ଅଯୋଧ୍ୟା: ରାମନଗରୀ ଅଯୋଧ୍ୟା ପୁଣିଥରେ ନିଜ ଭବ୍ୟ ତଥା ଐତିହାସିକ ଉତ୍ସବ ପାଇଁ ପ୍ରସ୍ତୁତ ହୋଇଛି। ମଙ୍ଗଳବାରରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ହେବାକୁ ଯାଉଛି ଧ୍ଵଜାରୋହଣ ସମାରୋହ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ । ପ୍ରଧାନମନ୍ତ୍ରୀ ମନ୍ଦିରର ଶିଖରରେ ପତାକା ଉଡ଼ାଇବେ। ଏଥିଲାଗି ମନ୍ଦିର ପରିସର ତଥା ସମଗ୍ର ସହରରେ ପ୍ରସ୍ତୁତି ବାତାବରଣ ଅତ୍ୟନ୍ତ ଉତ୍ସାହପୂର୍ଣ ରହିଛି। ସାଧୁ ଓ ସନ୍ଥ ସମାଜରେ ମଧ୍ୟ ଏହି ଐତିହାସିକ ଅବସରକୁ ନେଇ ବିଶେଷ ଆଗ୍ରହ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଧ୍ଵଜାରୋହଣ ଉତ୍ସବ କୋଟି କୋଟି ରାମଭକ୍ତଙ୍କ ଲାଗି ଗର୍ବର ମୁହୂର୍ତ୍ତ ବୋଲି ସନ୍ଥମାନେ ଦର୍ଶାଇଛନ୍ତି।
ଜଗଦଗୁରୁ ପରମ ହଂସ ଆଚାର୍ଯ୍ୟଜୀ ମହାରାଜ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଅଯୋଦ୍ଧାର କେବଳ ବିକାଶ କରିନାହାନ୍ତି, ବରଂ ଏହାକୁ ତ୍ରେତୟା ଯୁଗ ଭଳି ସ୍ବରୂପ ଦେଇଛନ୍ତି। ବେଦ, ପୁରାଣ ଏବଂ ଶାସ୍ତ୍ରରେ ବର୍ଣିତ ଅଯୋଧା ଆଜି ବାସ୍ତବିକ ଅଯୋଧାରେ ଦେଖିବାକୁ ମିଳୁଛି । ଧ୍ଵଜାରୋହଣ ଉତ୍ସବ ତମାମ ରାମଭକ୍ତଙ୍କ ପାଇଁ ଭକ୍ତି ଓ ଆବେଗର ମୁହୂର୍ତ୍ତ । ସନ୍ଥମାନଙ୍କ ଅନୁସାରେ, ଧର୍ମଧ୍ଵଳ ସ
୍ଥାପନା ହିନ୍ଦୁ ରାଷ୍ଟ୍ରର ପ୍ରତୀକ ଭାବେ ଦେଖାଯାଏ । ରାମରାଜ, ପ୍ରେମ, ଭାଇଚାରା ଏବଂ ମାନବତାର ଭାବନା ପ୍ରସାର କରିବା ଏହାର ଉଦ୍ଦେଶ୍ୟ । ରାମ ମନ୍ଦିର ଶିଖରରେ ଉଡ଼ିବାକୁ ଥିବା ଭବ୍ୟ ପତାକା ୨୨ ଫୁଟ ଲମ୍ବା ଓ ୧୧ ଫୁଟ ଚଉଡ଼ା । ସିକ କପଡ଼ାରେ ପ୍ରସ୍ତୁତ ଏହି ଧ୍ଵଜାର ଓଜନ ୪ କିଲୋଗ୍ରାମ । ଏଥିରେ ସୂର୍ଯ୍ୟ, ଓମ୍ ଓ କାଞ୍ଚନ ବୃକ୍ଷର ଶୁଭ ଚିହ୍ନ ରହିଛି। ଏହା ମନ୍ଦିରର ସେହି ୪୨ ଫୁଟ ଉଚ୍ଚତା ଏବଂ ୫୧୦୦ କିଲୋ ଓଜନର ଧ୍ୱଜଦଣ୍ଡରେ ଉଡ଼ିବ। ଧ୍ଵଜାରୋହଣ କାର୍ଯ୍ୟକ୍ରମକୁ ପ୍ରାୟ ୭ ହଜାର ଲୋକଙ୍କୁ ସ୍ବତନ୍ତ୍ର ନିମନ୍ତ୍ରଣ ପଠାଯାଇଛି। ଏମାନଙ୍କୁ ମଧ୍ୟରେ ବଞ୍ଚିତ ଓ ସାମାଜିକ ଦୃଷ୍ଟିରୁ ପଛୁଆ ସମୁଦାୟ ପ୍ରମୁଖ ଅନ୍ତର୍ଭୁକ୍ତ । ଅଷ୍ଟଧ କ୍ଷେତ୍ରର ୧୩ ଜିଲ୍ଲାରୁ ୧୦୮୯ ଅତିଥିଙ୍କୁ ନିମନ୍ତ୍ରଣ ପଠାଯାଇଛି।
ସେପଟେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଲିସ ଓ ପ୍ରଶାସନ ଆଲର୍ଟ ମୋଡ୍ରେ ରହିଛି। ରାମନଗରୀରେ ପ୍ରବେଶ କରିବାକୁ ଥିବା ସମସ୍ତ ଯାନବାହନର ଯଞ୍ଚ କରଯାଉଛି । ପୁଲିସ ଅଧିକାରୀମାନେ ସନ୍ଦିଗ୍ଧ ଗତିବିଧି ଉପରେ କଡ଼ା ନଜର ରଖୁଛନ୍ତି। ଯାନବାହନ ଚେକିଂ ଲାଗି ସ୍ବତନ୍ତ୍ର ଚେକ୍ପୋଷ୍ଟ ପ୍ରସ୍ତୁତ କରାଯାଇଛି।