(ଆନ୍ଧ୍ରପ୍ରଦେଶ): ନକ୍ସଲ ବିରୋଧୀ ଅଭିଯାନକୁ ଏକ ବଡ଼ ସଫଳତା। ଆଜି (ମଙ୍

ଳବାର) ସୁରକ୍ଷା ବାହିନୀ ଆନ୍ଧ୍ର-ଛତିଶଗଡ଼ ସୀମାରେ ଏକ ଏନକାଉଣ୍ଟରରେ କୁଖ୍ୟାତ ନକ୍ସଲ କମାଣ୍ଡର ହିଡ଼ମା ସମେତ ଛଅ ଜଣ ମାଓବାଦୀଙ୍କୁ ହତ୍ୟା କରିଛନ୍ତି। ହିଡ଼ମା ଅନେକ ବଡ଼ ଅପରାଧର ମାଷ୍ଟରମାଇଣ୍ଡ ଥିଲା।

ଆନ୍ଧ୍ରପ୍ରଦେଶର ଅଲୁରି ସୀତାରାମ ରାଜୁ ଜିଲ୍ଲାର ମାରେଡୁମେଲ୍ଲୀ ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ଅତି କମରେ ଛଅ ଜଣ ମାଓବାଦୀ ନିହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ଶୀର୍ଷ ମାଓ ନେତା ଏବଂ କେନ୍ଦ୍ରୀୟ କମିଟି ସଦସ୍ୟ ମାଦଭି ହିଡମା ଅଛନ୍ତି।

ଆନ୍ଧ୍ର ପ୍ରଦେଶର ଅଲୁରି ସୀତାରାମ ରାଜୁ ଜିଲ୍ଲାର ସ୍ୱତନ୍ତ୍ର ପୋଲିସ ଅଧିକ୍ଷକ (ଏସପି) ଅମିତ ବରଦାର କହିଛନ୍ତି ଯେ, ମାରେଡୁମେଲ୍ଲି ମଣ୍ଡଳର ଜଙ୍ଗଲ ଅଞ୍ଚଳରେ ସକାଳ 6ଟା 30ରୁ 7ଟା ମଧ୍ୟରେ ଏହି ଏନକାଉଣ୍ଟର ହୋଇଥିଲା। ସେ କହିଛନ୍ତି, "ପୋଲିସ ବିଭାଗର ବିଭିନ୍ନ ଶାଖା ଏକ ମିଳିତ ଅପରେସନ କରିଥିଲା। ଆଜି (ମଙ୍ଗଳବାର) ଅଲୁରି ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ 6 ଜଣ ମାଓବାଦୀ ନିହତ ହୋଇଛନ୍ତି।"

ହିଡ଼ମା ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)ର କେନ୍ଦ୍ରୀୟ କମିଟିର ସବୁଠାରୁ କନିଷ୍ଠ ସଦସ୍ୟ ଥିଲା ଏବଂ ଏହି ପଦବୀରେ ଥିବା ବସ୍ତର ଅଞ୍ଚଳର ଏକମାତ୍ର ଆଦିବାସୀ ଥିଲା। ତା ମୁଣ୍ଡ ଉପରେ ₹50 ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଥିଲା। ହିଡ଼ମା 2017 ସୁକମା ଆକ୍ରମଣ ଏବଂ 2013 ଝିରମ ଘାଟି ହତ୍ୟାକାଣ୍ଡ ସମେତ ଅତି କମରେ 26ଟି ଘାତକ ଆକ୍ରମଣ ପାଇଁ ଦାୟୀ, ଯେଉଁଥିରେ ଛତିଶଗଡ଼ର ପ୍ରମୁଖ କଂଗ୍ରେସ ନେତାଙ୍କ ସମେତ 27 ଜଣ ପ୍ରାଣ ହରାଇଥିଲେ।

0 Comments