ଆଜି ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ । ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଛି । ଆଜି ସକାଳୁ ଜିଲ୍ଲାରେ ଅତ୍ୟାବଶ୍ୟକ ସେବା ଛାଡ଼ି ଦୋକାନ, ବଜାର, ସ୍କୁଲ୍, କଲେଜ, ଯାନବାହାନ ଚଳାଚଳ ବନ୍ଦ ରହିଛି । ଅନୁପ୍ରବେଶକାରୀ, ଉପଦ୍ରବକାରୀ, ଅସାମାଜିକ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଜିଲ୍ଲାରୁ ବାହାର କରିବା ଦାବିରେ ବନ୍ଦ ଡ଼ାକରା ଦିଆଯାଇଛି । କେନ୍ଦୁଝର ସହର, ଚମ୍ପୁଆ, ଯୋଡ଼ା, ବଡ଼ବିଲ, ପାଟଣା, ଘସିପୁରା, ଆନନ୍ଦପୁର ଆଦି ଅଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଆଜ

ସକାଳୁ ବିଶ୍ଵହିନ୍ଦୁ ପରିଷଦର ନେତା ଓ ସଦସ୍ୟମାନେ ପିକେଟିଂ କରି ବିଭିନ୍ନ ସ୍ଥାନରେ ବନ୍ଦ କରିଛନ୍ତି l ଜିଲ୍ଲାରେ ଯାନବାହାନ ଚଳାଚଳ ବନ୍ଦ ରହିଛି । ଦୋକାନ, ବଜାର ବନ୍ଦ ରହିଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ କରାଯିବ ।

ପ୍ରକାଶ ଯେ ଗତ ୧୫ ତାରିଖରେ ବାଂଶପାଳ ବ୍ଲକ ସଦର ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମର ଶିକାର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏହି ମାମଲାରେ ଜଣେ ବଙ୍ଗାଳୀ ମୁସଲମାନକୁ ପୋଲିସ ଗିରଫ କରିଥିବା ଜଣାପଡିଛି। 

0 Comments