କହୁ କହୁ ବର୍ଷେ ବିତିଗଲା, କେନ୍ଦୁଝରର ବରିଷ୍ଠ ସାରସ୍ୱତ ସାଧକ ଗବେଷକ ନିରଞ୍ଜନ ବାରିକଙ୍କ ଏକମାତ୍ର ପୁତ୍ର ହାର୍ଦ୍ଦିକର ଦେହାନ୍ତ ହେବାର ଏକ ବର୍ଷ ହୋଇଯାଇଛି। ପିତାଙ୍କ ପଥ ଅନୁସରଣ କରି ଚାଲୁଥିବା ଏହି ଉଦୀୟମାନ ଯୁବକ ହାର୍ଦ୍ଦିକ(ଲିଙ୍କନ) ଏକ ସଡ଼କ ଦୁର୍ଘଟଣାରେ ଜୀବନ ହରାଇ ଥିଲା। ପୁତ୍ର ଶୋକରେ ମ୍ରିୟମାଣ ହୋଇ ନିରଞ୍ଜନ ବାବୁ ପୁତ୍ର ଏକାଦଶାହରେ “ଅଦୃଶ୍ୟ ସନ୍ଧାନ" କବିତା ପୁସ୍ତିକା ଲେଖି ସମର୍ପଣ କରିଥିଲେ। ପୁତ୍ର ହରାଇ ସେ କଲମ ଚାଳନା କଲା ବେଳେ ସବୁ ବେଳେ ପୁତ୍ରକୁ ଝୁରି ହେଉଥିଲେ ତେବେ ଅନେକ ପ୍ରବୋଧନା ପରେ ପ୍ରକୃତିସ୍ଥ ହୋଇ ନିଜକୁ ସମ୍ଭାଳି ଏବେ ପୁଣି ସାରସ୍ୱତ ସାଧନା ଆରମ୍ଭ କରିଛନ୍ତି। ଏହିପରି ପରିସ୍ଥିତିରେ ୨୧ ବର୍ଷୀୟ ପୁଅକୁ ହରାଇ କାଲି ତା'ର ବାର୍ଷିକ କର୍ମ କରିଥିଲେ। ନିରଞ୍ଜନ ବାବୁଙ୍କ କେନ୍ଦୁଝର ସଦର ଟାଙ୍ଗରପଳସା ଘରେ ଏକ ସ୍ମୃତି ଚାରଣ ସଭା ହୋଇ ଏହି କବ
ିତା ଗ୍ରନ୍ଥ ଉନ୍ମୋଚିତ ହୋଇଥିଲା। ଏହିସଭାରେ ମଞ୍ଚରେ ପ୍ରାଧ୍ୟାପକ ମାଧବ ଚନ୍ଦ୍ର ମିଶ୍ର ଓ ବରିଷ୍ଠ ସାରସ୍ୱତ ସାଧକ ଅବଦୁଲ ରହମନ ମଞ୍ଚାସୀନ ହୋଇ ହାର୍ଦ୍ଦିକ ବାବାର ସ୍ମୃତି ଚାରଣ କରି ନିରଞ୍ଜନ ବାବୁଙ୍କୁ ପ୍ରବୋଧନା ଦେଇଥିଲେ ଏଥି ସହ କବିତା ଗ୍ରନ୍ଥର ମୂଲ୍ୟାୟନ କରି ଉଚ୍ଚ ପ୍ରଶଂସା କରିଥିଲେ। ସଭାରେ ଅନେକ ବରଷ୍ଠ ସାରସ୍ୱତ ସାଧକ ଯୋଗ ଦେଇ ନିରଞ୍ଜନ ବାବୁଙ୍କ ଦୁଃଖ ଦୂର ଲାଗି ସାହିତ୍ୟ ସାଧନାରେ ମଜ୍ଜି ଯିବାକୁ ପରାମର୍ଶ ଦେଇଥିଲେ। ଏହି ସଭାକୁ ବରିଷ୍ଠ ସାରସ୍ୱତ ସାଧକ ଚିନ୍ତାମଣି ମହାଳିକ ସଂଯୋଜନା କରିଥିଲେ। ଅଧ୍ୟାପକ ଅନିଲ ଦାଶ, କବି ଦେବାଶିଷ ଚକ୍ରବର୍ତ୍ତୀ, କବୟିତ୍ରୀ ଇନ୍ଦୁମତୀ ପାତ୍ର, ଚିନ୍ମୟ ସାହୁ, ହରେକୃଷ୍ଣ ବେଜ, ରାମନାରାୟଣ ଦ୍ବିବେଦୀ, ଭରତ ଚନ୍ଦ୍ର ପାତ୍ର, ଟୁନା ପାଇକରାୟ, ଲକ୍ଷ୍ମୀଧର ଜେନା, ଧ୍ରୁବ ଚରଣ ମହାନ୍ତ, ଦିଲୀପ କୁମାର ସାହୁ, ଜୁବୁଲି ମିଶ୍ର ଆଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।