ନିଖିଳ ଉତ୍କଳ ଲାଇବ୍ରେରୀ ଓ ଲାବ୍ରୋଟରୀ ଆଟେନାଣ୍ଟ ସଂଘର ବର୍ଦ୍ଧିତ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସରକାରୀ କର୍ମଚାରୀ ସମନ୍ଵୟ ସମିତି ରାଜ୍ୟ କାର୍ଯ୍ୟାଳୟରେ ସ୍ଥାୟୀ ସଭାପତି ରବୀନ୍ଦ୍ର ନାଥ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମନ୍ୱୟ ସମିତି ର ସାଧାରଣ ସମ୍ପାଦକ ସୁଜିତ୍ କୁମାର ନାୟକ ଯୋଗ ଦେଇ ସଙ୍ଗଠନର କାର୍ଯ୍ୟଧାରା ନେଇ ବିଶଦ ଆଲୋଚନା କରିଥିଲେ। ବରିଷ୍ଠ କର୍ମଚାରୀ ନେତା ସୁଧାଂଶୁ ପତି ଉପସ୍ଥିତିରେ ଏହି ବୈଠକ ରେ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ର କର୍ମକର୍ତ୍ତା ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲ

। ସଭାପତି  ଭାବେ ପ୍ରମୋଦ ନାୟକଙ୍କ ଚୟନ କରାଯାଇଥିଲା ବେଳେ କେନ୍ଦୁଝର ଜିଲ୍ଲାର ହରେକୃଷ୍ଣ ଵେଜଙ୍କୁ ସାଧାରଣ ସମ୍ପାଦକ ଭାବେ ଚୟନ କରାଯାଇଥିଲା। ଏହା ସହ ଉପ ସଭାପତି ଅଭୟ ବାରିକ, ସହ ସମ୍ପାଦକ ଭାବେ  ବିଭତ୍ସ ସାହୁ କୋଷାଧ୍ୟକ୍ଷ ଭାବେ ସୁରେନ୍ଦ୍ର ଜେନା ନାମ ଚୟନ କରାଯାଇଥିଲା। ସମସ୍ତ ନୂତନ ଭାବେ ଚୟନ କରାଯାଇଥିବା କାର୍ଯ୍ୟକର୍ତ୍ତା ସେପ୍ଟେମ୍ବର ୧୫ ତାରିଖ ରେ କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ ଆଗାମୀ ଦିନରେ ସଂଘ ଦାବି ସରକାରଙ୍କ ନିକଟରେ ରଖାଯିବ ବୋଲି ସଂଘ ସାଧାରଣ ସମ୍ପାଦକ ହରେକୃଷ୍ଣ ଵେଜ୍ ପ୍ରକାଶ କରିଛନ୍ତି।

0 Comments