ଆଜି ଜାତୀୟ ଅଭିଯାନ୍ତ୍ରିକୀ ଦିବସ -୨୦୨୪ ଉପଲକ୍ଷେ ସାଧାରଣ ଲୋକଙ୍କ ପାଇଁ ପ୍ରଯୁକ୍ତି ବିଦ୍ଯା ଶୀର୍ଷକରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଦ ଓଡିଶା ବିଜ୍ଞାନ ମଣ୍ଡଳ (ବିଜ୍ଞାନ ଭାରତୀ, ଉତ୍କଳ ପ୍ରାନ୍ତ) ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ଯକ୍ରମରେ ସ୍ୱାଗତ ବକ୍ତବ୍ଯ ପ୍ରଦାନ କରି ଅନୁଷ୍ଠାନର ନିର୍ଦ୍ଦେଶକ ତଥାମଣ୍ଡଳର ପ୍ରାନ୍ତ କାର୍ଯ୍ଯକାରିଣୀ ସଦସ୍ଯ,  ଡଃ ପତିତ ପାବନ ମହାନ୍ତି ଚିକିତ୍ସା ବିଜ୍ଞାନ କିପରି ସାଧାରଣ ବର୍ଗର ରୋଗୀଙ୍କ ସେବାରେ ଲାଗିପାରିବ ଏହା ଆମ ଗବେଷକ ମାନଙ୍କ ଲକ୍ଷ୍ଯ ହେବା ଉଚିତ୍ ବୋଲି କହିଥିଲେ। ସେ ଅତିଥି ଅଭ୍ଯାଗତ ଓ ଶ୍ରୋତାମାନଙ୍କୁ ସ୍ୱାଗତ କରିବା ପୂର୍ବକ ଏସଭିନିରତାର କିପରି ଔଷଧ ରହିତ ଚିକିତ୍ସା (ଡ୍ରଗଲେସ ହିଲିଙ୍ଗ) ଭାବେ ଦୀର୍ଘ ଜୀବନର ମାଧ୍ଯମ ହୋଇ ପାରିଛି ବର୍ଣ୍ଣନା କରିଥିଲେ। ମୁଖ୍ଯ ଅତିଥି ଭାବେ ଯୋଗଦେଇ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ, ଜନଜାତି ବିଭାଗ, ଜଳ ଶକ୍ତି ବିଶ୍ୱେଶ୍ୱର ଟୁଡୁ କହିଲେ ଶବ୍ଦ ଅସମ୍ଭବକୁ ସମ୍ଭବ କରିପାରିବ। ଆଗରୁ ଆପଣମାନେ  ରୋଗୀ ପାଇଁ ବିକଳାଙ୍ଗ ଶବ୍ଦ ବ୍ଯବହାର କରୁଥିଲେ। କହିଲେ ଦେଖି, ଭିନ୍ନକ୍ଷମ ଶବ୍ଦ ବ୍ଯବହାର କରିବା ପରେ ରୋଗୀର ଆରୋଗ୍ୟ ଲାଭ କରିବା ହାର ବଢିଛି ନା ନାହିଁ। ମୋଦୀଜୀ ଶବ୍ଦର ଯାଦୁଗର, ତେଣୁ  ଭାରତ ଆଜି ଆବାଳବୃଦ୍ଧବନିତାଙ୍କୁ ରାଷ୍ଟ୍ର ପାଇଁ ସର୍ବସ୍ବ ତ୍ଯାଗ କରି ଭାରତକୁ ପରମ ବୈଭବଶାଳୀ କରିବା ପାଇଁ ସାଧନାରେ ବ୍ରତୀ ହୋଇଛନ୍ତି। ଲୋକଙ୍କ ପାଇଁ ବିଜ୍ଞାନ ହିଁ ବାସ୍ତବ ସେବା ବୋଲି କେନ୍ଦ୍ର ମନ୍ତ୍ରୀ ଟୁଡୁ କହିଥିଲେ। ମୁଖ୍ଯ ବକ୍ତା ଭାବେ ଯୋଗଦେଇ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ (ଏସସିବି ମେଡିକାଲ କଲେଜ)

