ଭୁବନେଶ୍ବର: ରାଜଧାନୀରେ ବେପରୁଆ ଓ ବିପଦପୂର୍ଣ୍ଣ ଗାଡି ଚାଳନା । ସାମ୍ନାକୁ ଆସିଲା ରାଜରାସ୍ତା ଉପରେ ଘଟଣାର ଛାତିଥରା ଭିଡିଓ । ଜନଗହଳିପୂର୍ଣ୍ଣ ରାସ୍ତାରେ ବିପଦପୂର୍ଣ୍ଣ ଭାବେ କାର ଚଳାଉଥିଲେ କିଛି ଯୁବକ । ଏପରିକି ଟ୍ରାଫିକ ପୋଲିସ ଉପରକୁ ମଧ୍ଯ ଗାଡ଼ି ଚଢ଼ାଇବାକୁ ଉଦ୍ୟମ କରିଥି

ଲେ ଏହି ଯୁବକମାନେ । ସୋସିଆଲ ମିଡିଆରେ ଭିଡିଓଟି ଜୋରଦାର ଭାଇରାଲ ହେବା ପରେ ଆକ୍ସନ ମୋଡରେ ପୋଲିସ । ଅମାନିଆ ଯୁବକଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ, ଆଜି ସକାଳ ୯ଟା ସମୟରେ ଭୁବନେଶ୍ବର ବିଗବଜାରରୁ ଶହୀଦନଗର ଜନଗହଳିପୂର୍ଣ୍ଣ ରାସ୍ତାରେ କିଛି ଯୁବକ ଅତି ବେପରୁଆ ଭାବେ ଗାଡ଼ି ଚଳାଉଥିବା ଭିଡିଓ ଭାଇରାଲ ହୋଇଥିଲା । ୪ଟି ଗାଡ଼ି ଯୋଗେ କିଛି ଯୁବକ ବେପରୁଆ ଭାବରେ ଗାଡ଼ି ଚାଳନା କରି ରାସ୍ତାରେ ଯାଉଥିବା ଲୋକଙ୍କୁ ଭୟଭୀତ କରି ଦେଇଥିଲେ । ଗାଡ଼ିକୁ କେତେବେଳେ ରାସ୍ତାର ବାମପଟକୁ ତ କେତେବେଳେ ଡାହାଣକୁ ନେଉଥିଲେ । ଏପରିକି ପଦଚାରୀଙ୍କ ପାଇଁ ହୋଇଥିବା ରାସ୍ତା ଉପରକୁ ମଧ୍ୟ ଗାଡ଼ି ଚଢ଼ାଇ ନେଉଥିଲେ । ଏହି ସମୟର ଭିଡିଓ କଏଦ କରି ସୋସିଆଲ ମିଡ଼ିଆରେ ସେୟାର କରିଥିଲେ ଜଣେ ଯୁବକ । ଏପଟେ ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ ପୋଲିସ । ୫ ଜଣ ଯୁବକ ଗିରଫ ହୋଇଥିବା ବେଳେ ୩ଟି ଗାଡ଼ିକୁ ଜବତ କରିଛି ପୋଲିସ ।

ଏନେଇ ଜୋନ ୧ ଏସିପି ଏସ.ଏନ୍. ମୁଦୁଲି ସୂଚନା ଦେଇ କହିଛନ୍ତି "ଯେଉଁ ଭିଡିଓଟି ଭାଇରାଲ ହୋଇଛି । ସେଟା ଆଜି ସକାଳ ୯ଟା ସମୟର ଘଟଣା । ୪ଟି ଗାଡି ଥିଲା । ଗୋଟେ ଏସ ୟୁଭି, ସଫାରି କ୍ରେଟା, ଆଇ ଟେଣ୍ଟି ଥୀଲା। ୪ଟି ଗାଡିରେ କିଛି ଯୁବକ ବିଗବଜାର ଟ୍ରାଫିକରୁ ଶହୀଦନଗର ରାସ୍ତାରେ ଯାଉଥିଲେ । ସେମାନେ ରାସ୍ତାରେ ଅତ୍ୟନ୍ତ ବିପଦଜନକ ଭାବରେ ଗାଡ଼ି ଚାଳନା କରୁଥିଲେ । ଯାହା ଫଳରେ ସାଧାରଣ ଟ୍ରାଫିକ ଲୋକମାନେ ରାସ୍ତା ବ୍ୟବାହାର କରୁଥିଲେ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲେ । ଆମର ଟ୍ରାଫିକ ପୋଲିସର ଆଦେଶକୁ ନ ମାନି ତାଙ୍କ ଉପରକୁ ଗାଡି ମଡାଇବାକୁ ମଧ୍ୟ ଚେଷ୍ଟା କରିଥିଲେ । ଏ ସକ୍ରାନ୍ତରେ ଖାରବେଳ ନଗର ଥାନାରେ ଏକ ମାମଲା କରିଛୁ । ୪ଟି ଗାଡିରୁ ୩ଟି ଗାଡ଼ିକୁ ଜବତ କରିଛୁ । ଏସଂକ୍ରାନ୍ତରେ ଯେଉଁ ଯୁବକମାନେ ଥିଲେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଥାନାରେ ଅଟକ ରଖିଛୁ । ଏନେଇ ମାମଲାର ଅଧିକ ତଦନ୍ତ ଜାରି ରହିଛି ।"

0 Comments