ଭୁବନେଶ୍ବର: ଏଥର ଗଣେଶ ପୂଜା ଭସାଣିରେ ବାଜିବନି DJ କି ମେନ୍ ରୋଡରେ ହେବନି ନାଗିନ ଡ୍ୟାନସ ।ଏସବୁରେ ପୋଲିସ ଲଗାଇଛି କଟକଣା । ବିକଟାଳ ଶବ୍ଦ କରି ବଜାଉଥିବା DJ ଭସାଣିକୁ ରୋକ ଲଗାଯାଇଛି ।ଏପରିକି ମୁଖ୍ୟ ରାସ୍ତା ଉପରେ ନୁହେଁ ନିଜ ଗଳି ଭିତରେ ଭସାଣି ଶୋଭାଯାତ୍ରା କରିବାକୁ ନିର୍ଦ୍ଦେଶ ରହିଛି ।ଏଥର ପୂଜା ଅପେକ୍ଷା ଭସାଣି ଉପରେ ଅଧିକ କଟକଣା ଲାଗାଯାଇଛି । ଆଉ ପୂଜା ଅନୁମତି ନେବା ପାଇଁ ହୋଇଛି ନୂଆ ବ୍ୟବସ୍ଥା ।ଏନେଇ ଟ୍ରାଫିକ ଥାନା କନଫରେନ୍ସରେ ବସିଥିଲା ବୈଠକ ।

ରାଜଧାନୀର ସମସ୍ତ ପୂଜା ମଣ୍ଡପର କର୍ମକର୍ତ୍ତା ,ପୋଲିସ ଓ ଅଗ୍ନିଶମ ବିଭାଗ ଅନ୍ୟାନ୍ୟ ଅଧିକାରୀ ମଧ୍ୟରେ ବୈଠକ ହୋଇଥିଲା । ବିଭିନ୍ନ ଦିଗ ପ୍ରତି ଆଲୋଚନା ବିଚାର ବିମର୍ଶ ହୋଇଥିଲା । ଏନେଇ ଭୁବନେଶ୍ୱର ଡିସିପି କହିଛନ୍ତି," ତିନିଦିନ ପାଇଁ ଭସାଣି ପାଇଁ ନିଷ୍ପତ୍ତି ନିଆଯାଇଛି । ପାର୍କିଂକୁ ଗୁରୁତ୍ବ ଦେବା ସହ ମିନା ବଜାର ଆଦି ସ୍ଥାନରେ ଭଲ ଆଲୋକର ବ୍ୟବସ୍ଥା ସହ ସ୍ବେଚ୍ଛାସେବୀ ନିଯୁକ୍ତି ରହିବେ । ସିଭିଲ ଡିଫେନ୍ସ ସ୍ବେଚ୍ଛାସେବୀ ମଧ୍ୟ ନିୟୋଜିତ ହେବେ । ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ । ଚୋର ଓ ଅପରାଧୀ ଲୋକଙ୍କ ଉପରେ ନଜର ରଖାଯିବ । କୌଣସି ଭସାଣି ଶୋଭାଯାତ୍ରାରେ ଡିଜେ ବ୍ୟବହାର ହୋଇପାରିବ ନାହିଁ । ଟ୍ରାଫିକକୁ ଦୃଷ୍ଟିରେ ରଖି ମୁଖ୍ୟ ରାସ୍ତାରେ ଶୋଭାଯାତ୍ରା ନକରି ସାହି ଅଞ୍ଚଳରେ ହେବ । ଏନେଇ ରୁଟ ଓ ଗାଇଡ ଲାଇନ୍ ପୂଜା ମଣ୍ଡପ ସହ ଆଲୋଚନା ହେବ । "

"font-family: __Noto_Sans_4cce57, __Noto_Sans_Fallback_4cce57; font-size: 17px;">ଗଣେଶ ପୂଜାରେ ବିଶେଷ କରି ଭସାଣିକୁ ଅଧିତ ଗୁରୁତ୍ବ ଦିଆଯାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ଏଥର ଭୁବନେଶ୍ୱରରେ DJ ବାଜିପାରିବ ନାହିଁ । ଅର୍ଥାତ୍ କୋୖଣସି ଉଚ୍ଚ ଶବ୍ଦକୁ ଅନୁମତି ଦିଆଯିବ ନହିଁ । ପାରମ୍ପରିକ ବାଦ୍ୟକୁ ଅନୁମତି ଦିଆଯିବ । ସେହିପରି ମୁଖ୍ୟରାସ୍ତା ଉପରେ ଭସାଣି ଅନୁମତି ଦିଆଯିବ ନାହିଁ । ସାହି ଗଳି ଭିତରେ ଭସାଣି ଶୋଭାଯାତ୍ରା କରିବେ ପୂଜା କମିଟି ।

ଏଥର ପୂଜାରେ ସିସିଟିଭି ଲଗାଇବାକୁ ସବୁ ପୂଜା ମଣ୍ଡପଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାଦ୍ବରା ସାଧାରଣ ଭକ୍ତ ଦର୍ଶନ ସମୟରେ ଯେପରି ଚୋରି ବା ଛିନତଇର ଶିକାର ନହେବ । କାରଣ ପୂଜା ସମୟରେ ଏଭଳି କିଛି ଗ୍ୟାଙ୍ଗ ସକ୍ରିୟ ହୁଅନ୍ତି, ଯେଉଁମାନେ ପୂଜାର ଗହଳି ଦେଖି ଚୋରି ଓ ଛିନତାଇ ଓ ଲୁଟପାଟ କରନ୍ତି ।ଏଥିସହ ଲାଇଟ୍ ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦିଆଯାଇଛି ।

ତେବେ ଗଣେଶ ପୂଜା ସମୟରେ ଅନେକ ଝିଅ-ବୋହୁ ,ମାଆ ଓ କଲେଜ ପଢୁଆ ହଷ୍ଟେଲ ଛାତ୍ରଛାତ୍ରୀ ବୁଲିବାକୁ ବାହାରିଥାନ୍ତି ।ଏହି ସମୟରେ ଯେପରି ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଥର ବୁଲିବ ସାଧ ପୋଷାକରେ HER ଟିମ୍ ।ବିଶେଷ କରି ରୋଡ଼ ରୋମିଓ ଓ ଅସାମାଜିକ ବ୍ୟକ୍ତିଙ୍କ ଗତିବିଧି ପ୍ରତି ଉପରେ ନଜର ରଖିବ ।

0 Comments