ଢେଂକିକୋଟ( ତପନ ବେହେରା) ଢେଂକିକୋଟ  ୨୦ ନମ୍ବର ଜାତୀୟ ରାଜପଥ  ହାଇସ୍କୁଲ ସମ୍ମୁଖ ରେ ଆଜି ଅପରାହ୍ନ ରେ କେନ୍ଦୁଝର ଯାଉଥିବା କାର ସହ ସାମ୍ନାରେ ଆସୁଥିବା ଏକ ସ୍କୁଟି ଧକ୍କା ରେ ସ୍କୁଟି ରେ ଥିବା ବାପ ଓ ଝିଅ ଗୁରୁତର ଆହତ ହୋଇଛନ୍ତି। ଜାତୀୟ ରାଜପଥ କାମ ଚାଲୁ ଥିବା ରୁ ଗୋଟେ ପଟ ରାସ୍ତାରେ ଗାଡି ଚଳା ଚଳ ହେଉ ଥିଲା, ସାମ୍ନାରେ କାର ସହ ସ୍କୁଟି ଧକ୍କା ହେଲା କାର ଟି ସମ୍ନା କାଚ ଓ ସାମ୍ନା ଭାଗ ନଷ୍ଟ ହୋଇଛି, ସ୍କୁଟି ଚାଳକ ଛିଟିକି ପଡି ଥିଲେ ଓ ଗୁରୁତର ଦୁଇ ଜଣକୁ ଏକ ଗାଡି  ଯୋଗେ ଘଟଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ନିଆ ଯାଇଥିଲା, ବାଲେଶ୍ୱର ଅଂଚଳ ର ବାପ ଓ ଝିଅ ସମ୍ପର୍କ ବୋଲି କୁହା ଯାଉଛି,କିଶୋର ଚନ୍ଦ୍ର ପଢିଆ

ଳି ୫୦ଓ ଭାଗ୍ୟଶ୍ରୀ ପଢିଆଳି ୨୬ ଙ୍କୁ ଚିକତ୍ସା ଚାଲିଛି, କାର ରେ ଥିବା ପରିବାର କେନ୍ଦୁଝର ଯାଉଥିବା ଜଣାପଡିଛି, ଢେଂକିକୋଟ ଫାଣ୍ଡି ଓ ଟୋଲ ପ୍ଲାଜା କର୍ମଚାରୀ ଉପସ୍ଥିତି ରେ କାର କୁ ଘଟଣା ସ୍ଥଳ ରୁ କ୍ରେନ ସହାୟତା ରେ ହଟା ଯିବା ପରେ ରାସ୍ତାରେ ଗାଡି ଓ ଉଭୟ ପାର୍ଶ୍ଵ ରେ ଅଟକି ରହିଥିବା ଟ୍ରକ ଚଳାଚଳ ହୋଇଥିଲା, ଠିକା କାମ କରୁଥିବା କମ୍ପାନୀ ରାସ୍ତାରେ ସଂକେତ ଦେଉ ନଥିବାରୁ ଏହି ପରି ଆଗରୁ, ଏବେ ମଧ୍ୟ ଦୁର୍ଘଟଣା ରେ ଧନ ଜୀବନ ଯାଉଛି ଓ ବହୁ ପରିବାର ଉଜୁଡି ଯାଉଛି ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି, ଏଣୁ ସମ୍ପୃକ୍ତ କମ୍ପାନୀ ଓ ସରକାରୀ ଉଚ୍ଚକର୍ତ୍ତୃପକ୍ଷ ତଦାରଖ ସହ ରାସ୍ତାରେ କାମସମ୍ପୂର୍ଣ କରିବା କୁ ଜନସାଧାରଣ ଦାବୀ କରିଛନ୍ତି

0 Comments