ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋହନ ସରକାରଙ୍କ ବହୁ ପ୍ରତିକ୍ଷୀତ ‘ଫ୍ଲାଗସିପ୍ ପୋଗ୍ରାମ୍’ ସୁଭଦ୍ରା ଯୋଜନାର କରିବେ ଲୋକାର୍ପଣ । ଆଉ ଏହା ପରେ ଯୋଗ୍ୟ ‘ସୁଭଦ୍ରା’ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ 5 ହଜାର ଟଙ୍କା । ପୂର୍ବ ବିଜେଡି ସରକାରକୁ ଚେକ୍ ଦେବାକୁ ନିର୍ବାଚନୀ ସମୟରେ ‘ସୁଭଦ୍ରା’ ଯୋଜନା ଆଣିବାକୁ ପ୍ରତିଶୃତି ଦେଇଥିଲା ବିଜେପି । ଆଉ ‘ସୁଭଦ୍ରା’ ଗୋଟି ଚାଳନା ମଧ୍ୟ ସଫଳ ହୋଇଛି । ବିଜେଡିର ମହିଳା ଦୁର୍ଗକୁ ଭାଙ୍ଗି ମହିଳା ଭୋଟ୍ ହାତେଇ ନୂଆ ସରକାର କରିଛି ବିଜେପି । ଏପଟେ ସୁଭଦ୍ରା ଯୋଜନାରେ ଏକ କୋଟିରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ବାର୍ଷି

କ ଦୁଇଟି କିସ୍ତିରେ 10 ହଜାର ଟଙ୍କା ଯିବ । ବିଜେପି ସରକାର ଏହାକୁ ମହିଳା ସଶକ୍ତିକରଣ ପାଇଁ ମାଇଲଷ୍ଟୋନ କହିଛି ।

ମୋହନ ସରକାରଙ୍କ ଦୀର୍ଘ ଦିନରୁ ପ୍ରତିକ୍ଷାରତ ମହିଳା କୈନ୍ଦ୍ରୀକ ଯୋଜନା ‘ସୁଭଦ୍ରା’ ସ୍କିମରେ ରାଜ୍ୟରେ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ପ୍ରଥମ କିସ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବର ଗସ୍ତରେ ଆସି ଏହି ଯୋଜନାର ଶୁଭାରମ୍ଭ କରିବା ସହିତ 3,800 କୋଟିର ଅନ୍ୟାନ୍ୟ ଯୋଜନା ଏବଂ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ।


0 Comments