ପାଟଣା ( ବିଜୟ ମହାନ୍ତ): କାଶ୍ମୀର ପହଲଗାମଠାରେ ଆତଙ୍କି ଗୁଳିରେ ପ୍ରାଣ ହରାଇଥିବା ନିରୀହ ପର୍ଯ୍ୟଟକ ମାନଙ୍କ ଉଦ୍ଦେଶ୍ୟରେ ଅପରଶେନ ସିନ୍ଦୂର ମାଧ୍ୟମରେ ଭାରତୀୟ ଯବାନଙ୍କ ଦ୍ଵାରା ପାକିସ୍ଥାନରେ ପଶି ଆତଙ୍କବାଦୀ ମାନଙ୍କୁ ନିପାତ୍ କରାଯାଇଥିଲା। ଅପରଶେନ ସିନ୍ଦୂରର ସଫଳତାକୁ ନେଇ ସମଗ୍ର ଦେଶବାସୀ ପ୍ରଶଂସା କରିଥିଲେ। ଏହି ଅବସରରେ କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତ ବିଜେପି ପକ୍ଷରୁ ବିଶାଳ ତ୍ରିରଙ୍ଗା ପଦଯାତ୍ରା ବିଭିନ୍ନ ପଞ୍ଚାୟତରେ ଅନୁଷ୍ଠିତ ହ
ୋଇଅଛି। ଏହି ଅବସରରେ କେନ୍ଦେଇପଶି ପଞ୍ଚାୟତ ପ୍ରମୁଖ ଗୌରାଙ୍ଗ ଗାରଡ଼ିଆଙ୍କ ନେତୃତ୍ୱରେ କେନ୍ଦେଇପଶି ପେଟ୍ରୋଲ ପମ୍ପ ଠାରୁ ଆରମ୍ଭ କରି କେନ୍ଦେଇପଶି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ପରିକ୍ରମା ପଦଯାତ୍ରା କରାଯାଇଥିଲା । ଏହି ପଦଯାତ୍ରାରେ ମଣ୍ଡଳ ଉପସଭାପତି ମିତ୍ରଭାନୁ ନାଏକ, ଦିବ୍ୟଲୋଚନ ସାହୁ,ଅନୀଲ ବାରିକ,ଦେବଲୁଚନ ମହାନ୍ତ, ଶୁଶିଳା ନାଏକ, ପ୍ରମିଳା ବେହେରା, ରମେଶ ନାଏକ, ଏକ୍ସ ଆର୍ମି ଅଭିମନ୍ୟୁ ନାଏକ,ସମିତି ସଭ୍ୟ ପ୍ରଦୀପ ନାଏକ, ଚନ୍ଦ୍ର ମହାକୁଡ଼, ଅଙ୍ଗଦ ନାଏକ ପ୍ରମୁଖ ସାମିଲ ହୋଇଥିଲେ.