ଭୁବନେଶ୍ବର: ନୂଆପଡ଼ାରେ ବିଜେପିର ବୃହତ ବିଜୟ ପରେ ପଦ୍ମ ଶିବିରରେ ଉତ୍ସବର ମାହୋଲ । ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଢ଼ି ପ୍ରଥମ ଉପନିର୍ବାଚନରେ ବାଜି ମାରି ନେଇଛି ବିଜେପି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନବ ନିର୍ବାଚିତ ନୂଆପଡ଼ା ବିଧାୟକ ଜୟ ଢୋଲକିଆଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲ । ବିଜେପିର ଦମଦାର ବିଜୟ ପରେ ମୁଖ୍ୟମନ୍ତ୍ରୀ ଏହାର ସବୁ ଶ୍ରେୟ ନୂଆପଡ଼ାବାସୀଙ୍କୁ ଦେଇଛନ୍ତି ।

tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_8df048, __Noto_Sans_Fallback_8df048; font-size: 17px;">ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,"ନୂଆପଡାରେ ଆମର ଅଭୁତ ପୂର୍ବ ବିଜୟ ହୋଇଛି । ଆଜି ବିଜେପିର ଯେଉଁ ବିଜୟ ହୋଇଛି ସେଥିପାଇଁ ମୁଁ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ୍ ଦେଉଛି । ଆମ ସରକାର ଆସିବାର 17 ମାସରେ ପହଞ୍ଚି ସାରିଛି । ଗତ 6 ମାସ ପୂର୍ବରୁ ମୁଁ ନୂଆପଡ଼ା ଯାଇଥିଲି । ନୂଆପଡ଼ାବାସୀ ଆମ ସରକାରଙ୍କ ପ୍ରତି ଯେଉଁ ଭଲ ପାଇବା ଦେଇଥିଲା ତାହା ଆଜି ପ୍ରମାଣିତ ହୋଇଛି । 24 ବର୍ଷ ଧରି ଅବହେଳାର ଶିକାର ହୋଇଥିଲା ନୂଆପଡ଼ା । ଆଶା ବାନ୍ଧି ବସିଥିଲେ କି ସରକାର ପରିବର୍ତ୍ତନ ହୋଇଛି ଆମର ବିକାଶ ହେବ । ତାହା ଆଜି ନୂଆପଡ଼ାବାସୀ କରାଇଛନ୍ତି । ଯେତେବେଳେ ମୋତେ ସମୟ ମିଳିବ ମୁଁ ନୂଆପଡ଼ା ଯିବି ।"

ଓଡିଶା ରାଜନୀତିରେ ଇତିହାସ ସୃଷ୍ଟି ହୋଇଛି । ଆମେ ଅକ୍ଲାନ୍ତ ପରିଶ୍ରମ କରି ବିଜୟ ହାସଲ କରି ପାରିଛୁ । ମୁଖ୍ୟମନ୍ତ୍ରୀ ଶପଥ ନେବା ଦିନ ଠାରୁ ଓଡ଼ିଶା ସେବାରେ ନିଷ୍ଠାପର କାର୍ଯ୍ୟ କରୁଛନ୍ତି । ଆମେ ଦେଇ ଥିବା ପ୍ରତିଶ୍ରୁତି ପୁରାଣ କରି ଦେଖାଇବା । ନିଖୁଣ ଭାବରେ ଆମେ ନୂଆପଡ଼ାର କାର୍ଯ୍ୟ କରିବେ " ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ 


0 Comments