ଭୁବନେଶ୍ବର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ- ILS ଉଦ୍ଭାବନ କଲା ଯକ୍ଷ୍ମା (ଟିବି) ପ୍ରତିରୋଧକ ଟିକା। ଟିବି ବା ଯକ୍ଷ୍ମାରୁ ସୁରକ୍ଷା ପାଇଁ ଏକ ଟିକା, ଯାହା ପରବର୍ତ୍ତୀ ଜେନେରେସନ୍ ଭ୍ୟାକ୍‌ସିନ୍ ଭାବେ ବେଶ୍ ଫଳପ୍ରଦ ହେବ। BRIC- ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ବୈଜ୍ଞାନିକମାନେ ଉଦ୍ଭାବନ କରିଥିବା ଏହି ଭ୍ୟାକ୍‌ସିନ୍ ହେଉଛି, ‘HSP 16.3DC4' । ଏଥିରେ ଆଇଆଇଟି ଭୁବନେଶ୍ଵର ପକ୍ଷରୁ ସମସ୍ତ ପ୍ରକାର ବୈଷୟିକ ସହଭାଗିତା ରହିଛି। ଏହି ଭ୍ୟାକ୍‌ସିନ୍‌ର ଫର୍ମୁଲା ଓ ଟେକ୍ନୋଲୋଜି, ଟିକା ପ୍ରସ୍ତୁତକାରୀ ଅନୁଷ୍ଠାନକୁ ହସ୍ତାନ୍ତର କରାଯାଇଛି। ଏହି ଟେକ୍ନୋଲୋଜିକୁ ନେଇ ଆଗ୍ରହୀ ଔଷଧ ପ୍ରସ୍ତୁତକାରୀ କମ୍ପାନି 'HSP 16.3DC4' ଭ୍ୟାକ୍‌ସିନ୍ ବା ଟିକା ପ୍ରସ୍ତୁତ କରିବେ।

ଗବେଷଣା ସମ

ରେ ଏହି ‘HSP 16.3DC4' ଭ୍ୟାକ୍‌ସିନ୍ ମୂଷାଙ୍କଠାରେ ସଫଳତାର ସହ କାର୍ଯ୍ୟ କରିଛି। ଏହା ଆଗକୁ ଯକ୍ଷ୍ମା (ଟିବି) ପ୍ରତିରୋଧକ ଦିଗରେ ଫଳପ୍ରଦ ହେବ। ଦେଶ ତଥା ରାଜ୍ୟକୁ ଟିବି ମୁକ୍ତ କରିବା ଦିଗରେ ସୁରକ୍ଷା କବଚ ଭଳି କାର୍ଯ୍ୟ କରିବ ‘HSP 16.3DC4'। ଏହି ଟିକାର ପରୀକ୍ଷା 12 ବର୍ଷ ଧରି କରାଯାଇଥିଲା। ଯାହା କେବଳ ମୂଷା ଉପରେ ପରୀକ୍ଷଣ ପାଇଁ 5ରୁ 7 ବର୍ଷ ସମୟ ଲାଗିଥିଲା। ଏହା ପୂର୍ବରୁ 2 ବର୍ଷ ଧରି ଟିକା ଉପରେ ପରୀକ୍ଷା କରାଯାଇଥିଲା। ଏପରି ଦେଖିବାକୁ ଗଲେ ଏହି ଟିକା ପାଇଁ ସର୍ବ ମୋଟ୍ ଆକାରରେ 12 ବର୍ଷ ସମୟ ଲାଗିଥିଲା।

