ଭୁବନେଶ୍ୱର: ରାଜ୍ୟରେ ବାଲି ଚୋରା ଚାଲାଣ ରୋକ ନେଇ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏଣିକି ଇ - ଅକ୍ସନ ବଦଳରେ ଇ - ଲଟେରୀ ମାଧ୍ୟମରେ ଦିଆଯିବ ଖଣି ଲିଜ । ଏହା ଦ

୍ୱାରା ମାଫିଆଙ୍କ ମନମାନୀ ବନ୍ଦ ହେବ । ରାଜ୍ୟରେ ଆଗକୁ ଶସ୍ତା ହେବ ବାଲି । ସାରା ରାଜ୍ୟରେ ଗୋଟିଏ ଦରରେ ବିକ୍ରି ହେବ ବାଲି । ଲାଗୁ ହେବ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି । ମନଇଚ୍ଛା ବିକି ପାରିବେନି ଲିଜଧାରୀ ଓ ମାଫିଆ । ଗଛିତ ରଖିବା ପାଇଁ ଦିଆଯିବ ଷ୍ଟୋରେଜ ଲାଇସେନ୍ସ କହିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

ଖଣି ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଖଣି ଚୋରି ଓ ଅନିୟମିତତା ରୋକିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଓଭର ଲୋଡ଼ିଂ ଏବଂ ହାଇଗ୍ରେଡ ଖଣିଜକୁ ଲୋ ଗ୍ରେଡ ଦର୍ଶାଇ ହେଇଥିବା ଅନିୟମିତତା ଉପରେ ଲାଗିବ ପୂର୍ଣ୍ଣଚ୍ଛେଦ । ଲିଜ ଅଞ୍ଚଳକୁ ଛାଡି ଅନ୍ୟ ଅଞ୍ଚଳରେ ଖଣି ଖନନ ବା ଅତ୍ୟଧିକ ଖଣି ଖନନ ଉପରେ ଲାଗିବ ରୋକ । ଏଣିକି ମାନୁଆଲି ନୁହେଁ ସଂପୂର୍ଣ୍ଣ ଡିଜିଟାଲ ଟେକ୍ନୋଲୋଜି ମାଧ୍ୟମରେ ହେବ ଖଣିଜ ପଦାର୍ଥ ଗ୍ରେଡ ଅନାଲିଶିସ, ସାମ୍ପୁଲିଂ, ଟେଷ୍ଟିଂ, ଷ୍ଟକିଂ । ଯେଉଁଠି ଚୋରା ଖଣିଜ ପଦାର୍ଥ ଜବତ ହେବ, ସେଠାରେ ପୋର୍ଟେବଲ୍ ଅନାଲାଇଜର ମାଧ୍ୟମରେ ଗ୍ରେଡ ଟେଷ୍ଟ କରାଯିବ । ସବୁ ଖଣିରେ RFID ବୁମ୍ ବ୍ୟାରିୟର ଲଗାଯିବ । ଏହା ଦ୍ବାରା ଖଣିରୁ ମାଲବାହୀ ଗାଡ଼ି ଡେସପ୍ୟାଚ ସମୟରେ ଟ୍ରାକିଂ କରାଯାଇପାରିବ ।

ଏହା ସହ ପୂର୍ବରୁ ଅଧିକ ପ୍ରିମିୟମ ଦେଇ ତାକୁ ଭରଣାର ଆଳ ଦେଖାଇ ଗ୍ରେଡ ମ୍ୟାନେଜମେଣ୍ଟରେ ହେରଫେର ହେଉଥିଲା । ତେଣୁ ଏହାକୁ ସଂପୂର୍ଣ୍ଣ ରୋକିବା ପାଇଁ ନୂଆ ନିୟମ ଲାଗୁ କରିଛି ବିଜେପି ସରକାର । ଓଡ଼ିଶା ଖଣିଜ ପଦାର୍ଥ (ବେଆଇନ ଖଣି ଖନନ ନିବାରଣ ଏବଂ ବାଣିଜ୍ୟ, ପରିବହନ ଓ ସଂରକ୍ଷଣ ନିୟନ୍ତ୍ରଣ) 2025 ନିୟମାବଳୀ ଲାଗୁ କଲେ ସରକାର । ପୂର୍ବରୁ ଥିବା ଓଡ଼ିଶା ଖଣିଜ ପଦାର୍ଥ (ଚୋରି, ଚୋରା ଚାଲାଣ ଓ ବେଆଇନ ଖଣି ଖନନ ନିବାରଣ ଏବଂ ଦଖଲ, ସଂରକ୍ଷଣ, ବାଣିଜ୍ୟ ଓ ପରିବହନ ନିୟନ୍ତ୍ରଣ) ନିୟମାବଳୀ 2007କୁ ସରକାର ଉଚ୍ଛେଦ କରିଛନ୍ତି ।"

0 Comments