ୫୦୦୦ହଜାର ଟଙ୍କା ପୁରସ୍କାର ପ୍ରଧାନ କରାଯିବ ବୋଲି ଘୋଷଣା କରାଯାଇଛି।