ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଅରବିନ୍ଦ କେଜ୍ରିଓ୍ବାଲ । ଦୁଇଦିନ ତଳେ ସୁପ୍ରିମକୋର୍ଟରୁ ବେଲ ପାଇ ଜେଲରୁ ବାହାରିବା କେଜ୍ରିଓ୍ବାଲ ଆଜି କର୍ମୀଙ୍କୁ ସମ୍ବୋଧନ କରି ନିଜେ ଏହି ଘୋଷଣା କରିଛନ୍ତି । ସେ ଆସନ୍ତା ଦୁଇଦିନ ମଧ୍ୟରେ ସେ ଇସ୍ତଫା ଦେବେ । ସେ ନିର୍ଦ୍ଦୋଷ ବୋଲି ଜନତାଙ୍କ ରାୟ ନଆସିବା ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରେ ରହିବେ ନାହିଁ । କେଜ

୍ରିଓ୍ବାଲଙ୍କ ଏହି ଘୋଷଣା ସମସ୍ତଙ୍କୁ ସ୍ତବ୍ଦ କରିଦେଇଛି । ନିଜ ଘୋଷଣା ମୁତାବକ କେଜ୍ରିଓ୍ବାଲ ଯଦି ଇସ୍ତଫା ଦେଇ ଜନତାଙ୍କ ରାୟକୁ ଅପେକ୍ଷା କରନ୍ତି, ତେବେ ମୁଖ୍ୟମନ୍ତ୍ରୀ କି’ଏ ହେବ ସେନେଇ ଚର୍ଚ୍ଚା ଆରମ୍ଭ ହୋଗଲାଣି । କେଜ୍ରିଓ୍ବାଲ କିନ୍ତୁ ତାଙ୍କ ପରେ ମୁଖ୍ୟମନ୍ତ୍ରୀ କି’ଏ ହେବେ ସେ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ସଙ୍କେତ ମଧ୍ୟ ଦେଇନାହାନ୍ତି ।

ଆଜି AAP କର୍ମୀଙ୍କୁ ସମ୍ବୋଧିତ କରି କେଜ୍ରିଓ୍ବାଲ କହିଛନ୍ତି,‘‘ମୁଁ ଦୁଇ ଦିନ ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛି । ଯେପର୍ଯ୍ୟନ୍ତ ଦିଲ୍ଲୀର ଜନସାଧାରଣ, ମତେ ନିର୍ଦ୍ଦୋଷ ବୋଲି କହିନାହାନ୍ତି, ସେପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ଆସନ ଗ୍ରହଣ କରିବିନାହିଁ । ମୁଁ ନିର୍ଦ୍ଦୋଷ । ମୁଁ ମୋର ଓକିଲଙ୍କୁ କହିଥିଲି, ଯେପର୍ଯ୍ୟନ୍ତ ମୁଁ ଏହି ମାମଲାରେ ଦୋଷମୁକ୍ତ ନହୋଇଛି, କୌଣସି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବିନାହିଁ । ମତେ ସର୍ବୋଚ୍ଚ କୋର୍ଟରୁ ବେଲ ମିଳିଲା । ଏପରି ଏକ ଜଟିଳ ମାମଲାରେ ବେଲ ମିଳିବା ମଧ୍ୟ କଷ୍ଟସାଧ୍ୟ ଥିଲା । ମାତ୍ର ମୋ ବିରୋଧରେ ଅଭିଯୋଗ ଥିବାରୁ ମୁଁ ଇସ୍ତଫା ଦେବାକୁ ନିଷ୍ପତ୍ତି କରିଛି । ଜନତା ମୋର ବିଚାର କରବେ, ସେମାନେ ମତେ ନିର୍ଦ୍ଦୋଷ ବୋଲି କହିନାହାନ୍ତି, ମୁଁ ସେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଚୌକିରୁ ଦୂରରେ ରହିବେ । ଜନତା ଜନାର୍ଦ୍ଦନ କହିବା ପରେ ମୁଁ ମୁଖ୍ୟମନ୍ତ୍ରୀ ଆସନ ଗ୍ରହଣ କରିବି ।

ଜେଲରୁ ବାହାରିବା ପରେ ଆଜି ପ୍ରଥମ ସମ୍ବୋଧନରେ କେଜ୍ରିୱାଲ ବିଜେପି ଉପରେ ବର୍ଷିଛନ୍ତି । କହିଛନ୍ତି, ‘‘ମୋତେ ଜେଲକୁ ପଠାଇବାର ଉଦ୍ଦେଶ୍ୟ ଥିଲା ଆମ ଆଦମୀ ପାର୍ଟିକୁ ଭାଙ୍ଗିବା । ଏହି ଲୋକମାନେ (ବିଜେପି) ବିରୋଧୀ ଦଳର ଜଣେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଛାଡନ୍ତିନାହିଁ । ସରକାର କାହିଁକି ଜେଲ ଭିତରୁ ଚାଲିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କେନ୍ଦ୍ରକୁ ଶୁଣାଣି ସମୟରେ ପ୍ରଶ୍ନ କରିଥିଲେ । ମୋ ବିରୋଧରେ ମିଥ୍ୟା ମାମଲା ଦାଏର ହୋଇଥିବାରୁ ମୁଁ କୌଣସି ପରିସ୍ଥିତିରେ ଇସ୍ତଫା ନଦେବା ପାଇଁ ନିଷ୍ପତ୍ତି ନେଇଥିଲି ।’’

0 Comments