କେନ୍ଦୁଝର : ରାଜ୍ୟରେ ଆଜି ଦୁଇ ଗୋଟି ନୂତନ ବନ୍ଦେ ଭାରତ ଟ୍ରେନ ଚଳାଚଳ ଆରମ୍ଭ କରିଛି ।ବ୍ରହ୍ମପୁର-ଟାଟାନଗର, ରାଉରକେଲା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସକୁ ଭର୍ଚୁଆଲ ମୋଡରେ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଉରକେଲାରେ ରାଜ୍ୟପାଳ ରଘୁବର ଦାସ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ବ୍ରହ୍ମପୁର - ଟାଟାନଗର ଟ୍ରେନଟି କେନ୍ଦୁଝର ଦେଇ ଯିବାକୁ ଥିବାରୁ କେନ୍ଦୁଝରବାସୀଙ୍କ ମନରେ ଖୁସି ଭରି ଦେଇଛି । ଏହି ଟ୍ରେନ ଚଳାଚଳ ଯୋଗୁଁ ଜିଲ୍ଲାବାସୀଙ୍କ ଗମନାଗମନ ଓ ପର୍ଯ୍ୟଟନ କ୍ଷେତ୍ର ସୁଦୃଢ଼ ହେବ ।

ହରିଚନ୍ଦନପୁର ଓ

କେନ୍ଦୁଝରଗଡ଼ ରେଳଷ୍ଟେସନରେ ବନ୍ଦେ ଭାରତ ଟ୍ରେନକୁ ଉଚ୍ଛସିତ ସ୍ୱାଗତ ମିଳିଥିଲା ।କେନ୍ଦୁଝରଗଡ଼ ଷ୍ଟେସନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦୁଝରର ସାଂସଦ ଶ୍ରୀ ଅନନ୍ତ ନାୟକ, ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଶ୍ରୀ ଫକୀର ଚରଣ ନାଏକ, କେନ୍ଦୁଝରଗଡ଼ ପୌରଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ, ରେଳ କର୍ତ୍ତୃପକ୍ଷ ଓ ଅଞ୍ଚଳର ଶହଶହ ଜନସାଧାରଣ ଉପସ୍ଥିତ ରହିଥିଲେ । 

ଏହି ଅବସରରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଷ୍ଟେସନରେ ବନ୍ଦେ ଭାରତ ଟ୍ରେନ ଲାଗିବା କ୍ଷଣି ଏହି ଅତ୍ୟାଧୁନିକ ଟ୍ରେନକୁ ଦେଖିବା ଲାଗି ଦେଖଣାହାରୀଙ୍କ ଭିଡ଼ ଲାଗିଥିଲା ।

0 Comments