ଭୁବନେଶ୍ବର: ୭୪ତମ ଜନ୍ମଦିନରେ ଓଡ଼ିଶାର ମହିଳାମାନଙ୍କୁ ବଡ଼ ଭେଟି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବହୁ ପ୍ରତୀକ୍ଷିତ 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କଲେ ମୋଦି । ଆଜି ଓଡ଼ିଶା ଗସ୍ତରେ ଆସି ସୁଭଦ୍ରାର ପ୍ରଥମ କିସ୍ତି ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭୁବନେଶ୍ବର ଜନତା ମୈଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ, ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି । ସୁଭଦ୍ରା ଲଞ୍ଚ ହେବା ପରେ ହିତାଧିକାରୀଙ୍କ ଆକାଉଣ୍ଟ ସୁଭଦ୍ରା ଟଙ୍କା ପଠାଯାଇଛି । ଯୋଗ୍ୟ ହିତାଧିକାରୀମାନଙ୍କ ଆକାଉଣ୍ଟକୁ ପ୍ରଥମ ସୁଭଦ୍ରା କିସ୍ତି ଯାଇଛି । 25 ଲକ୍ଷ ମହିଳାଙ୍କ ବ୍ୟାଙ୍କ ଖାତାକୁ ଯାଇଛି 1 ହଜାର 250 କୋଟି ଟଙ୍କା ।

7; font-size: 17px;">ଏହା Direct Benefits Transfer (DBT) ଜରିଆରେ ହିତାଧିକାରୀମାନଙ୍କ ଜମାଖାତାରେ ଜମା ହୋଇଛି । ପ୍ରତି ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତିରେ ୫୦୦୦ ଟଙ୍କା ଯାଇଛି । ଏହି ଯୋଜନାରେ ପ୍ରତି ହିତାଧିକାରୀ ମହିଳାଙ୍କୁ ପାଞ୍ଚ ବର୍ଷରେ ମୋଟ ୫୦,୦୦୦ ଟଙ୍କା ମିଳିବ । ସେହିପରି ବର୍ଷକୁ ଦୁଇଟି କିସ୍ତିରେ ୧୦,୦୦୦ ଟଙ୍କା ମିଳିବ ।

ଦେଶବାସୀଙ୍କୁ ବିଶ୍ବକର୍ମା ଜୟନ୍ତୀର ଶୁଭକାମନା ଜଣାଇଲେ ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, "ଏହି ପବିତ୍ର ଦିନରେ ଓଡ଼ିଶାର ମାଆ ଭଉଣୀଙ୍କ ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି । ମହାପ୍ରଭୁଙ୍କ କ୍ରୁପାରୁ ମାଆ ସୁଭଦ୍ରାଙ୍କ ନାଁରୁ ଯୋଜନାର ଆରମ୍ଭ ହୋଇଛି ।" ଅନ୍ୟପଟେ ଭୁବନେଶ୍ବରରେ ବର୍ଷା ଜାରି ରହିଥିବାରୁ ସ୍ବୟଂ ଇନ୍ଦ୍ର ଦେବତା ଆଶୀର୍ବାଦ ଦେଉଥିବା କହିଛନ୍ତି ମୋଦି ।

"ଦେଶର ବିଭିନ୍ନ ସହରରେ ଲକ୍ଷ ଲକ୍ଷ ପରିବାରକୁ ପକ୍କା ଘର ପ୍ରଦାନ କରାଯାଇଛି । ଓଡ଼ିଶାର ବିକାଶ ପାଇଁ ହଜାର ହଜାର କୋଟି ମୂଲ୍ୟର ଯୋଜନାର ଶୁଭାରମ୍ଭ ହୋଇଛି । ଏହି ଅବସରରେ ଓଡ଼ିଶାର ସମସ୍ତଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଶପଥ ଗ୍ରହଣ ବେଳେ ମୁଁ ଆସିଥିଲି । ଏହାପରେ ଏହା ମୋର ପ୍ରଥମ ଯାତ୍ରା । ନିର୍ବାଚନ ବେଳେ ମୁଁ କହିଥିଲି, ଭାଜପା ସରକାର ହେଲେ ବିକାଶ କରିବ ଡବଲ ଇଞ୍ଜିନ ସରକାର । ଯେଉଁ ସ୍ବପ୍ନ ଗରିବ, ଦଳିତ, ମାଆ ଭଉଣୀ, ଯୁବ ବର୍ଗ ଦେଖିଛନ୍ତି ସମସ୍ତଙ୍କ ସ୍ବପ୍ନ ପୂରଣ ହେବ ବୋଲି ମୋର ବିଶ୍ବାସ ଏବଂ ମହାପ୍ରଭୁଙ୍କ ଆଶୀର୍ବାଦ ରହିଛି" ବୋଲି ଅଭିଭାଷଣରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହା ପୂର୍ବରୁ ପିଏମ ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଗାଡ଼କଣ ଯାଇଥିଲେ ପ୍ରଧାନମନ୍ତ୍ରୀ । ପିଏମ ଆବାସ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଥିଲେ । ସେଠାରେ ହିତାଧିକାରୀଙ୍କ ଘରେ ଉଭୟ ଖିରି ଖାଇଥିଲେ । ଆଉ ଖିରି ପାଇବା ପରେ ନିଜ ମାଆଙ୍କୁ ମନେ ପକାଇଥିଲେ ମୋଦି । "ଆଜି ଜଣେ ଆଦିବାସୀ ମାଆ ମତେ ଖିରି ଖୁଆଇ ଜନ୍ମଦିନରେ ଆଶୀର୍ବାଦ ଦେଲେ, ଏହା ମୋର ଜୀବନ ଯାକର ଅର୍ଜିତ ପୁଞ୍ଜି" ବୋଲି କହିଛନ୍ତି ମୋଦି ।

0 Comments