ଭୁବନେଶ୍ବର: ଖଣ୍ଡଗିରି ମାଘ ମେଳା ପାଇଁ ବସିଲା ବୈଠକ । ଫେବୃଆରୀ ୪ ତାରିଖରୁ ଆରମ୍ଭ ହେବ ଐତିହାସିକ ଖଣ୍ଡଗିରି ମାଘ ସପ୍ତମୀ ମେଳା । ଏହି ମେଳାକୁ ସୁଚାରୁରୂପେ ପରିଚାଳନା ପାଇଁ ଗତକାଲି (ଶନିବାର) ବିଏମସିର ଏକ ପ୍ରସ୍ତୁତି ବୈଠକ ହୋଇଥିଲା । ଏଥିରେ ବିଏମସି ମେୟର, କମିଶନରଙ୍କ ସମେତ କମିଶନରେଟ ପୋଲିସ , ଅଗ୍ନିଶମ ବିଭାଗ, ବିଦ୍ୟୁତ ଓ ପାଣି ବିଭାଗର ଅଧିକାରୀ, ଷ୍ଟାଣ୍ଡିଙ୍ଗ କମିଟି ସଦସ୍ୟ, ସ୍ଥାନୀୟ ୬ କର୍ପୋରେଟର, ଯାତ୍ରା କମିଟି ସଦସ୍ୟ ଓ ବୁଦ୍ଧିଜୀବୀମାନେ ଉପସ୍ଥିତି ରହିଥିଲେ ।

ବୈଠକରେ ସ୍ୱଚ୍ଛତା, ସୁରକ୍ଷା, ଟ୍ରାଫିକ ସୁପରିଚାଳନା, ସାଧୁମାନକୁ ମୌଳିକ ସୁବିଧା ଯୋଗାଇଦେବା ବିଷୟରେ ଆଲୋଚନା ସହ ସମସ୍ତ ସୁବିଧା କିଭଳି ବିଏମସି ପକ୍ଷରୁ ଯୋଗାଇ ଦିଆଯିବ ସେନେଇ ଆଲୋଚନା କରାଯାଇଥିଲା । ଏହାସହ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯିବ ନାହିଁ ବୋଲି ବିଏମସିକୁ ପ୍ରତିଶ୍ରୁତି ଦେଲେ ଯାତ୍ରା କମିଟି । ଏଥର ୧୦୦୦ ସାଧୁ ସନ୍ଥଙ୍କ ପାଇଁ ସ୍ୱତନ୍ତ୍ର ଟେଣ୍ଟ ବ୍ୟବସ୍ଥା କରିବ ବିଏମସି । ସୁରକ୍ଷା ଦୃଷ୍ଟିରୁ ସିସିଟିଭିକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସେପଟେ ବଞ୍ଜାରାମାନଙ୍କୁ ମେଳାରୁ ହଟାଇବା ପାଇଁ ସ୍ୱତନ୍ତ୍ର ସ୍କ୍ବାର୍ଡ ଗଠନ କରିବାକୁ ପ୍ରସ୍ତାବ ଦେଲା ବିଏମସି ।

