8df048; font-size: 20px;">କଟକ: ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, ବାପା ଓ ସାବତ ମାଆକୁ ନିର୍ମମ ହତ୍ୟା । ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ କଟକ ଦରଘା ବଜାର ଜେଲ କଲୋନୀରେ ଘଟିଛି ଏହି ଅଘଟଣ । ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବରେ ହତ୍ୟା କରିଛି ନୃଶଂସ ପୁଅ । ଧାର ଟଙ୍କା ସୁଝିବାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ମୃତକ ଦୁଇ ଜଣଙ୍କ ହେଲେ ଦୀପକ ଦାସ ଏବଂ ତାଙ୍କର ପତ୍ନୀ ଲିତାରାଣୀ ଦାସ । ପୁଅ ଆଲୋକ ଦାସ ଦୁଇ ଜଣଙ୍କୁ ହତ୍ୟା କରିଥିବା ଅଭଯୋଗ ହୋଇଥିବା ବେଳେ, ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଦୀପକ ଦାସଙ୍କ ଏକମାତ୍ର ପୁଅ ଆଲୋକ ଦାସ । ପରିବାର ମଧ୍ୟରେ ଜମିବାଡ଼ି ଓ ଟଙ୍କାକୁ ନେଇ ବିବାଦ ଲାଗି ରହିଥିଲା । ଆଉ ଏହି ବିବାଦ ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ଉଗ୍ରରୂପ ନେଇଥିଲା । ଆଲୋକ ପ୍ରଥମେ ସାବତ ମାଆକୁ ହତ୍ୟା କରିବା ପରେ ବାପା ଯେତେବେଳେ ଆସି ପହଞ୍ଚିଥିଲେ ତାଙ୍କୁ ମଧ୍ୟ ଅତର୍କିତ ଆକ୍ରମଣ କରି ନୃଶଂସ ଭାବେ ହତ୍ୟା କରିଥିଲା । ଏହାପରେ ଖବର ପାଇ ଦାରଘା ବଜାର ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଅଟକ ରଖିବା ସହ ଦୁଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଏସସିବିକୁ ପଠାଇଥିଲା ।


0 Comments