ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲି (ମଙ୍ଗଳବାର)ଠୁ  ଆରମ୍ଭ ହେବ ଧାନକ୍ରୟ । ପ୍ରଥମ ପର୍ଯ୍ୟାୟରେ ବରଗଡ ଜିଲ୍ଲାରୁ ଆରମ୍ଭ ହେବ ଧାନ ସଂଗ୍ରହ । ଅନ୍ୟପଟେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଧାନ କିଣିବା ପାଇଁ ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର । ଚାଷୀଙ୍କ ପାଇଁ ମଣ୍ଡି ଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମଣ୍ଡି ଖୋଲିବା ପରେ ଯେଉଁଠି ଅସୁବିଧା ଦେଖାଯିବ ତାକୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକର ନିଷ୍ପତ୍ତି ଅନୁଯାୟୀ ଚାଷୀଙ୍କ ଅଭିଯୋଗ ବା ଅନୁସନ୍ଧାନ ପାଇଁ ଓଡ଼ିଶା ଖାଦ୍ୟ ଯୋଗାଣ ନିଗମ ତରଫରୁ ଦେୟମୁକ୍ତ ନମ୍ବର ୧୯୬୭ କାର୍ଯ୍ୟକ୍ଷମ ରହିବ । ରାଜ୍ୟରେ ୩ ହଜାର ୧୩୪ଟି ସେବା ସମବାୟ ସମିତି ଓ ଲ୍ୟାମ୍ପସ୍ ଆଦି ଧାନ ସଂଗ୍ରହରେ ସାମିଲ ହେବେ । ୧୪୧୯ କଷ୍ଟମ୍ ମିଲର ଧାନ ସଂଗ୍ରହ କରିବେ । କଟ୍‌ନୀ ଛଟନୀ ଭଳି ସମସ୍ୟାକୁ ଏଡ଼ାଇବାକୁ ପଦକ୍ଷେପ ନିଆଯିବ । ପୋଲିସ୍ ବିଭାଗ ତରଫରୁ ମଧ୍ୟ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍ ଖୋଲିବା ସହ ନିୟମିତ ପାଟ୍ରୋଲିଂ କରାଯିବ ।

ack_8df048; font-size: 17px;">ରାଜସ୍ବ, ସମବାୟ ବିଭାଗ, ଜିଲ୍ଲା ପୋଲିସ୍ ପ୍ରଶାସନ, ପରିବହନ, ଜିଲ୍ଲା ଯୋଗାଣ ଅଧିକାରୀ, ସମବାୟ ନିବନ୍ଧକ, ଯୋଗାଣ ନିରୀକ୍ଷକ, ଯୋଗାଣ ନିଗମ ଅଧିକାରୀ ଆଦିଙ୍କୁ ନେଇ ଆନ୍ତଃ ବିଭାଗୀୟ ସମନ୍ଵୟକୁ ଗୁରୁତ୍ବ ଦିଆଯାଇଛି । ବାହାର ରାଜ୍ୟରୁ ଯେପରି ଧାନ ଆସିବନି, ପ୍ରତି ମଣ୍ଡିରେ କେତେ ଚାଷୀ କେଉଁଦିନ କେତେ ଧାନ ବିକିଲେ ସେନେଇ ଜିଲ୍ଲାପାଳମାନଙ୍କୁ ପ୍ରତିଦିନ ତଥ୍ୟ ସଂଗ୍ରହ କରିବାକୁ କୁହାଯାଇଛି । ମଣ୍ଡିରେ ୨୪ ଘଣ୍ଟିଆ ସିସିଟିଭି ତଦାରଖ ବ୍ୟବସ୍ଥା ସହ ସମସ୍ତ ଆନୁଷଙ୍ଗିକ ସୁବିଧା ଯୋଗାଇବାକୁ କୁହାଯାଇଛି ।

ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି, "ଆସନ୍ତାକାଲିଠୁ ଆରମ୍ଭ ହେବ ଧାନକ୍ରୟ । ଚଳିତ ବର୍ଷ ଅଧିକ ଧାନ ସଂଗ୍ରହ କରିବାକୁ ଟାର୍ଗେଟ ରଖାଯାଇଛି । ମଣ୍ଡିରେ ଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଚାଷୀଙ୍କ ପାଇଁ ମଣ୍ଡି ଗୁଡ଼ିକରେ ଖାଦ୍ୟ, ପାନୀୟ, ଶୌଚାଳୟ ଭଳି ସବୁ ବ୍ୟବସ୍ଥା କରାଯାଇଛି । ଠିକ ସମୟରେ ଗାଡ଼ି ପହଞ୍ଚାଇବା ପାଇଁ ମିଲ୍ ମାଲିକମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଧାନ କିଣା ଉପରେ ତୀକ୍ଷଣ ନଜର ରଖିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମଣ୍ଡି ଖୋଲିବା ପରେ ଯେଉଁଠି ଅସୁବିଧା ଦେଖାଯିବ ତାକୁ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।"

0 Comments