ର ଏମ. ଏଚ. ଆଇ. ର ପ୍ରାକ୍ତନ ବିଭାଗୀୟ ମୁଖ୍ଯ ଓ ନିର୍ଦ୍ଦେଶକ ଡଃ ନୀଳମାଧବ ରଥ କହିଲେ ଆଗରୁ ଚିକିତ୍ସା ବିଜ୍ଞାନରେ ଅନୁସନ୍ଧାନ ପଦ୍ଧତି ମୁଖ୍ଯତଃ କ୍ଲିନିକାଲ ଥିଲା ଓ ଡାକ୍ତରର ବୁଝିବାଶକ୍ତି, ଦକ୍ଷତା ଉପରେ ରୋଗ ଚିକିତ୍ସା ନିର୍ଭର ଶୀଳ ଥିଲା। ଏବେ ଆଧୁନିକ ଯନ୍ତ୍ରପାତି ରୋଗ ନିରୁପଣ ପାଇଁ ଆଗ ଅପେକ୍ଷା ବେଶୀ ସକ୍ଷମ, ହେଲେ ଏହା ଡାକ୍ତରର ଚିନ୍ତନ, ଚିକିତ୍ସା ଦକ୍ଷତା ବିକଶିତ ହେବାରେ ସହାୟକ ହୋଇପାରୁ ନାହିଁ। ତେଣୁ ଅସାଧ୍ଯ ରୋଗ ଚିକିତ୍ସା ଏବେ ଯେତିକି ସହଜ, ସେତିକି କଠିନ। ଉପକରଣର ନିଜର ସୀମା ଅଛି, ମଣିଷ ମୁଣ୍ଡର ଦକ୍ଷତା ଅସୀମ, ଅସାଧାରଣ। ଏହାଛଡା ଉପକରଣ ମାତ୍ରେ ଅର୍ଥ। କ୍ଲିନିକାଲ ଅନୁସନ୍ଧାନ କମ ଖର୍ଚ୍ଚରେ ହୋଇପାରେ, ତେଣୁ କ୍ଲିନିକାଲ ଅନୁସନ୍ଧାନ ଗରୀବ ଓ ଦୁସ୍ତ ଲୋକ ପାଇଁ ବେଶୀ ଉପଯୋଗୀ। ସେ ନିଜ ଫୁଲବାଣୀ, କନ୍ଧମାଳ ରହଣୀ କାଳର ବିଭିନ୍ନ ମହତ୍ବପୂର୍ଣ୍ଣ ଅଭିଜ୍ଞତା ବର୍ଣ୍ଣନା କରି ପରିବେଶ, ପରିସ୍ଥିତି ଓ ରୋଗ କିପରି ଡାକ୍ତରକୁ ଦକ୍ଷ ଓ କର୍ମନିଷ୍ଠ କରିଥାଏ ତାହା ବର୍ଣ୍ଣନା କରିଥିଲେ। ବିଜ୍ଞାନ ଭାରତୀର କଟକ ଜିଲ୍ଲା ସଂପାଦକ ଅଧ୍ଯାପକ ମନୋରଞ୍ଜନ ମହାନ୍ତି ଧନ୍ଯବାଦ ଅର୍ପଣ କରିଥିବା ବେଳେ ରାଜ୍ଯ ସହ ସଂଗଠନ ସଂପାଦକ ଡଃ ଗୌରୀଶଙ୍କର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ରାଜ୍ଯ କୋଷାଧ୍ୟକ୍ଷ ସଂଜୟ କୁମାର ପଟ୍ଟନାୟକ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ,  ଡା ଆୟୁଷି ଗୋୟଲ ଓ ଡା ଆରାଧନା ଚାନ୍ଦେଲ କାର୍ଯକ୍ରମ ସଂଯୋଜନା କରିଥିଲେ। ଡଃ ନାରାୟଣ ମହାନ୍ତି, ଅଧ୍ଯାପକ ବିଜୟ କୁମାର ନାୟକ, ହେମନ୍ତ ବେହେରା, ସଂଗ୍ରାମ ସାହୁ, ତପନ କୁମାର ପ୍ରୁଷ୍ଟି,ଆର୍ଯ୍ୟ କୁମାର ଶର୍ମା  ପ୍ରମୁଖ ଆଲୋଚନାରେ ଭାଗନେଇଥିଲେ।

0 Comments