ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (AAP) ବିଧାୟକ ଦଳ ବୈଠକରେ ବଡ ନିଷ୍ପତ୍ତି । ଆତିଶୀ ମାର୍ଲେନା ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ଆତିଶୀଙ୍କ ନାମ ପ୍ରସ୍ତାବ ରଖିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ତାଙ୍କ ନାମରେ ସର୍ବସମ୍ମିତି କ୍ରମେ ମୋହର ବାଜିଛି । ସର୍ବସହମତିରେ ମନୋନୀତ ହୋଇଛନ୍ତି ଆତିଶୀ । ବର୍ତ୍ତମାନ ସେ ଦିଲ୍ଲୀର ଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ସଂସ୍କୃତି, ପର୍ଯ୍ୟଟନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ରହିଛନ୍ତି । ଆତିଶୀ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯାଉଛନ୍ତି ।

ans_4cce57, __Noto_Sans_Fallback_4cce57; font-size: 17px;">ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ବିଜୟ କୁମାର ସିଂ ଏବଂ ତ୍ରିପଟା ୱାହିଙ୍କ କନ୍ୟା ହେଉଛନ୍ତି ଆତିଶୀ । ସେ ନୂଆଦିଲ୍ଲୀର ସ୍ପ୍ରିଙ୍ଗଡେଲ ସ୍କୁଲରୁ ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ପରେ ସେଣ୍ଟ ଷ୍ଟିଫେନ୍ କଲେଜରେ ଇତିହାସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ପରେ ଅକ୍ସଫୋର୍ଡ ୟୁନିଭରସିଟିରୁ ମାଷ୍ଟର ଡିଗ୍ରୀ ମଧ୍ୟ ହାସଲ କରିଥିଲେ ।

ଆତିଶୀ ଆମ ଆଦମୀ ପାର୍ଟି ପ୍ରତିଷ୍ଠା ସମୟରେ ଦଳରେ ଯୋଗ ଦେଇଥିଲେ । ସେ 2013 ବିଧାନସଭା ନିର୍ବାଚନ ପାଇଁ ଦଳର ମନିଫେଷ୍ଟୋ ଡ୍ରାଫ୍ଟ କମିଟିର ପ୍ରମୁଖ ସଦସ୍ୟ ଥିଲେ । ପରେ ସେ ଦଳର AAP ମୁଖପାତ୍ର ରହିବା ସହ । ସେ ଜୁଲାଇ 2015 ରୁ ଏପ୍ରିଲ 2018 ପର୍ଯ୍ୟନ୍ତ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ । 2019 ରେ ଲୋକସଭା ନିର୍ବାଚନରେ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ବିଜେପି ପ୍ରାର୍ଥୀ ତଥା ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କ ଠାରୁ ସେ ପରାଜିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ବିଧାନସଭା ନିର୍ବାଚନ ଜିତି ସେ ଦିଲ୍ଲୀ କ୍ୟାବିନେଟରେ ମନ୍ତ୍ରୀ ହୋଇଥିଲେ । ଏବେ ସେ ବର୍ତ୍ତମାନ ଦିଲ୍ଲୀର ଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ, ସଂସ୍କୃତି, ପର୍ଯ୍ୟଟନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ରହିଛନ୍ତି । ଏବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସେ ମମତା ବାନାର୍ଜୀଙ୍କ ସହ ଦେଶର ଦ୍ବିତୀୟ କାର୍ଯ୍ୟରତ ମହିଳା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛି ।

ଅରବିନ୍ଦ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା ଦେବା ପରେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା । ଆଜି ସକାଳ 11.30 ରେ ଏନେଇ ଆମ ଆଦମୀ ପାର୍ଟିର ବିଧାୟକ ଦଳ ବୈଠକ ବସିଥିଲା । ଏଥିରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କି’ଏ ହେବେ ସେନେଇ ଆଲୋଚନା ହୋଇଥିଲା । ଏହାପରେ ଆତିଶୀଙ୍କ ନାମକୁ ପ୍ରସ୍ତାବ ରଖିଥିଲେ କେଜ୍ରିଓ୍ବାଲ । ସମସ୍ତ ବିଧାୟକଙ୍କ ମତାମତ ନେବା ପରେ ସର୍ବସମ୍ମତି କ୍ରମେ ଆତିଶୀଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିଲା ।


0 Comments