ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଡେରାଡୁନରେ ତ୍ରିପୁରାର ଜଣେ ଛାତ୍ରଙ୍କୁ ଜାତିଗତ ଆରୋପରେ ହତ୍ୟା କରାଯାଇଥିବା ଘଟଣାରେ ଡେରାଡୁନ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ SSPଙ୍କୁ ନେଟିସ ପଠାଇଛି NHRC। ଜାତୀୟ ମାନବାଧିକାର କମିଶନ ଡେରାଡୁନ କର୍ତ୍ତୃପକ୍ଷଙ୍କୁ ଅଭିଯୋଗର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 7 ଦିନ ମଧ୍ୟରେ କା
ର୍ଯ୍ୟାନୁଷ୍ଠାନ ରିପୋର୍ଟ ମଧ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କମିଶନ ମାମଲାର ପ୍ରକ୍ରିୟାର ଏକ କପି ଉତ୍ତରାଖଣ୍ଡର ମୁଖ୍ୟ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କ ନିକଟକୁ ପଠାଇବାକୁ କହିଛନ୍ତି । ଏଥିରେ କୁହାଯାଇଛି ଏହା ସହିତ ସମଗ୍ର ରାଜ୍ୟରେ ଉତ୍ତର ପୂର୍ବ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିନ୍ତ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଡେରାଡୁନର ଏକ ଘରୋଇ ବିଶ୍ବବିଦ୍ୟାଳୟରେ ଏମବିଏର ଶେଷ ବର୍ଷର ଛାତ୍ର ଅଞ୍ଜେଲ ଚକମା ଙ୍କୁ ଡିସେମ୍ବର 9 ତାରିଖରେ କିଛି ଯୁବକ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯୁବକ ଜଣଙ୍କ 17 ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଡିସେମ୍ବର 26 ତାରିଖରେ ମୃତ୍ୟୁ ହୋଇଥିଲା । ମୃତ ଯୁବକଙ୍କ ବାପା ଯିଏ କି ବର୍ତ୍ତମାନ ମଣିପୁର ଟାଙ୍ଗଜେଙ୍ଗରେ ପୋଷ୍ଟ ହୋଇଥିବା ଜଣେ ବିଏସଏଫ ଯବାନ ଅଭିଯୋଗ କରିଛନ୍ତି ଯେ ତାଙ୍କ ମୋ ପୁଅ ତା ଭାଇକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲା ଆକ୍ରମଣକାରୀ ମାନେ ତାକୁ ନିଷ୍ଠୁର ଭାବରେ ଆକ୍ରମଣ କରିଥିଲେ ।
NHRCର ସଦସ୍ୟ ପ୍ରିୟଙ୍କ କାନୁଙ୍ଗୋଙ୍କ ଅଧିୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ମାନବାଧିକାର ସୁରକ୍ଷା ଆଇନ 1993 ଧାରା 12 ଅନୁଯାୟୀ ବିଚାର କରିଛନ୍ତି । ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ ତ୍ରିପୁରାର ଛାତ୍ର ତାଙ୍କ ନିଜ ରାଜ୍ୟ ବାହାରେ ପାଠପଢା ସମୟରେ ଡେରାଡୁନରେ ଏକ ଜାତିଗତ ଘଟଣାରେ ନିର୍ମମ ଭାବରେ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିଲା । ଅଭିଯୋଗ ଆନୁଯାୟୀ, କାର୍ଯ୍ୟପନ୍ଥାରେ ଉଲ୍ଲେଖ ରହିଛି ସେହି ବ୍ୟକ୍ତିଙ୍କୁ ଜଣେ ଭାରତୀୟ ନାଗରିକ ଭାବରେ ପରିଚୟ ପ୍ରଦାନ କରିବା ପରେ ଜାତିଗତ ଆକ୍ଷେପ ସହିତ ଟାର୍ଗେଟ କରାଯାଇ ଆକ୍ରମଣ କରାଯାଇଥିଲା ।