ନୂଆଦିଲ୍ଲୀ: ଡିଆରଡିଓ ପକ୍ଷରୁ ଅତ୍ୟାଧୁନିକ ପରବର୍ତ୍ତୀ ପୀଢିର ଆକାଶ ମିସାଇଲ ସିଷ୍ଟମର ୟୁଜର ଏଭାଲ୍ୟୁଶନ ପରୀକ୍ଷଣ ସଫଳତା ପୂର୍ବକ ସମ୍ପନ୍ନ ହୋଇଯାଇଛି । ଏହା ଫଳରେ ସେନା ବାହିନୀରେ ଏହାକୁ ସାମିଲ କରିବାର ରାସ୍ତା ପ୍ରଶସ୍ତ ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି ।
ଡିଆରଡିଓ (ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ) ପକ୍ଷରୁ ଏକ୍ସରେ କରାଯାଇଥିବା ଏକ ପୋଷ୍ଟରେ କୁହଯାଇଛି, ଏହି ମିସାଇଲ ଦ୍ରୁତ ଗତି, ନିମ୍ନ ଉଚ୍ଚତା ଏବଂ ଦୀର୍ଘତମ ଦୂରତାକୁ ଟାର୍ଗେଟ କରିପାରୁଛି । ଏଥି ସହିତ ବିଭିନ୍ନ ବାୟୁମଣ୍ଡଳୀୟ ବିପଦ ବିରୋଧରେ ବହୁତ ଭଲ ପ୍ରଦର୍ଶନ କରିଛି । ଆଜି ଏହି ସିଷ୍ଟମର ପରୀକ୍ଷଣ ସଫଳତାର ସହ ଶେଷ ହେବା ସହ ଏହା ସମସ୍ତ PSQR ଆବଶ୍ୟକତା ପୂରଣ କରିଛି ।
4px; padding-left: 20px; padding-right: 20px; font-family: __Noto_Sans_8df048, __Noto_Sans_Fallback_8df048; float: none !important; font-size: 20px !important;">ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ୍ସରେ ଏକ ପୋଷ୍ଟ କରାଯାଇ କୁହାଯାଇଛି, ଡିଆରଡିଓ ପକ୍ଷରୁ ପରବର୍ତ୍ତୀ ପୀଢିର ଆକାଶ ଏନଜି ମିସାଇଲ ସିଷ୍ଟମର ସଫଳ ପରୀକ୍ଷଣ କରାଯାଇଛି । ଏହି ପରୀକ୍ଷଣ ପରେ ଏହା ଭାରତୀୟ ସେନାରେ ସାମିଲ କରିବା ରାସ୍ତା ପରିଷ୍କାର ହୋଇ ଯାଇଛି ।
ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ସ୍ୱଦେଶୀ ଆରଏଫ ସିକର, ଡୁଆଲ ପଲ୍ସ ସଲିଡ ରକେଟ ମୋଟର ଏବଂ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ରାଡର ଏବଂ ସି2 ସିଷ୍ଟମ ଦ୍ୱାରା ଆକାଶ-NG ଭାରତର ବାୟୁ ପ୍ରତିରକ୍ଷା କ୍ଷମତାକୁ ଆହୁରି ଶକ୍ତିଶାଳୀ କରିଛି ।"