ଭୁବନେଶ୍ବର: ଆଜି (ଶନିବାର) ଆଣ୍ଡାମାନରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । 24ରେ ଅବପାତ ସମ୍ଭାବନା ରହିଛି । ପରେ ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ସମୟରେ ବାତ୍ୟାରେ ପରିଣତ ହୋଇପାରେ । ଅନ୍ୟପଟେ ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ତାପମାତ୍ରାରେ ଆଉ 2 ରୁ 3 ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ଥିବାବେଳେ ଆସନ୍ତା ସପ୍ତାହରେ ପାଗ ବଦଳି ପାରେ । ଉପକୂଳ ଜିଲ୍ଲାଗୁଡ଼ିକରେ ମେଘୁଆ ପାଗ ସହିତ ବର୍ଷା ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା 

ictness: proximity; --tw-gradient-from-position: ; --tw-gradient-via-position: ; --tw-gradient-to-position: ; --tw-ordinal: ; --tw-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_8df048, __Noto_Sans_Fallback_8df048; font-size: 21px !important;">ମନୋରମା ମହାନ୍ତି କହିଛନ୍ତି," ଆଜି ସକାଳ 8.30 ସମୟରେ ମଲକ୍କା ରାଜ୍ୟ ଓ ଏହାର ପାଖାପାଖି ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ଓଡ଼ିଶା ଉପକୂଳରୁ ବହୁ ଦୂରରେ ରହିଛି । ଏହି 24 ନଭେମ୍ବର ପାଖାପାଖି ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଅବପାତର ରୂପ ନେବାର ସମ୍ଭାବନା ରହିଛି । ତାପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ 48 ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନିଭୂତ ହେବାର ସମ୍ଭାବନା ରହିଛି । ଏହା ଓଡ଼ିଶା ଉପକୂଳଠୁ ବହୁ ଦୂରରେ ଥିବାରୁ ଆଗାମୀ 7 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ନାହିଁ । ବାତ୍ୟା ଏପର୍ଯ୍ୟନ୍ତ ସୃଷ୍ଟି ହୋଇନାହିଁ ।"

ରାଜ୍ୟରେ ତାପମାତ୍ରାକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,"ତାପମାତ୍ରାରେ ବି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ବର୍ତ୍ତମାନ ପୁରା ରାଜ୍ୟରେ ରାତି ତାପମାତ୍ରା କିମ୍ବା ସର୍ବନିମ୍ନ ତାପମାତ୍ରା କିଛି କିଛି ସ୍ଥାନରେ ସ୍ୱାଭାବିକ ରହିଛି । ଆଉ କିଛି ସ୍ଥାନରେ ସ୍ୱାଭାବିକ ତାପମାତ୍ରାଠାରୁ 3ରୁ 4 ଡିଗ୍ରୀ ବେଶୀ ରହିଛି । ଆଗାମୀ 5 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ ।"


0 Comments