( ବ୍ୟୁରୋ)ହାଉତି ବିଦ୍ରୋହୀଙ୍କ ବିରୋଧରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଆକ୍ସନ । ୟେମେନରେ ଆମେରିକା ଏୟାର ଷ୍ଟ୍ରାଇକ କରିବାରୁ 21 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଲୋହିତ ସାଗରରେ ଜାହାଜ ଉପରେ ଆକ୍ରମଣ କରିଥିବାରୁ ହାଉତିଙ୍କୁ ଶେଷ କରିଦିଆୟିବ ବୋଲି ଧମକ ଦେଇଛନ୍ତି ଟ୍ରମ୍ପ ।

ହାଉତିଙ୍କ ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଅତି କମରେ 21 ଜଣଙ୍କର ମୃତ୍ୟୁ ହୋଇଛି। ଯେଉଁଥିରେ ସାନାରେ 13 ଏବଂ ସାଦାରେ 8 ଜଣ ରହିଛନ୍ତି । ସେହିପରି 24 ଜଣ ଆହତ ହୋଇଛନ୍ତି, ଯେଉଁତିରେ 15 ଜଣ ସାଦା ଓ 9 ଜଣ ସାନାର ରହିଛନ୍ତି । ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ, ଏହା ହାଉତିଙ୍କ ଠିକଣା ସ୍ଥଳରେ ଏୟାରଷ୍ଟ୍ରାଇକ ଆରମ୍ଭ, ଯାହା ଜାରି ରହିବ ବୋଲି ଆଶା କରାଯାଉଛି।

ହାଉତି ବିଦ୍ରୋହୀ ଗାଜା ଷ୍ଟ୍ରିପରେ ନାକାବନ୍ଦି ଯୋଗୁଁ ଲୋହିତ ସାଗରରେ ଇସ୍ରାଏଲ ଜାହାଜ ଉପରେ ପୁଣି ଆକ୍ରମଣ କରିବାକୁ ଧମକ ଦେଇଥିଲା। ଯେଉଁଥି ପାଇଁ ଆମେରିକା ଏହି ଘାତକ କାର୍ଯ୍ୟାନୁଷ୍ଠାନ ନେଇଛି। ଏହା ପୂର୍ବରୁ ଆତଙ୍କୀ ସଂଗଠନ ହାଉତି କହିଥିଲା ଯେ, ୟେମେନର ରାଜଧାନୀ ସାନା ଉପରେ ଆମେରିକାର ଆକ୍ରମଣରେ ୧୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ୯ ଜଣ ଆହତ ହୋଇଛନ୍ତି। ହାଉତି ଦ୍ବାରା ପରିଚାଳିତ ଅଲ୍ ମାସିରା ଟିଭି ରିପୋର୍ଟ କରିଛି ଯେ, ଉତ୍ତର ସାଦାରେ ଆମେରିକାର ଆକ୍ରମଣରେ ଛଅ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଚାରି ଶିଶୁ ଏବଂ ଜଣେ ମହିଳା ଅଛନ୍ତି।

ans_fba9a0, __Noto_Sans_Fallback_fba9a0; font-size: 17px;">ରିପୋର୍ଟ ଅନୁସାରେ, ଆମେରିକାର ଯୁଦ୍ଧ ବିମାନଗୁଡ଼ିକ ୟେମେନର ଅତି କମରେ ଚାରୋଟି ଅଞ୍ଚଳରେ ବୋମା ମାଡ଼ କରିଥିଲେ । ବିଶେଷକରି ରାଜଧାନୀ ସାନାର ଉତ୍ତରରେ ଥିବା ଏକ ଆବାସିକ ଅଞ୍ଚଳକୁ ଟାର୍ଗେଟ କରାଯାଇଥିଲା । ଏହି ଆକ୍ରମଣ ପୂର୍ବରୁ, ଟ୍ରମ୍ପ ହାଉତି ବିଦ୍ରୋହୀଙ୍କ ବିରୁଦ୍ଧରେ 'ନିର୍ଣ୍ଣାୟକ ଏବଂ ଶକ୍ତିଶାଳୀ' ସାମରିକ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଥିଲେ ଏବଂ ଆମେରିକୀୟ ଜାହାଜକୁ ଟାର୍ଗେଟ କରି ସେମାନଙ୍କୁ ଡକାୟତି, ହିଂସା ଏବଂ ଆତଙ୍କବାଦର ଅଭିଯୋଗ କରିଥିଲେ।

ଟ୍ରମ୍ପ 'ଟ୍ରୁଥ୍ ସୋସିଆଲ'ରେ ଲେଖିଛନ୍ତି, ", ମୁଁ ୟେମେନରେ ହାଉତି ଆତଙ୍କବାଦୀଙ୍କ ବିରୁଦ୍ଧରେ 'ନିର୍ଣ୍ଣାୟକ ଏବଂ ଶକ୍ତିଶାଳୀ' ସାମରିକ କାର୍ଯ୍ୟାନୁଷ୍ଠାନ କରିବାକୁ ଆମେରିକାର ସେନାକୁ ନିର୍ଦ୍ଦେଶ ଦେଇଛି। ସେମାନେ ଆମେରିକୀୟ ଏବଂ ଅନ୍ୟାନ୍ୟ ଜାହାଜ, ବିମାନ ଏବଂ ଡ୍ରୋନ ଉପରେ ଡକାୟତି, ହିଂସା ଏବଂ ଆତଙ୍କବାଦର ଅଭିଯାନ ଚଳାଇଛନ୍ତି।"

ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ, ଆମେରିକା ହାଉତିମାନଙ୍କ ବିରୁଦ୍ଧରେ ଘାତକ ଶକ୍ତି ବ୍ୟବହାର କରିବ, ଆମେରିକୀୟ ଜାହାଜ ଉପରେ ହାଉତିଙ୍କ ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ। ଯେଉଁ ପର୍ଯ୍ୟନ୍ତ ଆମେ ଆମର ଲକ୍ଷ୍ୟ ହାସଲ ନକରିଛୁ ସେ ପର୍ଯ୍ୟନ୍ତ ଆମେ ଶକ୍ତି ଖଟାଇବୁ । ହାଉତି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ମଧ୍ୟରୁ ଗୋଟିଏରେ ଜାହାଜ ଚଳାଚଳକୁ ବନ୍ଦ କରିଦେଇଛି । ବିଶ୍ୱ ବାଣିଜ୍ୟର ଏକ ବିଶାଳ ଅଂଶକୁ ଅବରୋଧ କରିଛନ୍ତି । ନୌଚାଳନା ସ୍ୱାଧୀନତାର ମୌଳିକ ନୀତି ଉପରେ ଆକ୍ରମଣ କରିଛି , ଯାହା ଉପରେ ଅନ୍ତର୍ଜାତୀୟ ବ୍ୟବସାୟ ଏବଂ ବାଣିଜ୍ୟ ନିର୍ଭର କରେ ।

0 Comments