ବର୍ତମାନ ବାସିଲସ୍ କାଲମେଟ୍-ଗୁଏରିନ୍- BCG ହେଉଛି, ଏପର୍ଯ୍ୟନ୍ତ ଯକ୍ଷ୍ମା ପାଇଁ ଏକ ମାତ୍ର ଅନୁମୋଦିତ ଟୀକା। ତେବେ ତା ତୁଳନାରେ ଏହି ‘HSP 16.3DC4' ଟିକା ବହୁତ ପ୍ରଭାବୀ ଅଟେ। ଏହି ଟିକା କୋଷିକାର ଟି-ସେଲ୍ ମେମୋରୀ ଓ ବି-ସେଲ୍ ମେମୋରୀକୁ ନିରନ୍ତର ସକ୍ରିୟ ରଖିଥାଏ। ଯାହା ଫଳରେ ନିରନ୍ତର ଜୀବାଣୁ ମାରିବା ଦିଗରେ ସଂଗ୍ରାମ କରିଥାଏ। ଏହା ଯୁବପୀଢ଼ିଙ୍କ କ୍ଷେତ୍ରରେ ଭଲ କାର୍ଯ୍ୟ କରିବ। ଯାହା ଲୋକଙ୍କୁ ସ୍ଥାୟୀ ଯକ୍ଷ୍ମା ପ୍ରତିରୋଧକ କ୍ଷମତା ଓ ପ୍ରତିରକ୍ଷା ଦେଇପାରିବ। ଏହା ଜୀବାଣୁ ବିରୋଧରେ ଦୀର୍ଘ ସମୟ ଧରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ। ଏହା କୋଷୀୟ ଏବଂ ହ୍ୟୁମୋରାଲ୍ ପ୍ରତିକ୍ରିୟା ଉଭୟକୁ ବୃଦ୍ଧି କରି ପଲ୍‌ମୋନାରୀ ଜୀବାଣୁ ବିରୋଧରେ ସଂଗ୍ରାମ କରିବ।

୨୦୨୫ ସୁଦ୍ଧା ସମାଜକୁ ଟିବି ମୁକ୍ତ କରିବା ଲଗି କେନ୍ଦ୍ର ଓ ରାଜ୍ୟ ସରକାର ଅଭିଯାନ ଜାରି ରଖିଛନ୍ତି। ଟିବି ରୋଗୀ ଚିହ୍ନଟ ଓ ଚିକିତ୍ସା ଦିଗରେ ଜୋରଦାର ଉଦ୍ୟମ ଜାରି ରଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଟିବି ସେଲ୍। ରାଜ୍ୟରେ ବ୍ୟାପକ ପଦକ୍ଷେପ ସତ୍ତ୍ୱେ ମଧ୍ୟ ବଢୁଛି ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା। ମାଲନ୍ୟୁଟ୍ରିସନ ଯୋଗୁ ରାଜ୍ୟରେ ବ୍ୟାପୁଛି ଯକ୍ଷ୍ମା ରୋଗ ବା ଟିବି।

IIT ଭୁବନେଶ୍ୱର ସହିତ ମିଳିତ ଭାବେ ILS ଦ୍ୱାରା ବିକଶିତ ଏହି ନୂତନ ଟୀକା ଫୁସଫୁସରେ ଜୀବାଣୁ ଗଭୀରତାକୁ ଉଲ୍ଲେଖନୀୟ ଭାବେ ହ୍ରାସ କରୁଥିବା ନେଇ ଗବେଷଣାରେ ଯକ୍ଷ୍ମା ବିରୁଦ୍ଧରେ ବେଶ୍ ଫଳପ୍ରଦ ହେବବୋଲି ବିଶ୍ବାସ ସୃଷ୍ଟି ହୋଇଛି। ଏହା ବ୍ୟତୀତ ଏହି ଟିକା ପ୍ରାର୍ଥୀଙ୍କ ସହ-ପ୍ରଶାସନ BCG ପ୍ରେରିତ ପ୍ରତିରକ୍ଷା ପ୍ରତିକ୍ରିୟା ଏବଂ ସୁରକ୍ଷାକୁ ଆହୁରି ବୃଦ୍ଧି କରିଥାଏ। NRDC ସହାୟତାରେ, ମୁମ୍ବାଇର ଏକ କମ୍ପାନୀ TechInvention Lifecare Limited ଏହି ପ୍ରମାଣ-ଅଫ-କନସେପ୍ଟ ପର୍ଯ୍ୟାୟରେ ପ୍ରଯୁକ୍ତିବିଦ୍ୟା ଲାଇସେନ୍ସ ନେବାକୁ ଆଗେଇ ଆସିଛି।

0 Comments