ଭୁବନେଶ୍ବର: ଥାନାରେ ସେନାରେ ଜଣେ ମେଜର ଓ ତାଙ୍କ ବନ୍ଧବୀଙ୍କୁ ନିର୍ଯାତନା ମାମଲା ଓ ବାନ୍ଧବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣାରେ ନିଲମ୍ବିତ ହେଲେ ୫ ଜଣ ପୋଲିସ ଅଧିକାରୀ । ଭରତପୁର ଥାନାଧିକାରୀ ଦୀନକୃଷ୍ଣ ମିଶ୍ର‌, ସବ-ଇନସ୍ପେକ୍ଟର ବୈଶାଳିନ

ୀ ପଣ୍ଡା, ଏଏସଆଇ ସଲିଳମୟୀ ସାହୁ, ଓ୍ବାସି ସାଗରିକା ରଥ, କନଷ୍ଟେବଳ ବଳରାମ ରଥଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି । ରୁଲ ନମ୍ବର-୮୪୦ ଓ ପିଏମଆର-୧୯୪୦ ଅନୁସାରେ, ଏହି ଅଧିକାରୀମାନଙ୍କୁ ନିଲମ୍ବିତ କରାଯାଇଥିବା ପୋଲିସ ଡ଼ିଜିଙ୍କ କାର୍ଯ୍ୟାଳୟରୁ ଏକ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।

ବିଭାଗୀୟ ତଦନ୍ତ ପରେ ସମ୍ନାକୁ ଆସିଥିବା ତଥ୍ୟ ଆଧାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନିଲମ୍ବନ ପୂର୍ବରୁ ଭରତପୁର ଥାନାର ଆଇଆଇସି ଦିନକୃଷ୍ଣ ମିଶ୍ରଙ୍କୁ ଡିସିପି ହେଡକ୍ୱାଟରକୁ ଭାବେ ବଦଳି କରାଯାଇଛି । ଥାନାରେ ପୋଷ୍ଟିଂ ହେବାର ବର୍ଷେ ନପୂରୁଣୁ ଥାନା ଅଧିକାରୀ ଦିନକୃଷ୍ଣ ମିଶ୍ରଙ୍କ ବଦଳି ହୋଇଛି । ଗତବର୍ଷ ସେପ୍ଟେମ୍ବର 25 ତାରିଖରେ ସେ ଆଇଆଇସି ଭାବେ ଯୋଗ ଦେଇଥିଲେ । ତାଙ୍କ ସମୟରେ ମଡେଲ ପୋଲିସ ଷ୍ଟେସନ ଭରତପୁର ଥାନା ବିଲ୍ଡିଂ ଉଦଘାଟନ କରାଯାଇଥିଲା । ହେଲେ ଏବେ ବର୍ଷେ ପୂରିବାକୁ ୭ ଦିନ ପୂର୍ବରୁ ବଦଳି କରାଯାଇଛି । ଭରତପୁର ଥାନାର ନୁତନ ଆଇଆଇସି ଭାବେ କମିଶନରେଟ ପୋଲିସର ହେଡକ୍ବାଟରରେ କାର୍ଯ୍ୟରତ ଥିବା ଦୀପକ ଖଣ୍ଡାୟତ ରାୟକୁ ଦାୟିତ୍ବ ମିଳିଛି ।

640/24 କେସର ‘ଆଇଓ’ ତଥା ସେଦିନ ଡିସିଓ ଥିବା ମହିଳା ‘ଏଏସଆଇ’ ସଲିଳମୟୀ ସାହୁଙ୍କୁ ବଦଳି କରାଯାଇଛି । ଏଥିସହ ଘଟଣାଦିନ ରାତିରେ ଥିବା ଡ୍ୟୁଟିରେ ଥିବା କନଷ୍ଟେବଳ ବଳରାମ ହାଁସଦାଙ୍କୁ ମଧ୍ୟ ରିଜର୍ଭ ଅଫିସକୁ ବଦଳି କରାଯାଇଛି ।

ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ କ୍ରାଇମବ୍ରାଞ୍ଚର ଏକ ଟିମ୍ ତଦନ୍ତ ଜାରି ରଖିଛି । ଏନେଇ ଡିଏସପି ନରେନ୍ଦ୍ର ବେହେରାଙ୍କ ନେତୃତ୍ବରେ ଏକ ଟିମ୍ ଭରତପୁର ଥାନାରେ ପହଞ୍ଚି ତନାଘନା କରିଛନ୍ତି । ପ୍ରଥମ ଦିନରେ କ୍ରାଇମବ୍ରାଞ୍ଚର ଟିମ୍ କେସ ନମ୍ବର ୧୦/୨୪ ରୁଜୁ କରି ଭରତପୁର ଥାନାକୁ ଯାଇ ଘଟଣାର ତଦନ୍ତ କରିଛନ୍ତି ।

0 Comments