ଜୟପୁର: ଆଇପିଏଲର 59ତମ ମୁକାବିଲାରେ ପଞ୍ଜାବ କିଙ୍ଗ୍ସ ଦମଦାର ବିଜୟ । ଅଷ୍ଟମ ବିଜୟ ସହ ପଏଣ୍ଟ ଟେବୁଲ ଦ୍ବିତୀୟ ସ୍ଥାନରେ ଶ୍ରେୟସ ଆୟର ବାହିନୀ । 10 ରନରେ ରାଜସ୍ଥାନକୁ ପରାଜିତ କରି ପ୍ରାୟ 10 ବର୍ଷ ପରେ ପ୍ଲେ ଅଫର ନିକଟତର ହୋଇଛି ପଞ୍ଜାବ କିଙ୍ଗ୍ସ । ପଞ୍ଜାବର ନେହାଲ ଓ ଶଶାଙ୍କ ଶେଖରଙ୍କ ଅର୍ଦ୍ଧଶତକ । ରାଜସ୍ଥାନର ଧ୍ରୁବ ଜୁରେଲ ଓ ଜୟଶ୍ବାଲ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଦଳକୁ ବିଜୟୀ କରିପାରିନାହାନ୍ତି ।
ହରପ୍ରିତ ବରାର 3 ଓ୍ବିକେଟ ନେଇଥିବା ବେଳେ ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ କରାଯାଇଛି ।
ରାଜସ୍ଥାନର ସୱାଇ ମାନସିଂ ଷ୍ଟାଡିୟମରେ ଆଜି ପଞ୍ଜାବ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିଲା । ପଞ୍ଜାବ କିଙ୍ଗ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । 20 ଓଭରରେ ଦଳ 5 ଓ୍ବିକେଟ ହରାଇ 219 ରନ କରିଥିଲା । ଜାବାବରେ 220 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ରାଜସ୍ଥାନ । ମାତ୍ର 20 ଓଭରରେ 7 ଓ୍ବିକେଟ ହରାଇ 209 ରନ କରିବାକୁ ସମର୍ଥ ହୋଇଥିଲା ଦଳ । । ଅଷ୍ଟମ ବିଜୟ ସହ ପଏଣ୍ଟ ଟେବୁଲ ଦ୍ବିତୀୟ ସ୍ଥାନରେ ଶ୍ରେୟସ ଆୟର ବାହିନୀ । ସେପଟେ ପରାଜୟ ଧାରା ଜାରି ରଖି ପଏଣ୍ଟ ଟେବୁଲ ନବମ ସ୍ଥାନରେ ରାଜସ୍ଥାନ ରୟାଲ୍ସ ।
ପଞ୍ଜାବ ପକ୍ଷରୁ ଆଜି ନେହାଲ ଓ୍ବାଧୋ ଓ ଶଶାଙ୍କ ସିଂ ଧୂଆଁଧାର ବ୍ୟାଟିଂ କରି ରାଜସ୍ଥାନ ବୋଲରଙ୍କୁ ପାଣି ପିଆଇଥିଲେ । ନେହାଲ 37 ବଲରେ 70 ରନ କରିଥିଲେ । ଏଥିରେ 5ଟି ଚୌକା ଓ 5ଟି ଛକା ସାମିଲ ରହିଛି । ସେହିପରି ଶଶାଙ୍କ ମ୍ୟାଚ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି 30 ବଲରେ 59 ରନ କରିଥିଲେ । ଏଥିରେ 5 ଚୌକା ଓ 3 ଛକା ସାମିଲ ରହିଛି । ଅନ୍ୟମାନଙ୍କ ମଧ୍ୟରେ ପ୍ରଭାସିମରନ 21, ଆୟର 30 ଓ ଅଜମତଉଲ୍ଲା 21 ରନ କରିଛନ୍ତି । ରାଜସ୍ଥାନ ପକ୍ଷରୁ ତୁଷାର 2ଟି ଓ୍ବିକେଟ ନେଇଥିଲୋ । ରିୟାନ, ଆକାଶ ଓ କ୍ବିଏଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ଆଜି ରାଜସ୍ଥାନ ବିପକ୍ଷ ମ୍ୟାଚରେ ପଞ୍ଜାବ ପକ୍ଷରୁ ଇମ୍ପାକ୍ଟ ପ୍ଲେୟର ଭାବେ ଆସି ଇମ୍ପାକ୍ଟ ପକାଇଥିଲେ ହରପ୍ରିତ । 3 ଓଭର ଘାତକ ବୋଲିଂ କରି ସେ 22 ରନ ଦେଇ 3ଟି ଓ୍ବିକେଟ ନେଇଥିଲେ । ରାଜସ୍ଥାନ ପକ୍ଷରୁ ଜୟସ୍ବାଲ 50 ରନ କରିଥିଲେ । ଏଥିରେ 9ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଛି । ସେହିପରି ଧ୍ରୂବ ଜୁରେଲ 31 ବଲରେ 53 ରନ କରିଥିଲେ । ଉଭୟ ଦଳକୁ ବିଜୟ ପାଇଁ ଲଢୁଆ ବ୍ୟାଟିଂ କରିଥିଲେ ମଧ୍ୟ ତାହା ବିଫଳ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ବୈଭବ 40, ସଞ୍ଜୁସାମସନ 20 ରନ କରିଥିଲେ ।