ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ଵରେ ନୂଆପଡ଼ା ଉପନିର୍ବାଚନ ବିପୁଳ ବିଜୟ ପାଇଁ କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିନ କରି ଏଥିରେ ଜିଲ୍ଲାର ହଜାର ହଜାର ବିଜେପି କର୍ମୀ ମାନେ ଉପସ୍ଥିତ ରହି ବିପୁଳ ସମ୍ବର୍ଦ୍ଧନା ଦେଇଥିଲେ | ଏହା ସହ ଏକାଧିକ ସଂଗଠନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏହି ସଫଳତା ପାଇଁ ସମ୍ବର୍ଦ୍ଧିତ କରିଥିଲେ | ମୁଖ୍ୟମନ୍ତ୍ରୀ ଜନସାଧାରଣ ଙ୍କୁ ସମ୍ବୋଧନ କରି କହିଛନ୍ତି କେନ୍ଦୁଝରିଆ ଙ୍କୁ ଶୁଭେଛା , ଆପଣ ମାନେ ଖାଣ୍ଟି କେନ୍ଦୁଝରିଆ , ସୁନାର କେନ୍ଦୁଝର କରିବା ପାଇଁ ଆପଣ ଆର୍ଶିବାଦ ଦରକାର । ପ୍ରଧାନମନ୍ତ୍ରୀଙ୍କ ଉକ୍ତିକୁ ନେଇ ଏହି ସମୟ ହେ ସେହି ସମୟ ବୋଲି ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝର କୁ ସମୃଦ୍ଧ କରିବା ଷ୍ଟିଲ ପ୍ଳାଣ୍ଟ ପ୍ରତିଷ୍ଠା ହେବ ଯାହାଦ୍ଵାରା ଗରୀବ ହଟିବ ଏଵଂ ଆପଣଙ୍କ ବି ବିଶ୍ୱାସ ଅଛି ଏ ସରକାରଙ୍କ ଉପରେ ଅଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ I ସାରା ବିଶ୍ଵରେ କେନ୍ଦୁଝର କୁ ସର୍ବଶ୍ରେଷ୍ଠ କରିବାକୁ ହେବ । ତାହା ଆପଣ ମା
ଙ୍କର ସାହାଯ୍ୟ ଓ ସହଭାଗିତାରେ ହିଁ ହେବ | ବିଗତ ଦିନରେ ଯେଉଁ ସରକାର ଓ ନେତୃତ ଥିଲେ କେଉଁ ପରି ଭାବରେ ଆପଣ' dmf, campa ଓ ombadcy ପଇସାକୁ ଯେମିତି ଖର୍ଚ୍ଚ କଲେ ଆପଣ ମାନେ ଜାଣିଛନ୍ତି । ଏହି ଅର୍ଥ ଗୁଡ଼ିକୁ ଯେପରି ଦୁରୁପଯୋଗ ହୋଇଛି ସେଥିପାଇଁ କାହାକୁ ବି ଛଡାଯିବ ନାହିଁ ସମସ୍ତେ ଜେଲ ଯିବେ ବୋଲି କହିଲେ ମୂଖ୍ୟମନ୍ତ୍ରୀ । କେନ୍ଦୁଝର ସହରର ରିଙ୍ଗ ରୋଡ଼ର ଡିପିଆର ପ୍ରସ୍ତୁତ ଚାଲିଛି । ଏହି ଜିଲ୍ଲାରେ ଆହୁର ଅଧିକ ପ୍ରକଳ୍ପ ଆସିବ। ଏଥିରେ ଅନେକ ଯୁବକ ଯୁବତୀ ନିଯୁକ୍ତି ପାଇବେ । ୪୦ ହଜାର କୋଟି ଟଙ୍କାରେ ପାଟଣାରେ ଷ୍ଟିଲ ପ୍ଳାଣ୍ଟ ନିର୍ମାଣ ନିଶ୍ଚିତ ହେବ । ଆସନ୍ତା ମାସ ଠାରୁ ଜନଶୁଣାଣୀ , ଜମି ଅଧିଗ୍ରହଣ ଆଦି କାର୍ଯ୍ୟ ଆରମ୍ଭ ହେବ । ସମସ୍ତ ଶିଳ୍ପପତି ଓ ନିବେଶକାରୀ ମାନେ ଓଡ଼ିଶା ଓ କେନ୍ଦୁଝର କୁ ଆସିବେ । ଏହି ମାସ ୨୫ ତାରିଖ ଦିନ ୧୦ ହଜାର ପିଲା ନିଯୁକ୍ତି ମେଳାରେ ଚାକିରି ପାଇବେ । ସାନଘାଗରା ଜଳପ୍ରପାତ ଉନ୍ନତି ପାଇଁ ୫୦ ରୁ ଉର୍ଦ୍ଦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ । ସମସ୍ତଙ୍କ ସହଯୋଗରେ କେନ୍ଦୁଝରକୁ ସୁନାର ଜିଲ୍ଲା କରିବା ବୋଲି ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।