ଏନେଇ ଭୁବନେଶ୍ବର 

-tw-scale-x: 1; --tw-scale-y: 1; --tw-pan-x: ; --tw-pan-y: ; --tw-pinch-zoom: ; --tw-scroll-snap-strictness: proximity; --tw-gradient-from-position: ; --tw-gradient-via-position: ; --tw-gradient-to-position: ; --tw-ordinal: ; --tw-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 18px;">ମେୟର ସୁଲୋଚନା ଦାସ କହିଛନ୍ତି," ଆସନ୍ତା ଫେବୃଆରୀ ୪ ତାରିଖରୁ ସଂସ୍କୃତି ଓ ପରମ୍ପରାକୁ ବହନ କରୁଥିବା ଐତିହାସିକ ଖଣ୍ଡଗିରି ମାଘ ମେଳା ଆରମ୍ଭ ହେବ । ଯାହା ୧୨ ଦିନ ପର୍ଯ୍ୟନ୍ତ ଚାଲିବ । ଭୁବନେଶ୍ୱରର ଏହି ମେଳାକୁ ସଠିକ୍ ଢଙ୍ଗରେ ସୁପରିଚଳିତ କରିବା ପାଇଁ ବସିଥିଲା ପ୍ରସ୍ତୁତି ବୈଠକ । ଏହି ମେଳାକୁ ରାଜ୍ୟ ଓ ରାଜ୍ୟ ବାହାରରୁ ଅନେକ ସାଧୁସନ୍ଥଙ୍କ ସମାଗମ ହୋଇଥାଏ । ସାଧୁସନ୍ଥଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବା ସହ ଚଳିତ ଥର ନୂଆ କରି ୧୦୦୦ ସାଧୁଙ୍କ ଟେଣ୍ଟ ବ୍ୟବସ୍ଥା କରିବ ବିଏମସି । ସାଧୁସନ୍ଥଙ୍କ ରହିବା ସ୍ଥାନ ସହ ଶୌଚାଳୟ, ପିଇବା ପାଣି ବ୍ୟବସ୍ଥା ସଠିକ ପରିଚାଳନା କରିବା ପାଇଁ ମାଷ୍ଟରପ୍ଲାନ କରିଛି ବିଏମସି । ଖଣ୍ଡଗିରି ଉପରେ ସ୍ଥାୟୀ ପିଇବା ପାଣି ବ୍ୟବସ୍ଥା ମଧ୍ୟ କରାଯିବ । ସାଧୁ ସନ୍ଥମାନଙ୍କ ଆସିବାଠୁ ନେଇ ହୋମଯଜ୍ଞ ଏବଂ ରହିବାର ସମ୍ପୂର୍ଣ୍ଣ ବ୍ୟବସ୍ଥା କିଭଳି ଭଲ ଭାବେ ହୋଇପାରିବ ସେନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଧିକରୁ ଅଧିକ ଶୌଚାଳୟ ସହ ଲାଇଟ୍ ବ୍ୟବସ୍ଥାକୁ ସଠିକ କରାଯିବ ।"

ଖଣ୍ଡଗିରି ପାଦଦେଶକୁ ଆଲୋକୀକରଣ, ରାସ୍ତା ମରାମତି ସହ ସ୍ୱଚ୍ଛତାକୁ ବିଶେଷ ପ୍ରାଧାନ୍ୟ ଦେଇଛି ବିଏମସି । ସୁରକ୍ଷା ଦୃଷ୍ଟିରୁ ପୋଲିସ ବିଭାଗ ସହ ଆଲୋଚନା କରିଛି ବିଏମସି । ସମ୍ପୂର୍ଣ୍ଣ ମେଳା ଉପରେ ନଜର ରଖିବା ପାଇଁ ପୂର୍ବ ଥର ୪୭ଟି ସିସିଟିଭି ଲଗାଯାଇଥିଲା ହେଲେ ଚଳିତ ଥର ଅଧିକ ସିସିଟିଭି ଲଗାଯିବ ବୋଲି ସୂଚନା ଦେଇଛି ବିଏମସି । ଏହାସହ ଟ୍ରାଫିକ ବ୍ୟବସ୍ଥାକୁ ଠିକ କରିବା ପାଇଁ ପୋଲିସ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ ଏବଂ ସାଧା ପୋଷାକରେ ମଧ୍ୟ ପୋଲିସ ନଜର ରଖିବେ ।

ମାଘ ମେଳାରେ ଚୋରି, ତସ୍କରୀ ଭଳି ଅପରାଧୀକ କାର୍ଯ୍ୟ ରୋକିବା ପାଇଁ ବଞ୍ଜାରାମାନଙ୍କୁ ହଟାଯିବ । ପୋଲିସ ଫୋର୍ସ ସହ ବିଏମସି ତରଫରୁ ୧୫୦ ଅବସରପ୍ରାପ୍ତ ସେନା କର୍ମଚାରୀ ଟ୍ରାଫିକ ପରିଚାଳନାରେ ନିୟୋଜିତ ହେବେ ବୋଲି ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ ।

0 Comments