ନୂଆଦିଲ୍ଲୀ:ସୁପ୍ରିମକୋର୍ଟରୁ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସୁପ୍ରିମ ଆଶ୍ବସ୍ତି । ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ମିଳିଲା ବେଲ୍‌ । ସିବିଆଇ ଦ୍ୱାରା ପଞ୍ଜିକୃତ ହୋଇଥିବା ମାମଲାରେ ଜାମିନ ପ୍ରଦାନ କଲେ ସର୍ବୋଚ୍ଚ ନ୍ୟାୟାଳୟ । ପୂର୍ବ

ୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ମାମଲାରେ ଜାମିନ ପାଇଥିଲେ କେଜ୍ରିୱାଲ । ଆଜି 2 ଟି ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ପ୍ରଥମ ଆବେଦନରେ ସିବିଆଇ ଗିରଫଦାରୀକୁ ବୈଧ ବୋଲି କହିଥିଲେ ସୁପ୍ରିମକୋର୍ଟ । ଦ୍ବିତୀୟ ଆବେଦନର ଶୁଣାଣି କରି କେଜ୍ରିଓ୍ବାଲଙ୍କୁ ଜାମିନ ପ୍ରଦାନ କରିଥିଲେ । ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଭୂୟାଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜାମିନ ପ୍ରଦାନ କରିଛନ୍ତି।

177 ଦିନ ପରେ ତିହାର ଜେଲରୁ ମୁକୁଳିବେ ଅରବିନ୍ଦ କେଜ୍ରିଓ୍ବାଲ । ଜୁଲାଇ 12 ତାରିଖରେ ଇଡି ମାମଲାରେ ବେଲ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ । ଜାମିନ୍ ମିଳିବା ପରେ ମଧ୍ୟ ସେ ଜେଲରୁ ମୁକୁଳି ପାରିନଥିଲେ । କାହିଁକିନା ସେ ସିବିଆଇ ମାମଲା ବିଚାରଧୀନ ରହିଥିଲା । ତେଣୁ ଇଡି ମାମଲାରେ ଜାମିନ ପାଇବା ପରେ ମଧ୍ୟ ସିବିଆଇ ମାମଲା ଥିବାରୁ ସେ ଜେଲରୁ ବାହାରି ପାରିନଥିଲେ ।

ଜଷ୍ଟିସ ଭୂୟାଂ କହିଛନ୍ତି, ''ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ମାମଲାରେ ପୂର୍ବରୁ ଜାମିନ ପ୍ରଦାନ କରାଯାଇଛି ଏବଂ ସିବିଆଇ ମାମଲାରେ ତାଙ୍କୁ ଜେଲରେ ରଖିବା ଅନିରବାଜ୍ୟ ଅଟେ । ଜାମିନ ହେଉଛି ନିୟମ ଏବଂ ଜେଲ୍ ଏହାର ବ୍ୟତିକ୍ରମ। ବିଚାର ପ୍ରକ୍ରିୟା କିମ୍ବା ଗିରଫଦାରୀ ପଦକ୍ଷେପରେ ଉତପିଡନ ହେବା ଉଚିତ ନୁହେଁ। ସିବିଆଇର ଗିରଫ ଦାରୀ ଅନୁଚିତ ଅଟେ । ତେଣୁ କେଜ୍ରିୱାଲଙ୍କୁ ତୁରନ୍ତ ମୁକ୍ତ କରାଯିବା ଉଚିତ । '

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଗତ 26 ଜୁନ୍ ରେ ସିବିଆଇ ଗିରଫ କରିଥିଲା। ଗିରଫଦାରୀକୁ ଚ୍ୟାଲେଞ୍ଜ କରି କେଜ୍ରିଓ୍ବାଲ କରିଥିବା ଆବେଦନ ଉପରେ ଅଗଷ୍ଟ 14 ରେ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ମନା କରିଦେଇଥିଲେ । କେଜ୍ରିଓିବାଲଙ୍କ ଆବେଦନ ଉପରେ ତଦନ୍ତକାରୀ ଏଜେନ୍ସିରୁ ଉତ୍ତର ମାଗିଥିଲେ ସୁପ୍ରିମକୋର୍ଟ।

0 Comments